ଦେଶବ୍ୟାପୀ ଭଗବାନ ଶ୍ରୀକ୍‌ଷ୍ଣ ଜନ୍ମୋତ୍ସବର ଧୁମ

ନନ୍ଦଗାଁରେ ବଣ୍ଟାଯିବ ଖୁସିର ଲଡ଼ୁ

କୋରୋନା ମହାମାରୀ ଆତଙ୍କ ମଧ୍ୟରେ ଚଳିତ ବର୍ଷର ଶ୍ରୀକ୍‌ଷ୍ଣ ଜନ୍ମାଷ୍ଟମୀ ପାଳନରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମନରେ ସରାଗ ଟିକିଏ ଫିକା ପଡ଼ିଥିଲେ ହେଁ କାହ୍ନା ପାଇଁ ଘରେ ଘରେ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଚଳିତ ବର୍ଷ ଦୁଇଦିନ ପାଇଁ ପାଳିତ ହେଉଛି ଜନ୍ମାଷ୍ଟମୀ। ଭଗବାନ ଶ୍ରୀକ୍‌ଷ୍ଣଙ୍କ ଜନ୍ମସ୍ଥଳୀ ମଥୁରାରେ ଜନ୍ମୋତ୍ସବ ବୁଧବାର ପାଳିତ ହେବ। ନନ୍ଦଗାଁଓରେ ଶ୍ରଦ୍ଧାଳୁମାନେ କାହ୍ନାର ଜନ୍ମଦିନ ମଙ୍ଗଳବାର ପାଳିବେ। ତେବେ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ରହିଛି।

ମଥୁରା
ମହାମାରୀ ସମୟରେ ବି ମଥୁରାରେ ଶ୍ରୀକ୍‌ଷ୍ଣ ଜନ୍ମାଷ୍ଟମୀର ଧୁମ ଦେଖିବାକୁ ମିଳିଛି। ମନ୍ଦିର ପ୍ରବେଶ ଉପରେ ରୋକ ଲାଗିଥିବାରୁ ଚଳିତବର୍ଷ ଭକ୍ତ ଓ ଶ୍ରଦ୍ଧାଳୁମାନେ କାହ୍ନାର ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସେପଟେ ଭଗବାନଙ୍କ ଜନ୍ମସ୍ଥଳୀ ମଥୁରାରେ ତାଙ୍କର ଗାଁ ନନ୍ଦଗାଁ, ଯେଉଁଠି କାହ୍ନାଙ୍କ ପାଳନ ପୋଷଣ ହୋଇଥିଲା ସେଠାରେ ଧୁମଧାମରେ ମଙ୍ଗଳବାର ଜନ୍ମୋତ୍ସବ ପାଳିତ ହୋଇଛି। ଶ୍ରୀକ୍‌ଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନର ସମ୍ପାଦକ ବିପିନ ଶର୍ମାଙ୍କ କହିବା ଅନୁଯାୟୀ ବ୍ରଜଧାମର ସମସ୍ତ ମନ୍ଦିରରେ କୋରୋନା କଟକଣାକୁ ପାଳନ କରାଯାଉଛି। ମଥୁରା-ବ୍‌ନ୍ଦାବନ-ଗୋବର୍ଦ୍ଧନ-ବରସାନା-ନନ୍ଦଗାଁ-ଗୋକୁଳ-ମହାବନ-ବଳଦେବ ଆଦି ସମସ୍ତ ତୀର୍ଥସ୍ଥଳୀ ବନ୍ଦ ରହିବ। କିନ୍ତୁ ମନ୍ଦିର ଭିତରେ ସେବାୟତମାନେ ସମସ୍ତ ପରମ୍ପରା ପାଳନ କରିବେ। ଜନ୍ମ ଉତ୍ସବ ପାଳନ ଲାଗି ମନ୍ଦିର, ଶ୍ରୀ ଗର୍ଭଗ୍‌ହ, ଶ୍ରୀ ଯୋଗମାୟା ମନ୍ଦିର ଏବଂ ଭଗବତ ଭବନକୁ ଭବ୍ୟ ଏବଂ ଦିବ୍ୟ ରୂପରେ ସଜ୍ଜିତ କରାଯାଇଛି। ଚଳିତ ଥର ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ନିଜ ଘରେ ପୂଜାର୍ଚ୍ଚନା ପୂର୍ବକ ଦୂରଦର୍ଶନରୁ ସିଧା ପ୍ରସାରଣ ଜରିଆରେ ଭଗବାନଙ୍କ ଜନ୍ମ ଉତ୍ସବ ଦେଖିପାରିବେ।

ନନ୍ଦଗାଁ ଉତ୍ସବମୁଖର
ଭଗବାନ ଶ୍ରୀକ୍‌ଷ୍ଣଙ୍କ ଜନ୍ମସ୍ଥଳୀ ମଥୁରାର ତାଙ୍କ ଗାଁ ନନ୍ଦଗାଁରେ ଜନ୍ମୋତ୍ସବ ମଙ୍ଗଳବାର ପାଳିତ ହୋଇଛି। ଏଥିରେ ସମସ୍ତ ପୂର୍ବ ପରମ୍ପରା ଅନୁସ୍‌ତ କରାଯିବ ବୋଲି କହିଛନ୍ତି ଗୋସ୍ବାମୀ ସମାଜର ମୁଖପାତ୍ର। ଚଳିତ ବର୍ଷ ମଧ୍ୟ ଖୁସିର ଲଡ଼ୁ ନନ୍ଦଗାଁରେ ବଣ୍ଟାଯିବା ସ୍ଥିର ହୋଇଛି। ବରସାନାର ଗୋସ୍ବାମୀ ସମାଜ ପାଇଁ ଯେଉଁ ନିଆରା ଢଙ୍ଗରେ କାଠ ତିଆରି ଏକ ସ୍ବତନ୍ତ୍ର ବାକ୍ସ ‘ଚୁବରିୟା’ରେ ଲଡ଼ୁ ଭର୍ତ୍ତି କରି ପଠାଯାଉଥିଲା, ଚଳିତ ବର୍ଷ ମଧ୍ୟ ସେଭଳି ପଠାଯିବ।

ଜନ୍ମାଷ୍ଟମୀର ପବିତ୍ର ପର୍ବରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ କ୍‌ଷ୍ଣ ଜନ୍ମସ୍ଥଳୀ ମଥୁରା ସହିତ ସମଗ୍ର ଦେଶରେ କ୍‌ଷ୍ଣଭକ୍ତମାନେ କୋରୋନା କଟକଣାକୁ ପାଳନ ପୂର୍ବକ ଜନ୍ମୋତ୍ସବ ପାଳନ ପାର୍ଇ ସଂକଳ୍ପ ନେଇଛନ୍ତି। ଏ ଅବସରରେ ମନ୍ଦିର ଗୁଡ଼ିକରେ ଲମ୍ବା ଲାଇନ ଦେଖିବାକୁ ମିଳିନି। ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜ ବନ୍ଧୁ ଓ ପ୍ରିୟଜନଙ୍କୁ ଭର୍ଚୁଆଲ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଚଳିତ ବର୍ଷ ୨ ଦିନ ରହିଛି ତିଥି
ଭଗବାନ ଶ୍ରୀକ୍‌ଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କ୍‌ଷ୍ଣପକ୍ଷ ଅଷ୍ଟମୀ ରୋହିଣୀ ନକ୍ଷତ୍ରରେ ହୋଇଥିଲା। ଏହି କାରଣରୁ ଦେଶର କେତେକ ଅଞ୍ଚଳରେ ଅଗଷ୍ଟ ୧୧ ଭାଦ୍ରମମାସ କ୍‌ଷ୍ଣପକ୍ଷ ଅଷ୍ଟମୀ ପାଇଁ ପାଳନ କରାଯାଉଥିବା ବେଳେ ଆଉ କେତେକ ସ୍ଥାନରେ ରୋହିଣୀ ନକ୍ଷତ୍ର ପାଇଁ ଅଗଷ୍ଟ ୧୨ରେ ପାଳନ କରାଯାଉଛି। ୧୧ ଅଗଷ୍ଟ ସକାଳ ୯ଟା ୬ ମିନିଟରୁ ଅଗଷ୍ଟ ୧୨ ସକାଳ ୫ଟା ୨୨ ମିନିଟ ପର୍ଯ୍ୟନ୍ତ ଜନ୍ମାଷ୍ଟମୀର ଶୁଭ ମୁହୂର୍ତ୍ତ ରହିଛି।

ଦେଶବ୍ୟାପୀ ଉତ୍ସାହ କିନ୍ତୁ ନିଆରା ଭାବରେ
ଭୁବନେଶ୍ବରର ଇସ୍କନ ମନ୍ଦିରରେ ଚଳିତ ବର୍ଷ ଭକ୍ତଙ୍କ ଭିଡ଼ ସିନା ନାହିଁ, କିନ୍ତୁ ମନ୍ଦିର ଭିତରେ ପାରମ୍ପରିକ ପୂଜାର୍ଚ୍ଚନା ନୀତି ନିୟମ ଅନୁସାରେ ସମ୍ପାଦିତ ହେଉଛି। ଜମ୍ମୁ-କଶ୍ମୀରରେ ପ୍ରତିବର୍ଷ ବାହାରୁ ଥିବା ଶ୍ରୀକ୍‌ଷ୍ଣଙ୍କ ଶୋଭାଯାତ୍ରା ଓ ନଗର କୀର୍ତ୍ତନ ଏ ବର୍ଷ ବନ୍ଦ ରହିଛି। କେରଳର ତିରୁଅନନ୍ତପୁରମରେ ମଧ୍ୟ ଶୋଭାଯାତ୍ରା ଓ କ୍‌ଷ୍ଣବେଶ ଧାରୀମାନଙ୍କୁ ଦେଖିବାକୁ ମିଳି ନାହିଁ। ମୁମ୍ବାଇର ପ୍ରସିଦ୍ଧ ଦହିହାଣ୍ଡିର ବିଶେଷ ଆୟୋଜନକୁ କୋରୋନା ପାଇଁ ବାତିଲ କରାଯାଇଛି। କିନ୍ତୁ ସନାତନ ପରମ୍ପରାରେ ଭଗବାନ ଶ୍ରୀକ୍‌ଷ୍ଣଙ୍କ ପାଇଁ ଭକ୍ତମାନଙ୍କ ଆବେଗରେ କୌଣସି ଊଣା ପରିଲକ୍ଷିତ ହୋଇନାହିଁ। ଘରେ ଘରେ ପୂଜା, ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତି ଓ ଉପବାସ ବିଧି ପାଳିତ ହୋଇଛି। ଚନ୍ଦ୍ର ଦର୍ଶନ ପରେ ବ୍ରତ ପାରାୟଣ କରାଯିବ। ଚଳିତ ଥର ଚନ୍ଦ୍ରୋଦୟ ରାତି ୧୧ଟା ୪୧ରେ ହେଉଛି। ଅଗଷ୍ଟ ୧୨ର ଚନ୍ଦ୍ରୋଦୟ ୧୨ଟା ୧୮ରେ ହେବ। ମାଖନ ଏବଂ ମିଶ୍ରି ଶ୍ରୀକ୍‌ଷ୍ଣଙ୍କ ପ୍ରିୟ। ଏଣୁ ଭକ୍ତମାନେ ଏସବୁ ଭୋଗ ଚଢ଼ାଇବା ପାଇଁ ପଣ୍ଡିତ ବିନୋଦ ତ୍ରିପାଠୀ ପରାମର୍ଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ