ମେଘାଳୟରେ ଭାରତର ସବୁଠାରୁ ସଫା ନଦୀ, କାଚକେନ୍ଦୁ ଭଳି ଏହାର ପାଣି


ବଦ୍ଧିର୍ତ ଜନସଂଖ୍ୟା, ଗ୍ଲୋବାଲ ୱାର୍ମିଂ, ମେରାଇନ୍ ପଲ୍ୟୁସନ ଆଶଙ୍କା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଲୋକଙ୍କୁ ସଚେତନ କରାଇବା ଲାଗି ମିଳିତ ଜାତିସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଜୁନ୍ ୫ରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ। ଏପରିସ୍ଥଳେ ଏଠାରେ ଭାରତର ସବୁଠାରୁ ସଫା ନଦୀ ସମ୍ପର୍କରେ ସୂଚନା ଦିଆଯାଇଛି। ମେଘାଳୟର ଉମନଗୋଟ ନଦୀକୁ ଦେଶର ସବୁଠାରୁ ପରିସ୍କାର ନଦୀର ସମ୍ମାନ ମିଳିଛି। ଏହି ନଦୀର ପାଣି ଏତେ ସ୍ବଚ୍ଛ ଯେ ଡଙ୍ଗା କାଚ ଉପରେ ଭାସୁଥିବା ଭଳି ନଜର ଆସିବ। ଏହା ଶିଲଂଠାରୁ ୮୫ କିମି ଦୂର। ଭାରତ-ବାଂଲାଦେଶ ସୀମା ନିକଟବର୍ତ୍ତୀ ପଶ୍ଚିମ ଜୟନ୍ତିଆ ହିଲ୍ସ ଅଧୀନରେ ଥିବା ଦାୱିକ୍ ସହର ଦଇ ଗତି କରୁଛି। ଲୋକେ ଏହାକୁ ପାହାଡ଼ରେ ଲୁଚି ରହିଥିବା ସ୍ବର୍ଗ ବୋଲି ମଧ୍ୟ କହନ୍ତି। ଏହି ନଦୀ ସଫା ରହିବାର କାରଣ ହେଉଛି ଏଠାରେ ବସତି ସ୍ଥାପନ କରିଥିବା ଆଦିବାସୀ ସମ୍ପ୍ରଦାୟର ପିଢ଼ି ପରେ ପିଢ଼ି ଚାଲି ଆସିଥିବା ପରମ୍ପରାର ପ୍ରଭାବ।

ସ୍ବଚ୍ଛତା ଏହି ଆଦିବାସୀ ସମ୍ପ୍ରଦାୟର ସଂସ୍କୃତିରେ ରହିଛି, ଯାହାର ତଦାରଖ ବୟସ୍କମାନେ କରୁଛନ୍ତି। ଉମନଗୋଟ ନଦୀ ଦାୱିକ, ଦରାଙ୍ଗ ଓ ଶେନାଣ୍ଡେଙ୍ଗା ନାମକ ତିନୋଟି ଗାଁ ଦେଇ ବହୁଛି। ଏହି ତିନୋଟି ଗାଁର ଲୋକେ ଉମନଗୋଟ ନଦୀର ସ୍ବଚ୍ଛତା ଦାୟିତ୍ବ ନେଇଛନ୍ତି। ଋତୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଅନୁସାରେ ମାସରେ କିଛି ଦିନ କମ୍ୟୁନିଟି ଡେ’ ହୋଇଥାଏ। ଏହି ଦିନରେ ଗାଁର ପ୍ରତ୍ୟେକ ଘରୁ ଅତିକମରେ ଜଣେ ଲୋକ ନଦୀ ସଫା କରିବାକୁ ଆସିଥାନ୍ତି। ଗାଁରେ ପାଖାପାଖି ୩୦୦ ଘର ରହିଛି ଓ ସମସ୍ତେ ମିଳିମିଶି ଏହାର ସଫା କରିବା ଦାୟିତ୍ବ ନେଇଛନ୍ତି। ଅଳିଆ ଆବର୍ଜନା ଏଣେ ତେଣେ ଫିଙ୍ଗିଲେ ୫୦୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଏ। ଏଠାକୁ ନଭେମ୍ବରରୁ ଏପ୍ରିଲ ମଧ୍ୟରେ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥାନ୍ତି। ଏହି ନଦୀରେ ବର୍ଷାଦିନେ ନୌକା ଚଳାଚଳ ବନ୍ଦ ରଖାଯାଏ। ଏହି ନଦୀର ପାଣି କାଚ ଭଳି। ଉମନଗୋଟ ନିକଟ ମାଲିନ୍ନଙ୍ଗ ଗାଁକୁ ଏସିଆର ସବୁଠାରୁ ପରିସ୍କାର ଗାଁ ଭାବେ ସ୍ଥାନିତ କରାଯାଇଛି।

ଉମନଗୋଟ ନଦୀରେ ପ୍ରଚୁର ପରିମାଣର ମାଛ ଅଛନ୍ତି। ଶୀତଦିନେ ଏହା ଆହୁରି ଅଧିକ ପରିସ୍କାର ଓ ସ୍ବଚ୍ଛ ନଜର ଆସିଥାଏ। ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଅଳିଆ ଆବର୍ଜନା ଏଣେତେଣେ ନ ଫିଙ୍ଗିବାକୁ ଚେତାବନୀ ଦିଆଯାଇଥାଏ। ଯଦି ସେମାନେ ଏପରି ନ କରନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥାଏ। ଏଠାକୁ ଯିବା ଲାଗି ଆପଣ ନିଜ ଗାଡ଼ି ମଧ୍ୟ ନେଇପାରିବେ। କାରଣ ସଡ଼କ ସହିତ ଏହା ଭଲ ଭାବେ ଯୋଡ଼ି ହୋଇ ରହଛି। ଯଦି ଆପଣ ଟ୍ରେନରେ ଯିବାକୁ ଚାହୁଛନ୍ତି, ଗୌହାଟୀ ରେଳଷ୍ଟେସନ ଆପଣଙ୍କୁ ନିକଟତର ରହିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ