୧୫ ମାସ ପରେ ୪ ହଜାର ମାଇଲ ଦୂରରେ ମିଳିଲା ଛାତ୍ରୀଙ୍କ ବୋତଲ ମେସେଜ


ନର୍ଥ କାରୋଲିନାର ଜଣେ ଛାତ୍ରୀ ବୋତଲରେ ପଠାଇଥିବା ମେସେଜ ଆଟଲାଣ୍ଟିକ ମହାସାଗରରେ ୪ ହଜାର ମାଇଲ ଦୂର ଭାସି ମରକ୍କୋର ଜଣ ଧୀବରଙ୍କୁ ମିଳିଛି। ଭିଭିଆନ ବାଇରଲି ସେତେବଳେ ଗ୍ରୀନସବୋରୋ ଡେ’ ସ୍କୁଲର ଜଣେ ଛାତ୍ରୀ ଥିଲେ। ସେ ଏପ୍ରିଲ ୨୦୧୯ରେ କ୍ଲାସ୍ ଆସାଇନମେଣ୍ଟର ଏକ ଅଂଶ ଭାବେ ଏହି ମେସେଜ୍ ଲେଖିଥିଲେ। ବାଇରଲି ଓ ତାଙ୍କର ଜଣେ ସହପାଠୀ ସେମାନେ ନିଜର ମେସେଜ୍ ଲେଖିବା ସହିତ ଏଥିରେ ତାଙ୍କ ଶିକ୍ଷକ ସୁସାନ ଫରଗୁସନଙ୍କ ଇ-ମେଲ୍ ଆଡ୍ରେସ ଓ ସ୍କୁଲ୍ ଠିକଣା ଲେଖି ବୋତଲରେ ଭର୍ତ୍ତି କରି ମୋରହେଡ୍ ସିଟିର ତଟରେ ଆଣ୍ଟାଲାଣ୍ଟିକା ମହାସାଗରର ମେ’ ୨୦୧୯ରେ ଫିଙ୍ଗି ଦେଇଥିଲେ।

ତେବେ ଫରଗୁସନଙ୍କୁ ଏକ ଇ-ମେଲ୍ ମିଳିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ଏହି ଇ-ମେଲ୍ ଜଣେ ମୋରୋକାନ ଧୀବର ପଠାଇଥିଲେ। ସେଥିରେ ଲେଖାଯାଇଥିଲା ଯେ ବାଇରଲିଙ୍କ ବୋତଲ ମେସେଜ ତାଙ୍କୁ ମରକ୍କୋର ହ୍ବାଇଟ୍ ବିଚ ନିକଟସ୍ଥ ଗୁଏଲମିମରୁ ମିଳିଛି। ଏହି ଇ-ମେଲ୍ ସହିତ ବୋତଲରେ ଥିବା ମେସେଜ୍ ଓ ଧୀବର ଜଣଙ୍କ ନିଜ ଫଟୋ ସହିତ ନିଜ ପୁତୁରାଙ୍କ ଫଟୋ ମଧ୍ୟ ଇ-ମେଲ୍ କରିଛନ୍ତି। ଏବେ ବାଇରଲି ଧୀବରଙ୍କ ଇ-ମେଲର ଉତ୍ତର ଦେବା ସହିତ ଏହି ବୋତଲ ମେସେଜ ସମ୍ପର୍କରେ ଅଧିକ ସୂଚନା ଜାଣିବାକୁ ଚାହିଛନ୍ତି ବୋଲି ଫରଗୁସନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ