ମୋଟାପଣ କମାଇବା ଲାଗି କରନ୍ତୁନି ଉପବାସ


ଉପବାସ କଲେ ମୋଟାପଣ କମ୍‌ ହୋଇଯିବ ବୋଲି ଅନେକେ ଭାବନ୍ତି। ମାତ୍ର ସାରାଦିନ ଉପବାସ ରହିଲେ ମୋଟାପଣ କମିବା ପରିବେର୍ତ୍ତ ବଢ଼ିଯାଏ। ଅଚାନକ କେବଳ ପାଣି ପିଇ ରହିବା କିମ୍ବା ଥରଟିଏ ଖାଇବା ଦ୍ବାରା କେବଳ ଶରୀରର ମେଟାବଲିଜିମ୍‌ ପ୍ରଭାବିତ ହୋଇ ନ ଥାଏ, ବରଂ ଏହାଦ୍ବାରା ଶରୀରରେ ଚର୍ବିର ମାତ୍ରା ମଧ୍ୟ ବଢ଼ିଯାଏ। ଅଧିକ ସମୟ ଭୋକରେ ରହିବା ଦ୍ବାରା ଡିହାଇଡ୍ରେସନ୍‌ ସମସ୍ୟା ଦେଖାଯିବା ସହ ପ୍ରୋଟିନ୍‌ କମ୍‌ କାରଣରୁ ମାଂସପେଶୀ ଦୁର୍ବଳ ମଧ୍ୟ ହୋଇଯାଏ।

ସକାଳୁ ଉଠିବା ପରେ ଅଧିକ ସମୟ ଖାଲି ପେଟରେ ରହିବା ଦ୍ବାରା ଏସିଡିଟି ସହ ନିମ୍ନ ରକ୍ତଚାପ ସମସ୍ୟା ମଧ୍ୟ ଦେଖାଦିଏ। ଉପବାସ ସମୟରେ ଏଭଳି ଖାଦ୍ୟ ଗ୍ରହଣ କରନ୍ତୁ, ଯାହା ଓଜନକୁ ପ୍ରଭାବିତ କରିବ ନାହିଁ ଏବଂ ସନ୍ତୁଳନ ରକ୍ଷା କରିବ। ଉପବାସ ସମୟରେ ତେଲିଆ ଖାଦ୍ୟ ଅପେକ୍ଷା ତରଳ ଖାଦ୍ୟ ଅଧିକ ଗ୍ରହଣ କରନ୍ତୁ। ଶାରୀରିକ ଶକ୍ତି ଓ ମାନସିକ ଏକାଗ୍ରତା ବୃଦ୍ଧି କରୁଥିବା ଖାଦ୍ୟ ଗ୍ରହଣ କରନ୍ତୁ। ବଜାରରେ ମିଳୁଥିବା ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏଥିରେ ଅଧିକ ମାତ୍ରାର ତେଲ, ଘିଅ ବ୍ୟବହାର କରାଯାଇଥାଏ।

ଉପବାସ ସମୟରେ କ୍ଷୀର, ଦହି, ପନୀର, ଲସି ଆଦି ଖାଦ୍ୟ ଖାଇପାରିବେ। ଉପବାସର ଅନେକ ଲାଭ ମଧ୍ୟ ରହିଛି। ଏହାଦ୍ବାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। ଏହା ରକ୍ତପ୍ରଭାବ ପାଇଁ ବେଶ୍‌ ଲାଭଦାୟକ। ଏହାଦ୍ବାରା ମାନସିକ ଚାପ ହ୍ରାସ ପାଇବା ସହ ହଜମ ଶକ୍ତି ବୃଦ୍ଧି ପାଏ। ଉପବାସ ପରେ ଯାହା କିଛି ମିଳିଲା ଖାଇବା ଦ୍ବାରା କେବଳ ଓଜନ ବଢ଼ି ନ ଥାଏ, ଏଥିସହିତ କୋଲେଷ୍ଟ୍ରଲ ସ୍ତର ମଧ୍ୟ ବଢ଼ିଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ