ଆଣ୍ଡାମାନ୍ ନିକୋବର ବାସିନ୍ଦାଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିବ କେବଲ୍ ସଂଯୋଗ: ମୋଦି


ସୋମବାର ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ କେବଲ୍ ମାଧ୍ୟମରେ ଯୋଡ଼ି ହୋଇଛି ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜ। ଯୋଗାଯୋଗ କ୍ଷେତ୍ରରେ ଏହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସୋମବାର ଦିନଟି ବେଶ୍ ଗୁରୁତ୍ବପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚେନ୍ନାଇରୁ ପୋର୍ଟବ୍ଲେୟାର୍ ପର୍ଯ୍ୟନ୍ତ ସମୁଦ୍ର ତଳେ ଅପଟିକାଲ୍ ଫାଇବର୍ କେବଲ୍ (ଓଏଫସି) ଯୋଗାଯୋଗର ଶୁଭାରମ୍ଭ କରିଛନ୍ତି। ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜର ଜନସାଧାରଣଙ୍କୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ଯୋଗାଯୋଗ କରିବା ସକାଶେ କେନ୍ଦ୍ର ସରକାର ପ୍ରତିବଦ୍ଧ ଥିବା ବେଳେ ଏହା ସେମାନଙ୍କ ଅଞ୍ଚଳର ଜନସାଧାରଣଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିପାରିବ। ଛାତ୍ରଛାତ୍ରୀମାନଙ୍କ ଅନଲାଇନ୍ କ୍ଲାସ୍‌ଠାରୁ ଆରମ୍ଭ କରି ପର୍ଯ୍ୟଟନ, ବ୍ୟାଙ୍କିଙ୍ଗ, ଶପିଙ୍ଗ୍ ଓ ଟେଲି ମେଡିସିନ୍ ଆଦି କ୍ଷେତ୍ରରେ ହଜାର ହଜାର ବାସିନ୍ଦା ଉପକ୍‌ତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ଡଜନେରୁ ଊର୍ଦ୍ଧ୍ବ ଦ୍ବୀପପୁଞ୍ଜରେ ବସବାସ କରୁଥିବା ଲକ୍ଷ ଲକ୍ଷ ଜନତାଙ୍କ ପାଇଁ ଆଜିର ଦିନଟି ବେଶ୍ ମହତ୍ତ୍ବପୂର୍ଣ୍ଣ। ଏହାଛଡ଼ା ଦେଶ ପାଇଁ ମଧ୍ୟ ଏକ ଖୁସିର ଖବର। ଦେଶରେ ଜନସାଧାରଣଙ୍କ ଜୀବନଯାପନ ଧାରଣର ମାନକୁ ଉନ୍ନତ କରିବା ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ପ୍ରକଳ୍ପର ଆକାର ଯେତେ ବଡ଼, ତାହାକୁ ପୂରଣ କରିବା ମଧ୍ୟ ସେଇ ଅନୁପାତରେ କଠିନ। ଦ୍ବୀପପୁଞ୍ଜରେ ବସବାସ କରୁଥିବା ଜନସାଧାରଣଙ୍କ ସକାଶେ ଏପରି ମୌଳିକ ସୁବିଧା ଯୋଗାଇ ଦେବାର ଆବଶ୍ୟକତା ଯଥେଷ୍ଟ ପୂର୍ବରୁ ଅନୁଭୂତ ହୋଇଆସୁଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ସମସ୍ତ ପ୍ରକାର ବାଧାବିଘ୍ନକୁ ପଛରେ ପକାଇ ଏହି ପ୍ରକଳ୍ପ ପୂର୍ଣ୍ଣତା ଲାଭ କରିଛି ଓ ଜନସାଧାରଣ ଏହାର ଫାଇଦା ପାଇପାରିବେ, ଏହା ସବୁଠାରୁ ବଡ଼ ଖୁସିର ଖବର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଣ୍ଡାମାନ୍ ଦ୍ବୀପପୁଞ୍ଜର ପ୍ରାକୃତିକ ଶୋଭାରାଜା ଦେଶ ଓ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଆସିଥିବା ବେଳେ ଦ୍ରୁତଗତି ସମ୍ପନ୍ନ ଇଣ୍ଟରନେଟ୍ ପର୍ଯ୍ୟଟକମାନଙ୍କ ପାଇଁ ପ୍ରାଥମିକତା ହୋଇଆସିଥିବାରୁ ଏବେ ଏଠାକାର ପର୍ଯ୍ୟଟନ ଶିଳ୍ପ ଆହୁରି ଆଗକୁ ବଢ଼ିପାରିବ ବୋଲି ମୋଦି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ