ଆସନ୍ତା ୨୦ରୁ ଦିନକୁ ୫୦ ହଜାର ଟେଷ୍ଟ୍‌


ଭୁବନେଶ୍ୱର: ରାଜ୍ୟରେ କୋରୋନା ଟେଷ୍ଟ ସଂଖ୍ୟା ବଢୁଛି। ବୁଧବାର ୩୨ ହଜାର ଟେଷ୍ଟ୍‌ ହୋଇଥିବା ବେଳେ ଚଳିତ ମାସ ୨୦ ତାରିଖରୁ ପ୍ରତିଦିନ ୫୦ ହଜାର ଟେଷ୍ଟ୍‌ କରାଯିବାର ଲକ୍ଷ୍ୟ ରହିଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡ. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଏଥିସହ ପରବର୍ତ୍ତୀ ସମୟରେ ଏହାକୁ ୧ ଲକ୍ଷ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶାରେ କୋରୋନା ସଂକ୍ରମଣ ଶିଖର ଆଡ଼କୁ ଗତି କରୁଛି। ତେଣୁ ଟେଷ୍ଟି ଓ ଟ୍ରେସିଂ ଉପରେ ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି।

ବର୍ତ୍ତମାନ କୋରୋନା ପିକ୍‌ରେ ଅଛି। ଆଗକୁ ଏହା ସ୍ଥିର ରହିବ। ୬ଟି ଜିଲ୍ଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ଜିଲ୍ଲାକୁ ଆଣ୍ଟିଜେନ୍‌ ଟେଷ୍ଟ୍‌ କିଟ୍‌ ପଠାଯିବ। ଫଳରେ ତୁରନ୍ତ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଦ୍ରୁତ ଆଣ୍ଟିଜେନ୍‌ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରର ବିଭିନ୍ନ କର୍ପୋରେସନ୍‌ରେ ଏହି ଟେଷ୍ଟ କରାଯିବ। ତୁରନ୍ତ ଆକ୍ରାନ୍ତମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ୍‌ କରାଯିବ। ବର୍ତ୍ତମାନ ରାପିଡ ଆଣ୍ଟିଜେନ୍ ଟେଷ୍ଟ୍‌କୁ ଗୁରୁତ୍ୱ ଦିଆଯାଉଛି। ଏବେ ଅଧିକାଂଶ କମ୍ପାନୀ କିଟ୍ ପ୍ରସ୍ତୁତ କରୁଥିବାରୁ କିଟ୍‌ର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି କୋରୋନାରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ଭ୍ୟାକ୍‌ସିନ୍‌ ବିଭିନ୍ନ ଦେଶର ବିଭିନ୍ନ ସଂସ୍ଥା ପ୍ରସ୍ତୁତ କରୁଛନ୍ତି । ଡ୍ରଗ୍ସ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆର୍‌ ଅନୁମୋଦନ ପରେ ଏହାକୁ ବ୍ୟବହାର କରାଯିବ ବୋଲି ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟରେ କୋରୋନା ପଜିଟିଭ୍‌ ଚିହ୍ନଟରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଗଞ୍ଜାମରେ ସେରୋସର୍ଭେ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଗଞ୍ଜାମରେ ସଂକ୍ରମଣ ନିୟନ୍ତ୍ରଣରେ ଅଛି। ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଥିବାବେଳେ କମ୍‌ ପଜିଟିଭ୍‌ ଆସୁଛି, ଯାହା ରାଜ୍ୟ ପାଇଁ ଭଲ ସୂଚନା ବୋଲି କହିଛନ୍ତି ଆରଏମ୍ଆର୍‌ସି ନିର୍ଦେଶିକା ସଂଘମିତ୍ର ପତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ