‘ଅର୍ଣ୍ଣବ ଦ ନିଉଜ ପ୍ରଷ୍ଟିଚ୍ୟୁଟ’ର ଟିଜର ରିଲିଜ କଲେ ରାମଗୋପାଳ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଲଗାତର ସିବିଆଇ ତଦନ୍ତ ଦାବି କରିବା ସହିତ ବଲିଉଡ ଜଗତ କିଭଳି ମାଫିଆ ଭାବେ କାମ କରୁଛି ତାହାର ମଧ୍ୟ ପର୍ଦାଫାସ କରିବାରେ ଲାଗିଛନ୍ତି। ଏହାକୁ ନେଇ ସେ ଅନେକ ଡିବେଟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ତେବେ ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ରାମଗୋପାଳ ବର୍ମା କିଛିଦିନ ତଳେ ଏହା ଉପରେ ଏକ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ଟ୍ବିଟରରେ ଘୋଷଣା କରିଥିଲେ। ଆଉ ଏହାର ଟାଇଟଲ ‘ଅର୍ଣ୍ଣବ ଦ ନିଉଜ୍ ପ୍ରଷ୍ଟିଚ୍ୟୁଟ’ ବୋଲି ସେ ରଖିଥିଲେ।

ରାମଗୋପାଳ ଗୁରୁବାର ଏହି ସିନେମାର ଟିଜର ନିଜ ଟ୍ବିଟରରେ ଜାରି କରିଛନ୍ତି। ଏଥିରେ ଅର୍ଣ୍ଣବଙ୍କ ଚେହେରା ଦେଖାଯାଉଥିବା ବେଳେ ତାଙ୍କ ଜୋରଦାର ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି। ଏଥିସହିତ ସାମ୍ନାରେ ଟଙ୍କା ଉଡ଼ୁଥିବା ବେଳେ ଜଣେ ଉଲଗ୍ନ ଝିଅର ଫଟୋ ମଧ୍ୟ ରହିଛି। ରାମଗୋପାଳ ଏହି ଟିଜର ରିଲିଜ କରି ଲେଖିଛନ୍ତି, ଦେଶ କ’ଣ ଜାଣିବାକୁ ଚାହୁଛି, ତା’ର ସତ୍ୟତା ଏବେ ଦେଶବାସୀ ଜାଣିପାରିବେ। ସୂଚନାଯୋଗ୍ୟ ଯେ ଅର୍ଣ୍ଣବ ତାଙ୍କ ଡିବେଟରେ ବଲିଉଡକୁ ଡାର୍ଟି ଇଣ୍ଡଷ୍ଟ୍ରୀ ବୋଲି କହିଥିଲେ। ଏଥିସହିତ ଏହି ଇଣ୍ଡଷ୍ଟ୍ରୀର ଅପରାଧ ଜଗତ ସହ ସମ୍ପର୍କ ଥିବା ସହ ରେପିଷ୍ଟ ଓ ଯୌନ ନିର୍ଯାତନାର ଆଡ୍ଡାସ୍ଥଳୀ ପାଲଟିଥିବା ଅର୍ଣ୍ଣବ ଏହି ଡିବେଟରେ କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ