ସହଜରେ ଘରେ ତିଆରି କରନ୍ତୁ ପିଜୁଳି ଜାମ


ପିଜୁଳି ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି। ଏହା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ମଧ୍ୟ। ପିଜୁଳିକୁ ଆପଣ କାଟି ଖାଇବା ସହିତ ଏଥିରୁ ସହଜରେ ଘରେ ଜାମ ମଧ୍ୟ ପସ୍ତୁତ କରିପାରିବେ। ଚାଲନ୍ତୁ ଜାଣିବା ଏହାର ରେସିପି ସମ୍ପର୍କରେ।

କ’ଣ ଦରକାର
୪ରୁ ୫ଟି ପାଚିଲା ପିଜୁଳି, ଗ୍ରେଡେଡ୍ କରାଯାଇଥିବା ଗୁଡ଼ ଦେଢ଼ କପ, ୧ଇଞ୍ଚର ଖଣ୍ଡେ ଅଦା, ୨ କପ୍ ପାଣି, ୧ ଟେବଲସ୍ପୁନ୍ ଲେମ୍ବୁ ରସ, ସ୍ବାଦାନୁସାରେ ଲୁଣ, ୧ ଚିମୁଟା ଫୁଡ୍ କଲର, ୧ ଚିମୁଟା କେସର।

ପ୍ରସ୍ତୁତି ପ୍ରଣାଳୀ

ପିଜୁଳିକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏକ ପ୍ୟାନରେ ପିଜୁଳି, ଅଦା ଓ ୨ କପ୍ ପାଣି ଦେଇ ୧୫ରୁ ୨୦ ମିନିଟ୍ ସିଝାନ୍ତୁ। ଏହାପରେ ପିଜୁଳିକୁ ଭଲଭାବେ ଚକଟି ଛଣାରେ ଛାଣିଦିଅନ୍ତୁ। ଏହାପରେ ଛଣା ଯାଇଥିବା ପିଜୁଳିକୁ ପୁଣିଥରେ ପ୍ୟାନରେ ଢାଳି ୧୦ ମିନିଟ୍ ସିଝାନ୍ତୁ। ଏହି ସମୟରେ ଏହାକୁ ଲଗାତର ଘାଣ୍ଟିବାକୁ ପଡ଼ିବ। ଏବେ ଏଥିରେ ଲେମ୍ବୁରସ ଓ ଗୁଡ଼ ପକାଇ ୨୦ରୁ ୨୫ ମିନିଟ୍ ଧିମା ଆଞ୍ଚରେ ଲଗାତର ଗୋଳାଇ ଗାଢ଼ ହେବା ଯାଏ ରାନ୍ଧନ୍ତୁ। ଏହାପରେ ଫୁଡ୍ କଲର ଓ କେସର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ଏକ ପ୍ଲେଟକୁ ବାହାର କରି ଏପଟସେପଟ କରି ଚେକ କରନ୍ତୁ। ଯଦି ଏହା ଚାରିଆଡ଼କୁ ବହୁନି, ତେବେ ଜାଣି ନିଅନ୍ତୁ ଜାମ ପ୍ରସ୍ତୁତ ହୋଇଗଲା। ଏବେ ଗ୍ୟାସ୍ ବନ୍ଦ କରି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏହାକୁ ଆପଣ ଏୟାର ଟାଇଟ୍ କଣ୍ଟେନରରେ ମଧ୍ୟ ଭର୍ତ୍ତି କରି ରଖି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ