ପାକିସ୍ତାନ ଉପରେ ସାଇବର ଆକ୍ରମଣ କରୁଛନ୍ତି ଭାରତୀୟ ଗୁଇନ୍ଦା ସଂସ୍ଥା: ପାକ ସେନା


ଇସଲାମାବାଦ: ପାକିସ୍ତାନର କେତେକ ମିଲିଟାରୀ ଓ ସରକାରୀ ବିଭାଗର କମ୍ପ୍ୟୁଟର ବ୍ୟବସ୍ଥା ଉପରେ ଏକ ବଡ଼ ଧରଣର ସାଇବର ଆକ୍ରମଣ ହୋଇଥିବା ଜଣାଯାଇଛି। ଏହା ଫଳରେ ପାକିସ୍ତାନୀ ସେନାର କେତେକ ଗୁରୁତ୍ୱପୂର୍ଣ୍ଣ ସାଇଟ ଏବଂ କେତେକ ବରିଷ୍ଠ ଅଧିକାରୀଙ୍କ ଇମେଲ ଆକାଉଣ୍ଟ, ସ୍ମାର୍ଟଫୋନ ହ୍ୟାକ ହୋଇଯାଇଛି। ଏହି ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ରହିଛନ୍ତି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଏହି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛି ପାକିସ୍ତାନ ସେନା। ଯେଉଁ ଅଧିକାରୀମାନେ ନିରାପତ୍ତା ଏସଓପିର ଉଲ୍ଲଙ୍ଘନ କରିଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାକିସ୍ତାନ ସେନାର ଜନସମ୍ପର୍କ ବିଭାଗ ଇଣ୍ଟରସର୍ଭିସ ପବ୍ଲିକ ରିଲେସନ୍ସ (ଆଇଏସପିଆର) ପକ୍ଷରୁ କୁହାଯାଇଛି।

ଆଇଏସପିଆର ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ବାଲାକୋଟ ଘଟଣା ପରଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ନିୟମିତ ଭାବେ ପାକିସ୍ତାନୀ ସେନା ଓ ସରକାରୀ ବିଭାଗଗୁଡ଼ିକ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରାଯାଉଛି। ସେନା ଅଧିକାରୀ, ସରକାରୀ ଅଧିକାରୀ ଓ ସରକାରୀ ପ୍ରତିଷ୍ଠାନଗୁଡ଼ିକ ଉପରେ ସାଇବର ଆକ୍ରମଣ କରି ଗୁଇନ୍ଦା ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଆଇଏସପିଆର ଅଭିଯୋଗ କରିଛି। ଏସବୁ ସାଇବର ଆକ୍ରମଣର ମୁକାବିଲା କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଆଇଏସପିଆର କହିଛି। ତେବେ ପାକିସ୍ତାନର ଏହି ଅଭିଯୋଗ ସମ୍ପର୍କରେ ଭାରତର ପ୍ରତିକ୍ରିୟା ଜଣାପଡ଼ିନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ