ବିରାଟ-ଅନୁଷ୍କା ହେଲେ ଆଇଜିଟିଭି ସିରିଜରେ ପ୍ରଥମ ଭାରତୀୟ ଦମ୍ପତ୍ତି


ପ୍ରଭାବଶାଳୀ ଦମ୍ପତ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା ସୋସାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ଲୋକପ୍ରିୟ ‘ଟେକ୍ ଏ ବ୍ରେକ୍’ ସିରିଜରେ ନଜର ଆସିଥିବା ପ୍ରଥମ ଭାରତୀୟ ଦମ୍ପତ୍ତି ପାଲଟିଛନ୍ତି। ସେମାନେ ଏହି ମୁସ୍କିଲ ସମୟରେ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ନିବେଦନ ମଧ୍ୟ କରିଛନ୍ତି। ଇନଷ୍ଟାଗ୍ରାମରେ ୪୦ ମିଲିଅନ ଫଲୋଅର୍ସ ଥିବା ଅନୁଷ୍କା ଓ ୭୦ ମିଲିଅନ ଫଲୋଅର୍ସ ଥିବା ବିରାଟ ପରସ୍ପରକୁ ନିଜର ପେସା, ବ୍ୟକ୍ତିଗତ ଜୀବନ ଆଦି ସମ୍ପର୍କରେ ପ୍ରଶ୍ନ କରିଥିଲେ।

ବିରାଟ ଅନୁଷ୍କାଙ୍କୁ କ୍ରିକେଟ ବିଷୟରେ ପ୍ରଶ୍ନ କରିଥିବାବେଳେ ଅନୁଷ୍କା ବିରାଟଙ୍କୁ ସିନେମା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ପାଖାପାଖି ୬ ମିନିଟର ଏହି ଏପିସୋଡରେ ଦର୍ଶକ ଜାଣିପାରିଥିଲେ ଯେ କିଏ ଅଧିକ ପିଜ୍ଜା ଖାଉଛନ୍ତି, କିଏ ସ୍ପେସ ମିଶନରେ ଯିବାକୁ ଚାହୁଛନ୍ତି ଓ ଉଭୟଙ୍କ ମଧ୍ୟରେ ଭଲ ଫଟୋଗ୍ରାଫର କିଏ? ଏଥିସହିତ ଏହି ଦମ୍ପତ୍ତି ସଲେନା ଗୋମେଜ, ମାଇଲ ସାଇରସ ଓ ନାଓମୀ କ୍ୟାମ୍ପବେଲଙ୍କ ଭଳି ସେଲିବ୍ରିଟିଙ୍କ ତାଲିକାରେ ସାମିଲ୍ ହୋଇଯାଇଛନ୍ତି, ଯେଉଁମାନେ ପୂର୍ବରୁ ‘ଟେକ୍ ଏ ବ୍ରେକ୍’ ସିରିଜରେ ଭାଗ ନେଇ ସାରିଛନ୍ତି। ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ସିରିଜରେ ପବ୍ଲିକ ପର୍ସନାଲିଟି ସାମିଲ ହେଉଛନ୍ତି। ନିଆରା ଭାବେ ସେମାନେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳୁଛି। ଏସବୁ କଣ୍ଟେଣ୍ଟ ଆଇଜିଟିଭିରେ ଉପଲବ୍ଧ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ