ଜାଣନ୍ତୁ ସୁଶାନ୍ତଙ୍କୁ ଡରାଇଥିବା ପେଣ୍ଟିଂ ପଛର କାହାଣୀ


ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଲଗାତର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରୁଛି। ଏ ସମୟରେ ରିୟା ଅନେକ ଚକିତ କରିବା ଭଳି ତଥ୍ୟ ସାମ୍ନାକୁ ଆଣିଛନ୍ତି। ରିୟା ସ୍ବୀକାର କରିଛନ୍ତି ଯେ ୨୦୧୯ରେ ସେ ଓ ସୁଶାନ୍ତ ଏକାଠି ୟୁରୋପ ଟ୍ରିପ ପାଇଁ ଯାଇଥିଲେ। ସେଠୁ ଫେରିବା ପରେ ସୁଶାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରେ ଲାଗିଥିଲା। ଏହାପରେ ତାଙ୍କ ବ୍ୟବହାରରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହାର କାରଣ ଶନିଦେବଙ୍କ ଉପରେ ଆଧାରିତ ଏକ ପେଣ୍ଟିଂ ବୋଲି ରିୟା କହିଛନ୍ତି।

ପେଣ୍ଟିଂ ଦେଖି ଡରିଥିଲେ ସୁଶାନ୍ତ
ରିୟା କହିଛନ୍ତି ଯେ ୟୁରୋପ ଟ୍ରିପ ସମୟରେ ଉଭୟେ ଇଟାଲିର ଏକ ପୁରୁଣା ହୋଟେଲରେ ରହିଥିଲେ। ଏହାର କାନ୍ଥରେ ପୁରୁଣା ପେଣ୍ଟିଂ ଲାଗିଥିଲା। ଉକ୍ତ ପେଣ୍ଟିଂ ମଧ୍ୟରୁ ଗୋଟିଏରେ ଶନିଦେବ ତାଙ୍କ ପିଲାକୁ ଖାଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ସୁଶାନ୍ତ ଖୁବ୍ ଡରି ଯାଇଥିଲେ। ସୁଶାନ୍ତ କହିଥିଲେ ଯେ ଏହି ପେଣ୍ଟିଂ ଦେଖି ତାଙ୍କୁ କେତେକ ଚରିତ୍ର ନଜର ଆସୁଛନ୍ତି।

କେବେ କରାଯାଇଥିଲା ଏହି ପେଣ୍ଟିଂ
ଋିୟା ଯେଉଁ ପେଣ୍ଟିଂ ସମ୍ପର୍କରେ କହିଛନ୍ତି, ଏହାକୁ ସ୍ପେନର ଲୋକପ୍ରିୟ ଚିତ୍ରକର ଫ୍ରାନସିସ୍କୋ ଗୋୟା ତିଆରି କରିଥିଲେ। ୧୮୧୯ରୁ ୧୮୨୩ ମଧ୍ୟରେ ନିର୍ମାଣ ହୋଇଥିବା ଏହି ପେଣ୍ଟିଂର ନାମ ସଟର୍ଣ୍ଣ ଡେଭୋରିଙ୍ଗ ହିଜ୍ ସନ ରଖାଯାଇଥିଲା। ଏହାକୁ ମାଦ୍ରିଦର ଏକ ସଂଗ୍ରହାଳୟରେ ରଖାଯାଇଛି। ଗ୍ରୀସର ଏକ ପୌରାଣିକ କଥା ଉପରେ ଆଧାରିତ ଏହି ପେଣ୍ଟିଂ ପ୍ରଚଳିତ ଗ୍ରୀକ ମାଇଥୋଲୋଜି ଟାଇଟନ କ୍ରୋନସଙ୍କର ଅଟେ। ଏହାକୁ ରୋମାନରେ ଶନିଦେବ ବା ସଟର୍ଣ୍ଣ କୁହାଯାଏ। କୁହାଯାଉଛି ସଟର୍ଣ୍ଣ ଡରୁଥିଲେ କୌଣସି ଦିନ ତାଙ୍କ ପୁଅଙ୍କ କାରଣରୁ ତାଙ୍କ ରାଜଗାଦି ଚାଲିଯିବ। ଏହି କାରଣରୁ ଶନିଦେବ ନିଜ ଜନ୍ମିତ ପୁଅକୁ ଖାଇ ଦେଇଥିଲେ।

ଏହା ମଧ୍ୟ କୁହାଯାଉଛି ଯେ ଗୋୟାଙ୍କ ୧୪ ଲୋକପ୍ରିୟ ପେଣ୍ଟିଙ୍ଗସ୍ ମଧ୍ୟରୁ ଏହା ଅନ୍ୟତମ। ସେ ଶନିଦେବଙ୍କ ସମସ୍ତ ପେଣ୍ଟିଂ ତାଙ୍କ ଘରର କାନ୍ଥରେ ସଜାଇଥିଲେ। ନିଜ ମୃତ୍ୟୁ ପୂର୍ବରୁ ଫ୍ରାନସିସ୍କୋ ଗୋୟା ଘରକୁ ନିଜ ନାତି ନାମରେ କରି ଦେଇଥିଲେ। କିନ୍ତୁ ସମୟ ସହିତ ଘରର ମାଲିକ ମଧ୍ୟ ବଦଳି ଯାଇଥିଲେ। ଏହି ଘରର କାନ୍ଥରେ ୭୦ ବର୍ଷ ଯାଏ ଟଙ୍ଗା ଯାଇଥିବା ଏସବୁ ପେଣ୍ଟିଂକୁ ମ୍ୟୁଜିୟମରେ ରଖାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ