ବିଶ୍ୱର ୫ ସବୁଠାରୁ ବିପଦପୂର୍ଣ୍ଣ ବିମାନବନ୍ଦର


ଦିନଥିଲା ଲୋକେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବାକୁ ହେଲେ ଶଗଡ଼ ଗାଡ଼ିରେ ସବାର ହେଉଥିଲେ। ଏଥିପାଇଁ ଲାଗୁଥିଲା ଅନେକ ସମୟ। ଏବେ ଲୋକଙ୍କ ଜୀବିକା ସହ ତାଳ ଦେଇ ଯାତାୟାତର ମାଧ୍ୟମ ବଦଳିଯାଇଛି। ବଦଳିଛି ଗମନାଗମନ ଓ ପରିବହନର ବ୍ୟବସ୍ଥା। ସମୟ ବଞ୍ଚାଇବା ପାଇଁ ଧନୀ ଓ ମଧ୍ୟବିତ୍ତ ଲୋକେ ବିମାନ ଯାତ୍ରା କରିଥାନ୍ତି। ବିମାନ ଯାତ୍ରା କରିବାକୁ ହେଲେ ସେମାନଙ୍କୁ ବିମାନବନ୍ଦର ଯିବାକୁ ପଡିଥାଏ। ମାତ୍ର ବିଶ୍ୱର ବହୁ ଦେଶରେ ଏପରି ଅନେକ ବିମାନବନ୍ଦର ଅଛି ଯାହା ଦେଖିବାକୁ ବହୁତ ସୁନ୍ଦର। କିନ୍ତୁ ଅତ୍ୟନ୍ତ ବିପଦଜନକ। ଏହି ବିମାନବନ୍ଦର ଗୁଡିକରେ ବିମାନ ଉଡାଣ କିମ୍ବା ଅବତରଣ କରିବା ଅନେକ ସମୟରେ ବିପଦ ଜନକ ସାବ୍ୟସ୍ତ ହୋଇଥାଏ। ନିକଟରେ ପାହାଡ଼ ଉପରେ ଥିବା କେରଳର ଏକ ବିମାନବନ୍ଦର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅତ୍ୟନ୍ତ ସୁନ୍ଦର ପରିବେଶ ଭିତରେ ଥିବା ଏହି ବିମାନବନ୍ଦର ଅନେକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା। ଆସନ୍ତୁ ଜାଣିବା ବିଶ୍ୱର ଏଭଳି କେତୋଟି ସୁନ୍ଦର ଅଥଚ ଭୟଙ୍କର ବିମାନବନ୍ଦର ସମ୍ପର୍କରେ।

ସ୍କଟଲ୍ୟାଣ୍ଡର ବାରା ବିମାନବନ୍ଦର
ଅତି ସୁନ୍ଦର ଓ ମନୋରମ ପରିବେଶରେ ନିର୍ମିତ ଏହି ବିମାନବନ୍ଦର ଅନେକ ଦୁର୍ଘଟଣାର ମୁକସାକ୍ଷୀ ଭାବେ ସାମ୍ନାକୁ ଆସିଛି। ଆମେ କହୁଚୁ ସ୍କଟଲ୍ୟାଣ୍ଡର ବାରା ବିମାନବନ୍ଦର ସମ୍ପର୍କରେ। ଏହି ବିମାନବନ୍ଦର ସମୁଦ୍ର କୂଳରେ ନିର୍ମିତ ହୋଇଛି। ଶୋଭା ସୁଷମାରେ ଏହାର ପଟାନ୍ତର ନାହିଁ। କିନ୍ତୁ ଅନେକ ସମୟରେ ସମୁଦ୍ରର ଅଶାନ୍ତ ଲହଡିରେ ଏହାରରନୱେ ବୁଡ଼ିଯାଏ। ପାଇଲଟ ଲ୍ୟାଣ୍ଡିଙ୍ଗ ପାଇଁ ବିଶେଷ ସମସ୍ୟାରେ ପଡନ୍ତି। ଅବତରଣ ଏବଂ ଉଡାଣ ବାଧାପ୍ରାପ୍ତ ହୁଏ।

ହଂକଂର କେ କାଇ ଟାକ ବିମାନବନ୍ଦର
ଏହି ବିମାନବନ୍ଦର ମଧ୍ୟ ସବୁଠାରୁ ଅଧିକ ବିପଦପୂର୍ଣ୍ଣ। ଏଠାରେ ୧୯୨୫ରୁ ୧୯୯୮ ପର୍ଯ୍ୟନ୍ତ ଉଡାଣ ଏବଂ ଅବତରଣ କରୁଥିଲା। ମାତ୍ର ଦୁର୍ଘଟଣା ପ୍ରବଣତା ଦୃଷ୍ଟିରୁ ଏହି ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ଏଠାକାର ଉଭୟ ପାର୍ଶ୍ୱରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରହିଛି। ଏହା ଛଡା ବିମାନବନ୍ଦରରରନେଓ୍ଵ ମଧ୍ୟ କମ୍‌ ଏବଂ ଛୋଟ। ଅନେକ ସମୟରେ ବିମାନ ଉଡାଣ ଓ ଅବତରଣ ସମୟରେ କଥାଗୁଡ଼ିକ ଦୁର୍ଘଟଣାର କାରଣ ହୋଇଛି। ବାରମ୍ବାର ଚାପପଡିବାରୁ ଓ ବ୍ୟାପକ ଧନଜୀବନ ନଷ୍ଟ ହେବାକାରଣରୁ ଏହି ବିମାନବନ୍ଦରରୁ ସମସ୍ତ ଉଡାଣ ଦୀର୍ଘକାଳୀନ ଭାବେ ବାତିଲ ହୋଇଛି।

ସାବାରା କାରିବିଆନ ଦ୍ୱୀପର ଜୁଆନକୋ ଇଏରାସନିକ ବିମାନବନ୍ଦର

ଏହି ବିମାନବନ୍ଦରରେ ବିମାନ ଅବତରଣ ପାଇଁ ପାଇଲଟ ଡରିଥାନ୍ତି। ଏହାର ରନେଓ୍ଵ ହେଉଛି ବିଶ୍ୱର ସବୁଠାରୁ ଛୋଟ। ଯାହାର ଲମ୍ବ ପ୍ରାୟ ୩୯୬ ମିଟର। ଏହିରନେଓ୍ଵ ଏକ ପର୍ବତ ଶିଖରରେ ନିର୍ମିତ,ଏହାର ତିନି ପାର୍ଶ୍ୱରେ ସମୁଦ୍ର ଏବଂ ଗୋଟିଏ ପାର୍ଶ୍ୱରେ ପର୍ବତ ଶିଖର।ପ୍ରାକୃତିକ ସୁନ୍ଦରତା ସତ୍ତ୍ବେ ବିପଦ ପ୍ରବଣ କାରଣରୁ ଉଭୟ ଯାତ୍ରୀ ଓ ପାଇଲଟଙ୍କ ମନରେ ଏହି ବିମାନବନ୍ଦର ଭିତି ସଂଚାର କରାଇଥାଏ।

ନେପାଳର ଟେନଜିଂ- ହିଲାରୀ

ଏହା ନେପାଳର ଲୁକଲା ସହରରେ ହିମାଳୟର ପର୍ବତ ବେଷ୍ଟନୀ ମଧ୍ୟରେ ଅବସ୍ଥିତ। ଚାରିପଟେ ପାହାଡ଼ ଆଉ ଖାଲ।ରନେଓ୍ଵ ଦୈର୍ଘ୍ୟ ମାତ୍ର ୪୬୦ ମିଟର। କେବଳ ଛୋଟ ବିମାନ ଏବଂ ହେଲିକ୍ଟପରକୁ ହିଁ ଏଠାରେ ଅବତରଣ କରିବାକୁ ଅନୁମତି ମିଳିଥାଏ। ଏହି ବିମାନବନ୍ଦରରରନେଓ୍ଵରେ ଉତ୍ତରରେ ପର୍ବତ ଶିଖର ରହିଛି, ତା' ପରେ ଦକ୍ଷିଣରେ ୬୦୦ ମିଟର ଗଭୀରର ଖାଲ। ସେଥିପାଇଁ ବିମାନବନ୍ଦରକୁ ଦୁନିଆର ସବୁଠାରୁ ବିପଦଜନକ ବିମାନବନ୍ଦର ମଧ୍ୟରେ ବିବେଚନା କରାଯାଏ। ଟିକିଏ ଅସତର୍କ ଆଉ ପାଗ ଖରାପ ହେଲେ ଏଠାରେ କୌଣସି ପାଇଲଟ ଉଡାଣ ଓ ଅବତରଣ କଥା ଚିନ୍ତା କରିପାରନ୍ତିନି।

ମାଳଦ୍ୱୀପର ମେଲ ଅର୍ନ୍ତଜାତୀୟ ବିମାନବନ୍ଦର
ଏହି ବିମାନବଦରରୁ ଉଡାଣ ଭରିବା କିମ୍ବା ଅବତରଣ କରିବା ପାଇଲଟଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ। ବିମାନବନ୍ଦରଟି ସମୁଦ୍ରଠାରୁ ମାତ୍ର ଦୁଇ ମିଟର ଉଚ୍ଚରେ ଅବସ୍ଥିତ। ଏହି ବିମାନବନ୍ଦର ବିଷୟରେ ସବୁଠାରୁ ବିଶେଷ କଥା ହେଉଛି ଏହା ବିଶ୍ୱର ଏକମାତ୍ର ବିମାନବନ୍ଦର ଯାହା ଆଲକାତରାରେ ନିର୍ମିତ। ଏହି ବିମାନବନ୍ଦର ସମୁଦ୍ର ମଧ୍ୟରେ ଅବସ୍ଥିତ। ଜଳବାୟୁ ପରିବର୍ତନ ପ୍ରଭାବରେ ସମୁଦ୍ରରେ ତାପମାତ୍ରା ବୃଦ୍ଧି ଓ ପ୍ରଭାବରୁ ପ୍ରାୟତଃ ସମୁଦ୍ର ଅଶାନ୍ତ ହେଉଥିବା ବେଳେ ଏହି ବିମାନବନ୍ଦର କୁ ନେଇ ସକାରାତ୍ମକ ଚିନ୍ତା କରାଯାଇ ନ ପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ