ନୂଆଁଖାଇରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ


ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ୨୩ରେ ସମ୍ବଲପୁର ସମେତ ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ନୂଆଁଖାଇ ପର୍ବ ଅନୁଷ୍ଠିତ ହେବ। ଅଗଷ୍ଟ ୨୩ ତାରିଖ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ଲଗ୍ନ ଧାର୍ଯ୍ୟ ହୋଇଛି।  ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ଲାଗି କରାଯିବ ଏହି ନବାନ୍ନ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟି କମିଟି ପକ୍ଷରୁ ନବାନ୍ନ ଲଗ୍ନ ଘୋଷଣା ହୋଇଛି।

ପରମ୍ପରା ଅନୁସାରେ ସମ୍ବଲପୁରର ଝାଡ଼ୁଆପଡ଼ାଠାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବଡ଼ ବଡ଼ ପଣ୍ଡିତମାନଙ୍କୁ ଡକାଇ ବୈଠକ କରାଯାଇଥାଏ। ପ୍ରଥମେ ବିଷ୍ଣ୍ଣୁ ସହସ୍ରନାମ ଜପ କରାଯାଇ ମା’ ସମଲେଶ୍ବରୀଙ୍କ ଜାତକ ଦେଖାଯାଇ ଶୁଭ ଲଗ୍ନ ଧାର୍ଯ୍ୟ କରାଯାଏ। ଭାଦ୍ରବ ମାସ, ଶୁକ୍ଳ ପକ୍ଷ, ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାରେ ବଡ଼ ଯାକଜମକରେ ପାଳନ କରାଯାଏ ଏହି ଗଣପର୍ବ ନୂଆଁଖାଇ। ପ୍ରଥମେ ମା’ ସମଲେଶ୍ବରୀଙ୍କ ପାଖରେ ଲାଗି କରାଯାଇଥାଏ ନବାନ୍ନ ଏବଂ ଏହା ପରେ ଘରେ ଘରେ ଲୋକେ ନୂଆ ଅନ୍ନ ଖାଇ ପରସ୍ପରକୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ