ଦିନେ ପାଠପଢ଼ିବା ପାଇଁ ଟଙ୍କା ନ ଥିଲା, ଏବେ କମ୍ପାନୀର ମାଲିକ


ପରିଶ୍ରମ କରିବାର ନିଶା ଓ ମଣିଷର ବିଚାରଶକ୍ତି ଥିଲେ କ’ଣ ବା ନ କରି ହେବ! କେବଳ ନିଜ ଉପରେ ଭରସା ଓ ବିଶ୍ବାସ ରଖିବାର ଆବଶ୍ୟକତା ରହିଛି। ଏହି ଭରସା ନିଜ ଉପରେ ରଖିଥିଲେ ମହାରାଷ୍ଟ୍ରର ଏକ ଛୋଟ ସହର ଅକୋଲାରେ ରହୁଥିବା କାଜଲ ରାଜବେଦ। ଯାହାଙ୍କ ପାଖରେ ଦିନେ ପାଠପଢ଼ିବା ପାଇଁ ଟଙ୍କା ନ ଥିଲା। ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଆଜି ସେ ଏକ କମ୍ପାନୀର ସିଇଓ। ଚାଲନ୍ତୁ ଜାଣିବା କାଜଲଙ୍କ ପ୍ରେରଣାଦାୟକ କାହାଣୀ ସମ୍ପର୍କରେ।

ପିତାଙ୍କର ଥିଲା ପାନ ଦୋକାନ
କାଜଲଙ୍କ ପିତା ଏକ ଠେଲାରେ ପାନ ବିକ୍ରି କରୁଥିଲେ। କିନ୍ତୁ ସେ ଚାହୁଥିଲେ ତାଙ୍କ ପିଲାମାନେ ଖୁବ୍ ପାଠ ପଢ଼ନ୍ତୁ। କାମ ଛୋଟ ଓ ଆବଶ୍ୟକ ଅଧିକ ଥିବା କାରଣରୁ ସେ ଏକ ବ୍ୟାଙ୍କରେ ରିକଭରି ଏଜେଣ୍ଟ ଭାବେ କାମ ଆରମ୍ଭ କରିଥିଲେ।

ଏମିତି ପାର କରିଥିଲେ ଜୀବନର କଠିନ ପରିସ୍ଥିତି
କାଜଲ ଚତୁର୍ଥ ଶ୍ରେଣୀ ଯାଏ ନଗର ପରିଷଦ ସ୍କୁଲରେ ପଢ଼ିଥିଲେ। କିନ୍ତୁ ଆଗକୁ ପଢ଼ିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା। କୁହାଯାଏ ଦ୍‌ଢ଼ ଇଚ୍ଛାଶକ୍ତି ଥିଲେ ଭଗବାନ କୌଣସି ନା କୌଣସି ରାସ୍ତା ଖୋଲି ଦେଇଥାନ୍ତି। ତେଣୁ କାଜଲଙ୍କୁ ସହାୟତା କରିବା ଲାଗି ମନୁତାଇ କନଯା ଶାଳା ସ୍କୁଲ ଆଗେଇ ଆସିଥିଲା। ଏହା ମହିଳାଙ୍କୁ ଶିକ୍ଷା ଦେବା ପାଇଁ ଖୋଲା ଯାଇଛି।

ଘରଠାରୁ ୪ କିମି ଦୂରରେ ଥିଲା ସ୍କୁଲ
ଘରଠାରୁ କାଜଲଙ୍କ ସ୍କୁଲର ଦୂରତା ୪ କିମି ଥିଲା। ଅଟୋ କିମ୍ବା ରିକ୍ସାରେ ଯିବା ଲାଗି ତାଙ୍କ ପାଖରେ ଟଙ୍କା ନ ଥିଲା। ତେଣୁ ସେ ସ୍କୁଲ ଚାଲି ଚାଲି ଯାଉଥିଲେ। ଦୂରଦର୍ଶନରେ ପ୍ରସାରିତ ହେଉଥିବା ରୋବର୍ଟସର ଏକ କାର୍ଯ୍ୟକ୍ରମ ତାଙ୍କୁ ବହୁତ ପସନ୍ଦ ଥିଲା। ତେଣୁ ସେ ଏ ସମ୍ପର୍କରେ ପଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। କାଜଲ ପଲିଟେକନିକରେ ଆଡମିଶନ ନେବାବେଳେ ଇଲେକ୍ଟ୍ରୋନିକ୍ସ ବିଷୟ ଚୟନ କରିଥିଲେ। କିନ୍ତୁ ତାଙ୍କ ବାପା ଯେଉଁ ବ୍ୟାଙ୍କରେ ଚାକିରି କରୁଥିଲେ, ତାହା ବନ୍ଦ ହୋଇଯାଇଥିଲା। ତେଣୁ କାଜଲଙ୍କ ବାପା ୩ ଲକ୍ଷ ଟଙ୍କା ଲୋନ କରି କାଜଲଙ୍କୁ ଇଞ୍ଜିନିୟରିଂ ପଢ଼ାଇଲେ। ପରିବାରର ଆର୍ଥିକ ସ୍ଥିତି ଦେଖି କାଜଲ ଡିପ୍ଲୋମା ପରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ। ଅନେକ ସମୟରେ ସେ ବ୍ରେଡ୍ ଖାଇ ରହିଯାଉଥିଲେ। ଯାହାଫଳରେ ପାଠପଢ଼ା ପାଇଁ ଟଙ୍କା ସଞ୍ଚୟ କରିପାରିବେ। ସେ ଭଲ ନମ୍ବର ରଖିଥିଲେ। କ୍ୟାମ୍ପସ ସିଲେକ୍ସନରେ ତାଙ୍କୁ ୫ ହଜାର ଟଙ୍କା ଦରମାରେ ଚାକିରି ଅଫର ହେଉଥିଲା। ଏତେ କମ ଟଙ୍କାର ଚାକିରି କାହିଁକି ମିଳୁଛି ବୋଲି କାଜଲ ଚୟନକର୍ତ୍ତାଙ୍କୁ ପଚାରିଥିଲେ। ତାଙ୍କ ପାଖରେ ପ୍ରାକ୍ଟିକାଲର କୌଣସି ଅଭିଜ୍ଞତା ନ ଥିବାରୁ ତାଙ୍କୁ ଏଭଳି ଚାକିରି ମିଳୁଥିବା ସେମାନେ ତାଙ୍କୁ ଉତ୍ତର ଦେଇଥିଲେ। ତେଣୁ କାଜଲ ଚିନ୍ତା କରିଥିଲେ ଏତେ କମ୍ ଟଙ୍କାରେ ଲୋନ ସୁଝି ହେବ ନାହିଁ। ତେଣୁ କାଜଲ ଚାକିରି କରିବାକୁ ମନାକରି ପ୍ରାକ୍ଟିକାଲ ଜ୍ଞାନ ବଢ଼ାଇଥିଲେ।

ପିଲାଙ୍କୁ ଟ୍ୟୁସନ କରି ଯେଉଁ ଟଙ୍କା ଆୟ କରୁଥିଲେ କାଜଲ ସେଥିରେ ନୋଟ ତିଆରି କରିଥିଲେ। ଅନେକ ମାସ ଲଗାତର ପରିଶ୍ରମ କରିବା ପରେ କାଜଲ ପୁଣେ ଯାଇ ପ୍ରାକ୍ଟିକାଲ ଜ୍ଞାନର ଗୁରୁତ୍ବ ବୁଝାଇଥିଲେ। କିନ୍ତୁ କାହାକୁ ବି ପ୍ରାକ୍ଟିକାଲ ଶିଖିବାରେ ଆଗ୍ରହ ନ ଥିଲା। ତେଣୁ କାଜଲ ପଞ୍ଚମ ଶ୍ରେଣୀ ପିଲାଙ୍କୁ ରୋବଟିକ୍ସର ବେସିକ୍ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଏଥିସହିତ ସେ ପିଲାଙ୍କ ପାଇଁ ରୋବଟିକ୍ସ କର୍ମଶାଳା ଖୋଲିଥିଲେ।

୨୦୧୫ରେ ଆରମ୍ଭ କରିଥିଲେ କିଟ୍‌ସ କମ୍ପାନୀ

କାଜଲ ଭିନ୍ନ ଭିନ୍ନ ସହରର କଲେଜ ଯାଇ କର୍ମଶାଳା କରିବାବେଳେ ଲୋକେ ତାଙ୍କୁ ତାଙ୍କ କମ୍ପାନୀର ନାମ ଓ ଭିଜିଟିଂ କାର୍ଡ ମାଗୁ ଥିଲେ। ସେତେବେଳେ ସେ ତାଙ୍କ କମ୍ପାନୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୨୦୧୫ରେ କେଆଇଟିସ୍ (କାଜଲ ଇନୋଭେସନ ଏଣ୍ଡ ଟେକ୍ନିକାଲ ସଲ୍ୟୁସନ) ନାମରେ ନିଜ କମ୍ପାନୀ ଆରମ୍ଭ କରିଥିଲେ। କାଜଲ ଉଧାର କରି ନିଜ କମ୍ପାନୀ ଆରମ୍ଭ କରିଥିଲେ। ତାଙ୍କ କମ୍ପାନୀ ସମ୍ଭାଳିବାରେ ନାସାରେ କାମ କରିସାରିଥିବା ବିଜୟ ଭଟାଡ ଓ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଅର୍ଜୁନ ଦେଭରାକର ତାଙ୍କୁ ବହୁତ ସାହାଯ୍ୟ କରିଥିଲେ। ଧୀରେ ଧୀରେ ସେମାନଙ୍କ କମ୍ପାନୀ ନାମ କମାଇବା ଆରମ୍ଭ କରିଥିଲା। ଏବେ ତାଙ୍କ କମ୍ପାନୀ ପାଖରେ ଆମେରିକାର କ୍ଲାଏଣ୍ଟ ମଧ୍ୟ ଆସୁଛନ୍ତି। ସମୟ ମିଳିବା ମାତ୍ରେ କାଜଲ ଅକୋଲାର ଝିଅମାନଙ୍କୁ ରୋବଟିକ୍ସ ସମ୍ପର୍କରେ ସୂଚନା ଦେଇଥାନ୍ତି। କେବଳ ସେତିକି ନୁହେଁ ସେ ପିଲାମାନଙ୍କ ପାଇଁ ରୋବୋଟିକ୍ସ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରିଥାନ୍ତି। ମନୁତାଇ କନଯା ଶାଳାର ବେସାହାରା ପିଲାଙ୍କୁ ମଧ୍ୟ କାଜଲ ଶିକ୍ଷା ଦେବା ଆରମ୍ଭ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ