ଲଦାଖ ସୀମାରେ ଲାଇଟ କମ୍ବାଟ ହେଲିକପ୍ଟର ଉଡ଼ାଇଲା ଭାରତ


ଚୀନ: ଲଦାଖ ସୀମାରେ ଲାଗି ରହିଥିବା ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ ଦୁଇଟି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରି ପାରୁଥିବା ଦୁଇଟି ଲାଇଟ କମ୍ବାଟ ହେଲିକପ୍ଟର ଉଡ଼ାଇଛି। ଆମେରିକାରୁ ଆସିଥିବା ଆପାଚୀ ଓ ଚନୁକ ହେଲିକପ୍ଟର ଆଗରୁ କାର୍ଯ୍ୟରେ ଲାଗିଥିଲା ବେଳେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଲାଇଟ କମ୍ବାଟ ହେଲିକପ୍ଟର ମୁତୟନ କରିଛି। ଡିସେମ୍ବର ସୁଦ୍ଧା ୧୫ଟି ଲାଇଟ କମ୍ବାଟ ହେଲିକପ୍ଟର ପ୍ରସ୍ତୁତ କରିବା ପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍) କାର୍ଯ୍ୟ କରୁଛି। ଏଥିସହ ସ୍ଥଳସେନା ଓ ବାୟୁସେନାର ଆବଶ୍ୟକତା ଦେଖି ହାଲ ଆତ୍ମନିର୍ମର ଭାରତ ସ୍କିମରେ ୧୬୦ଟି ହେଲିକପ୍ଟର ନିର୍ମାଣ କରିବ ବୋଲି ଜଣାପଡ଼ିଛି।

ବୁଧବାର ବାୟୁସେନାର ଭାଇସ ଚିଫ ମାର୍ଶାଲ ହରଜିତ ସିଂହ ଅରୋରା ୪ ହଜାର ୭୦୦ ମିଟର ଉଚ୍ଚ ସିଆଚେନ୍ ଗ୍ଲେସିଅରରେ ଏହି ଲାଇଟ କମ୍ବାଟ ହେଲିକପ୍ଟର ଉଡ଼ାଇଛନ୍ତି। ଏହି ଲାଇଟ କମ୍ବାଟ ହେଲିକପ୍ଟରରେ ଦୁଇଟି ‘ଶକ୍ତି’ ଇଞ୍ଜିନ ଲାଗିଛି। ଏଥିରେ ୭୭ ମିମି ରକେଟ, ଚୀନ-ମାଉଣ୍ଟେଡ କାନନ, ଆଣ୍ଟି ଟ୍ୟାଙ୍କ ଓ ଏୟାର ଟୁ ଏୟାର ମିସାଇଲ ବହନ କରି ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାର କ୍ଷମତା ରହିଛି। ବିଶେଷକରି ପାହାଡ଼ିଆ ଅଞ୍ଚଳର ଏହି ଲାଇଟ କମ୍ବାଟ ହେଲିକପ୍ଟର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଆତ୍ମନିର୍ଭର ଭାରତ ସ୍କିମରେ ଏଭଳି ଅଧିକ ହେଲିକପ୍ଟର ନିର୍ମାଣ କରି ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ