ଦେଶୀ ଷ୍ଟାଇଲରେ ତିଆରି କରନ୍ତୁ ମଶରୁମ୍ ବର୍ଗର


କେତେବେଳେ କାମର ବୋଝ ତ ଆଉ କେତେବେଳେ ଆଳସ୍ୟ କାରଣରୁ ଘରେ ଖାଦ୍ୟ ତିଆରି କରିବାକୁ ଆମେ ଇଚ୍ଛା କରି ନ ଥାଉ। ତେଣୁ ବାହାରୁ ଅର୍ଡର କରି ପିଜ୍ଜା, ବର୍ଗରରେ କାମ ଚଳାଇ ଦେଇଥାଉ। କୋରୋନା ଭାଇରସ ଡରରେ ବାହାରୁ ଖାଇବା ମଧ୍ୟ ଏବେ ନିରାପଦ ଲାଗୁନି। ତେଣୁ ଘରେ ଆପଣ ତିଆରି କରିପାରିବେ ମଶରୁମ ବର୍ଗର।

କ’ଣ ଦରକାର
୨୦୦ ଗ୍ରାମ୍ ଛୋଟ ଛୋଟ କଟାଯାଇଥିବା ମଶରୁମ, ୨ ଟେବଲସ୍ପୁନ୍ ଅଲିଭ୍ ଅଏଲ, ୪୦୦ ଗ୍ରାମ୍ ସିଝା ରାଜମା କିମ୍ବା ବ୍ଲାକ୍ ବିନ୍ସ, ୭୦ ଗ୍ରାମ ଛୋଟ ଛୋଟ କଟାଯାଇଥିବା ଅଖରୋଟ, ୧ଚାମଚ ଜିରା, ୧ ଚାମଚ ଧନିଆ, ୨ଟି କଟା ରସୁଣ, ୪ ଟେବଲସ୍ପୁନ୍ ବ୍ରେଡ୍ କ୍ରମ୍ବସ୍, ଲୁଣ, ଗୋଲମରିଚ ଗୁଣ୍ଡ, ୧୭୦ ଗ୍ରାମ ଗ୍ରୀକ୍ ୟୋଗର୍ଟ, ୧ଟି ଲେମ୍ବୁର ରସ କାକୁଡ଼ି ସାଲାଡ଼ ପାଇଁ ୧୫୦ ଗ୍ରାମ୍ ପତଳା ଭାବେ କଟାଯାଇଥିବା କାକୁଡ଼ି, କିଛି ବାଦାମ, ୧ ଟେବଲସ୍ପୁନ୍ ଲେମ୍ବୁ ରସ ଓ ଅଲିଭ୍ ଅଏଲ।

ପ୍ରସ୍ତୁତି ପ୍ରଣାଳୀ
ନନଷ୍ଟିକ ପ୍ୟାନରେ ତେଲ ଗରମ କରି ମଶରୁମକୁ ଲୁଣ ପକାଇ ପାଣି ଶୁଖିବା ଯାଏ ଭଲଭାବେ ଭାଜନ୍ତୁ। ଏବେ ଏଥିରେ ସିଝା ରାଜମା, ଅଖରୋଟ, ଜିରା, ଧନିଆ, ରସୁଣ ଓ ବ୍ରେଡ୍ କ୍ରମ୍ବସ୍ ପକାଇ ଟିକ୍କି ତିଆରି କରନ୍ତୁ। ଏହାକୁ ଡିପ୍ ଫ୍ରାଏ କିମ୍ବା ପ୍ୟାନରେ ସ୍ୟାଲୋ ଫ୍ରାଏ କରନ୍ତୁ। ଏକ ପାତ୍ରରେ ଦହି, ଲେମ୍ବୁ ରସ, ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହାକୁ ଅଲଗା ରଖନ୍ତୁ। ସାଲାଡ଼ର ସମସ୍ତ ସାମଗ୍ରୀ ବ୍ୟବହାର କରି ସାଲାଡ଼ ପ୍ରସ୍ତୁତ କରନ୍ତୁ। ତା’ପରେ ବର୍ଗର ବନ୍ ସେକନ୍ତୁ। ଏହା ଉପରେ ଦହି ମିକ୍ସର ଲଗାଇ, ମଶରୁମ୍ ଟିକ୍କି ରଖନ୍ତୁ। ଏହା ଉପରେ ସାଲାଡ଼ ରଖି ଅନ୍ୟ ବନ୍ ରଖନ୍ତୁ। ଏହାକୁ ଗରମ ଗରମ ଖାଆନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ