ୟୁଏଇରେ ଆଇପିଏଲ ପାଇଁ ଲିଖିତ ଅନୁମତି ମିଳିଛି: ବ୍ରିଜେଶ ପଟେଲ


ୟୁଏଇରେ ଆଇପିଏଲ-୨୦୨୦ ଆୟୋଜନ ନେଇ ଅନୁମତି ମିଳିଛି ବୋଲି ସ୍ପଷ୍ଟ କରିଛନ୍ତି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ। ଏଥିସହ ପଟେଲ କହିଛନ୍ତି ଯେ ଆଇପିଏଲ ଟାଇଟଲ ପ୍ରାୟାଜକ ପଦରୁ ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଓହରି ଯାଇଥିବାରୁ ଆସନ୍ତା ୧୮ ଭିତରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ଲକ୍ଷ୍ୟ ରଖା ଯାଇଛି। କିଏ ଆଇପିଏଲର ଟାଇଟଲ ପ୍ରାୟୋଜକ ହେବ ତାହା ଚୂଡ଼ାନ୍ତ ହେବ। ବାବା ରାମଦେବଙ୍କ ପତଞ୍ଜଳି ଆଇପିଏଲର ପ୍ରାୟୋଜକ ହେବାକୁ ଆଗ୍ରହ ଦେଖାଇଥିବା କୁହାଯାଉଛି। ଭିଭୋ ଟାଇଟଲ ପ୍ରାୟାଜକ ବାବଦକୁ ୪୪୦ କୋଟି ଟଙ୍କା ଦେବାକୁ ଥିଲା। ତେଣୁ ନୂଆ ପ୍ରାୟୋଜକ କିଏ ହେବ ଏନେଇ ଆଇପିଏଲ ଫ୍ରାଞ୍ଚାଇଜିକୁ କେତେ ଅର୍ଥ ଆସିବ ତାହା ଖୁବ ଶୀଘ୍ର ଜଣାପଡ଼ିବ ବୋଲି ପଟେଲ କହିଛନ୍ତି।

ଏକ ଜାତୀୟ ଖବର ସରବରାହ ସଂସ୍ଥାର ପ୍ରଶ୍ନର ଉତ୍ତରରେ ବ୍ରିଜେଶ କହିଛନ୍ତି ଯେ ପ୍ରଥମେ ସରକାର ମୌଖିକ ଭାବେ ଅନୁମତି ଦେଲା ପରେ ଆମେ ଆଇପିଏଲ ଆୟୋଜନ ନେଇ ୟୁଏଇ କ୍ରିକେଟ ବୋର୍ଡକୁ କହିଥିଲୁ। ଏହା ଭିତରେ ସରକାର ଆମକୁ ଲିଖିତ ଭାବେ ଅନୁମତି ମିଳିସାରିଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଓ ବୈଦେଶିକ ମନ୍ତ୍ରାଳୟ ଏନେଇ ଅନୁମତି ଦେଇ ସାରିଛନ୍ତି। ଅଗଷ୍ଟ ୨୦ ତାରିଖ ସୁଦ୍ଧା ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜିକୁ ୟୁଏଇରେ ପହଞ୍ଚିବାକୁ କୁହାଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ଖେଳାଯିବାକୁ ଥିବା ଏହି ମେଗା ଇଭେଣ୍ଟ ପାଇଁ ଖେଳାଳିଙ୍କ ପାଇଁ ଥିବା କ୍ବାରେଣ୍ଟାଇନ ନିୟମ ମଧ୍ୟ ପାଳନ କରାଯିବ ବୋଲି ବ୍ରିଜେଶ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ