୩ ବର୍ଷୀୟ ରଚିଲେ ଇତିହାସ: ୩ ଦିନରେ ଚଢ଼ିଲେ ୧୦ ହଜାର ଫୁଟ ଉଚ୍ଚର ପାହାଡ଼


ସମସ୍ତଙ୍କର କିଛି ନା କିଛି ସ୍ବପ୍ନ ରହିଛି, ଯାହାକୁ ପୂରଣ କରିବାକୁ ଅନେକେ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା କରିଥାନ୍ତି। କେତେକଙ୍କର ପିଲାଦିନୁ ପର୍ବତାରୋହଣ କରିବାର ସଉକ ଥାଏ। ଏଥିପାଇଁ ସେମାନେ ପିଲାଦିନୁ ହିଁ କଠିନ ଅଭ୍ୟାସ କରିବାରେ ଲାଗିଯାଆନ୍ତି। ଏହି ଅଭ୍ୟାସରେ ସେମାନଙ୍କୁ ସଫଳତା ମଧ୍ୟ ମିଳିଥାଏ। ଯଦିଓ ଏହି ଅଭ୍ୟାସ ବିପଦପୂର୍ଣ୍ଣ ହୋଇଥାଏ, କିନ୍ତୁ ଜିଦିଖୋର ଲୋକମାନେ କେବେ ବି ହାର ମାନି ନ ଥାନ୍ତି।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜଣେ ୩ ବର୍ଷର ପିଲା ନିକଟରେ। ସେ ୧୦ ହଜାର ଫୁଟ ଉଚ୍ଚର ପର୍ବତାରୋହଣ କରି ଇତିହାସ ରଚିଛନ୍ତି। ଶୁଣିବାକୁ ହୁଏତ ଏହା କିଛି ମାତ୍ରାରେ ଆଶ୍ଚର୍ଯ୍ୟ ଲାଗିପାରେ। କିନତୁ ଏକଥା ସତ ଯେ ଯେତେବେଳେ ଆମେ ସାରା ବିଶ୍ବ ଭ୍ରମଣ କରିବାର ସ୍ବପ୍ନ ଦେଖିବାରେ ଲାଗିଛୁ, ସେତେବଳେ ଜ୍ୟାକସନ ପର୍ବତାରୋହୀ ହେବାର ସ୍ବପ୍ନ ଦେଖୁଛନ୍ତି। ସ୍ବିଜରଲ୍ୟାଣ୍ଡର ଜ୍ୟାକସନ ହାଉଲ୍ଡିଂ ଏହି କାମ କରି ବାହାବା ସାଉଁଟିବାରେ ଲାଗିଛନ୍ତି। ଜ୍ୟାକସନ ନିଜ ଭଉଣୀ ଫ୍ରେୟାଙ୍କ ସହିତ ମିଶି ‘ପିଜ ବାଡିଲେ’ ପର୍ବତାରୋହଣ ପୂରା କରିବାରେ ସଫଳ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଉଛି ଉଭୟେ ମାତ୍ର ୩ ଦିନରେ ଏହି କାମ ସଫଳତାପୂର୍ବକ ଶେଷ କରିଛନ୍ତି। ପିଜ ବାଡିଲେର ଉଚ୍ଚତା ୧୦ ହଜାର ଫୁଟ। ଜ୍ୟାକସନଙ୍କୁ ପର୍ବତାରୋହୀ ହେବାର ପ୍ରେରଣା ତାଙ୍କ ପରିବାରଠାରୁ ମିଳିଥିବା ଭଳି ମନେହେଉଛି। ଜ୍ୟାକସନଙ୍କ ଭଉଣୀ ଫ୍ରେୟାଙ୍କର ବୟସ ମାତ୍ର ୭ ବର୍ଷ।

ତେବେ ଏହି କାମରେ ସେମାନଙ୍କ ମାତାପିତା ସେମାନଙ୍କୁ ପୂରା ସହଯୋଗ କରିଥିଲେ। ଜ୍ୟାକସନଙ୍କ ପିତା ଲିୟୋଙ୍କ ବୟସ ୪୦ ଓ ମା’ ଯେଶଙ୍କ ବୟସ ୪୧ ବର୍ଷ। ସେମାନେ ମଧ୍ୟ ପର୍ବତାରୋହୀ ଓ ଅନେକଥର ବିଭିନ୍ନ ଦେଶରେ ପର୍ବତାରୋହଣ କରିଛନ୍ତି। ଏ ସମ୍ପର୍କରେ ଲିୟୋ କହିଛନ୍ତି ଯେ ତାଙ୍କ ଝିଅଙ୍କ ପର୍ବତାରୋହଣରେ ତାଙ୍କ ପତ୍ନୀ ଯେଶ ସହାୟତା କରିଥିଲେ। ଯାତ୍ରା ସମୟରେ ଅନେକଥର ସେ ଜ୍ୟାକସନଙ୍କୁ ପିଠିରେ ବସାଇ ପର୍ବତ ଚଢ଼ିଥିଲେ। ଏଥିସହିତ ଯେଶ ଖାଇବା, ପିଇବା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ ବହନ କରୁଥିଲେ ବୋଲି ଲିୟୋ କହିଛନ୍ତି। ଜ୍ୟାକସନ ଓ ତାଙ୍କ ଭଉଣୀ ଫ୍ରେୟାଙ୍କ ନାମ ବିଶ୍ବ ରେକର୍ଡରେ ସାମିଲ କରାଯାଇଥିବା ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ