ଗୋଟିଏ ଦିନରେ ସର୍ବାଧିକ ୪୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍‌ ଟେଷ୍ଟ୍‌


ଭୁବନେଶ୍ବର: ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋରୋନା ଟେଷ୍ଟ୍‌ କରାଯାଇଛି। ଗତକାଲି ୩୨ ହଜାର ୫୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଆଜି ଏହା ୪୦ ହଜାର ଟପିଛି। ଅଗଷ୍ଟ ୨୦ ତାରିଖରୁ ରାଜ୍ୟରେ ୫୦ ହଜାରରୁ ଉର୍ଦ୍ଧ୍ବ କୋଭିଡ୍‌ ଟେଷ୍ଟ୍‌ କରାଯିବା ବୋଲି ସରକାର କହିଥିବା ବେଳେ ଗୁରୁବାର ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

କ୍ରମାଗତ ଭାବେ ଗତ ୪ ଦିନ ହେଲା ଟେଷ୍ଟିଂ ସଂଖ୍ୟା ବଢ଼ିଚାଲିଛି ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଆର୍‌ଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନେଟ୍ କୋଭିଡ୍‌ ଟେଷ୍ଟ କରାଯାଇଛି। ରାଜ୍ୟରେ ଏବେ ସରକାରୀ ଓ ଘରୋଇକୁ ମିଶାଇ ସମୁଦାୟ ୫୫ଟି ଲ୍ୟାବ୍ ରହିଛି। ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆର୍‌ଟିପିସିଆର୍ ସ୍ଥାପନ କରିବା ସହିତ ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରାଯିବ। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତସ୍ରରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଯେତେ ଅଧିକ ଟେଷ୍ଟ କରାଯିବ, ସେତେ ଅଧିକସଂଖ୍ୟକ ପଜିଟିଭ୍ ମାମଲା ଆସିବାର ବି ଆଶଙ୍କା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ