ଆଇପିଏଲ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କଲା ବିସିସିଆଇ


ଆଇପିଏଲ ପାଇଁ ବିସିସିଆଇ ଟାଇଟଲ ପ୍ରାୟୋଜକ ସକାଶେ ଟେଣ୍ଡର ଆହ୍ବାନ କରିଛି। କେବଳ ଆସନ୍ତା ସାଢ଼େ ୪ ମାସ ପାଇଁ ବୋର୍ଡ ପକ୍ଷରୁ ଟାଇଟଲ ପ୍ରାୟୋଜକ ରହିବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଟାଇଟଲ ପ୍ରାୟୋଜକ ପଦରୁ ଓହରିଥିବା ଭିଭୋ ୫ ବର୍ଷ ସକାଶେ ୪୪୦ କୋଟି ଟଙ୍କାରେ ପ୍ରାୟୋଜକ ଅଧିକାର ପାଇଥିଲା। ତେଣୁ ଏବେ କେବଳ ସାଢ଼େ ୪ ମାସ ପାଇଁ ଆଗ୍ରହୀ କେଉଁ କମ୍ପାନୀ ପ୍ରାୟୋଜକ ହେବାକୁ ଟେଣ୍ଡରରେ ସାମିଲ  ହେବେ ତାହା ଆସନ୍ତା ୧୮ ତାରିଖରେ ସ୍ପଷ୍ଟ ହେବ ବୋଲି ବୋର୍ଡ ସମ୍ପାଦକ ଜୟ ଶାହ ଜାରି କରିଥିବା ନିର୍ଦେଶନାମାରୁ ଜଣାପଡ଼ିଛି।  ଅଗଷ୍ଟ ୧୪ ଭିତରେ ଆଗ୍ରହୀ ସଂସ୍ଥା ଆଇପିଏଲର ଟାଇଟଲ ପ୍ରାୟୋଜକ ହେବାକୁ ଆବେଦନ କରିପାରିବେ ବୋଲି କୁହାଯାଇଛି।

ଏଥିପାଇଁ ଏକ ୧୩ ସୂତ୍ରୀ ଗାଇଡଲାଇନ ମଧ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ପ୍ରମୁଖ ଭାଗରେ କୁହାଯାଇଛି ଯେ ଅଧିକ ଅର୍ଥ ଦେବା ପାଇଁ ଆବେଦନ କରିଥିବା ସଂସ୍ଥାକୁ ପ୍ରାୟୋଜକ ଅଧିକାର ଦେବାକୁ ବୋର୍ଡ ବାଧ୍ୟ ନୁହେଁ। ବୋର୍ଡ ଟେଣ୍ଡରରେ ସାମିଲ ହେବାକୁ ଚାହୁଁଥିବା ସଂସ୍ଥାର ସବୁ ଟ୍ରାକ ରେକର୍ଡ ଯାଞ୍ଚ କରିବା ପରେ ହିଁ ପ୍ରାୟୋଜକ ଅଧିକାର ପ୍ରଦାନ କରିବ ବୋଲି କୁହାଯାଇଛି। ଯେଉଁ ସଂସ୍ଥାକୁ ଟାଇଟଲ ପ୍ରାୟୋଜକ ଅଧିକାର ମିଳିବ ଏହି ଅଧିକାର ୧୮ ଅଗଷ୍ଟ ୨୦୨୦ରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। ଏଥିସହ ଆହୁରି କୁହାଯାଇଛି ଯେ ଯେଉଁ ସଂସ୍ଥାର ବାର୍ଷିକ ଟର୍ଣ୍ଣଓଭର ୩୦୦ କୋଟି ହୋଇଥିବ ସେହିପରି ସଂସ୍ଥା ହିଁ ଟାଇଟଲ ପ୍ରାୟୋଜକ ହେବାକୁ ଆବେଦନ କରିପାରିବେ। ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଚଳି ଗ୍ରୁପ ମଧ୍ୟ ଆଇପିଏଲ ପ୍ରୟୋଜକ ପାଇବାକୁ ଆଗ୍ରହୀ ଥିବା ସୂଚନା ମିଳିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ