ଅର୍ଥଦାନ ମହାପୁଣ୍ୟ: ଜାଣନ୍ତୁ ବିଶ୍ବର ଟପ ୫ ଧନୀ, କେତେ ଦେଇଛନ୍ତି ଦାନ


ବିଶ୍ବରେ ଦୁଇ ପ୍ରକାର ଶିଳ୍ପପତି ବା ବ୍ୟବସାୟୀ ଅଛନ୍ତି। ପ୍ରଥମ ବର୍ଗର ବ୍ୟବସାୟୀମାନେ କେବଳ ନିଜର ବ୍ୟବସାୟ ପ୍ରତି ମନୋନିବେଶ କରିଥାନ୍ତି ଏବଂ ବ୍ୟବସାୟ ସାମ୍ରାଜ୍ୟ ଭିତରେ ଡୁବି ରହିଥାନ୍ତି ଏବଂ ବେଳେ ବେଳେ ଛୋଟମୋଟ ସମାଜସେବା କାମରେ ସାମାନ୍ୟ ଅର୍ଥ ବିନିଯୋଗ କରିଥାନ୍ତି। ଦ୍ବିତୀୟ ବର୍ଗର ଶିଳ୍ପପତିମାନେ ନିଜ ଜୀବନ ସାରା ରୋଜଗାରର ବଡ଼ ଅଂଶ ପରୋପକାର କାମରେ ଖର୍ଚ୍ଚ କରିଥାନ୍ତି। ସାରା ବିଶ୍ବର ବିଭିନ୍ନ ଦେଶର ଏଭଳି ପରୋପକାରୀ ବ୍ୟବସାୟୀ ମାନଙ୍କ ସାମାଜିକ ସହାୟତାର ଅନେକ ଦ୍‌ଷ୍ଟାନ୍ତ ଦେଖିବାକୁ ମିଳୁଥିବା ବେଳେ ଆମେ ଏ ଲେଖାରେ ବିଶ୍ବର ଟପ ୫ ଧନୀଙ୍କ ମଧ୍ୟରୁ ଜନକଲ୍ୟାଣ ପାଇଁ କିଏ କେତେ ଅଧିକ ଦାନ କରିଛନ୍ତି ସେ ସମ୍ପର୍କିତ ଆମର ଉପସ୍ଥାପନା।

୩ ଅରବ ଡଲାର ଦାନ କରିଛନ୍ତି ବେଜୋସ
ବ୍ଲୁମବର୍ଗ ବିଲିଅନେଆର ଇଣ୍ଡେକ୍ସ ଅନୁଯାୟୀ ଆମାଜନର ସଂସ୍ଥାପକ ଜେଫ ବେଜୋସ ବିଶ୍ବର ସବୁଠୁ ବଡ଼ ଧନୀ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୮୭ ଅରବ ଡଲାର। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୭୨ ଅରବ ଡଲାରର ଅଧିକ ଲାଭ ଯୋଡ଼ିହୋଇଛି। ୨୦୧୯ ଶେଷ ସୁଦ୍ଧା ସେ ମୋଟ ୩ ଅରବ ଡଲାର ଅର୍ଥ ଦାନ କରିଛନ୍ତି।

୫୦ ଅରବ ଡଲାର ଦାନ କରିଛନ୍ତି ବିଲ ଗେଟସ
ଏହି ତାଲିକାର ଦ୍ବିତୀୟ ନମ୍ବରରେ ଅଛନ୍ତି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟସ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨୧ ଅରବ ଡଲାର। ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୭.୫ ଅରବ ଡଲାରର ଅଧିକ ଲାଭ ଯୋଡ଼ିହୋଇଛି। ସେ ତାଙ୍କର ପୂରା ବ୍ୟବସାୟିକ କ୍ୟାରିଅର ମଧ୍ୟରେ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ପାଇଁ ୫୦ ଅରବ ଡଲାର ଦାନ କରିଛନ୍ତି। ବିଲ ଗେଟସ ବ୍ୟବସାୟ ଜଗତରୁ ଅବସର ନେଇସାରିଛନ୍ତି ଏବଂ ପତ୍ନୀ ମିଲିଣ୍ଡା ଗେଟସଙ୍କ ସହ ମିଶି ବିଲ ଆଣ୍ଡ ମିଲିଣ୍ଡା ଗେଟସ ଫାଉଣ୍ଡେସନର ପରିଚାଳନା କରୁଛନ୍ତି।

ଜୁକରବର୍ଗ ଦେଇଛନ୍ତି ୪ ଅରବ ଡଲାର
ବିଶ୍ବର ସବୁଠୁ ବଡ଼ ଧନୀ ମାନଙ୍କ ତାଲିକାର ତ୍‌ତୀୟ ସ୍ଥାନରେ ଥିବା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୧୦୨ ଅରବ ଡଲାର। ଚଳିତବର୍ଷରେ ସବୁଠୁ ଅଧିକ ୨୩.୩ ଅରବ ଡଲାରର ଲାଭ ଅର୍ଜନ କରିଛନ୍ତି। ସେ ୨୦୧୮ ଡିସେମ୍ବର ଶେଷ ସୁଦ୍ଧା ୪ ଅରବ ଡଲାର ଦାନ କରିଥିଲେ। କୋରୋନା ମହାମାରୀର ସଙ୍କଟ ସମୟରେ ମଧ୍ୟ ଫେସବୁକ ଓ ଏହାର ପ୍ରତିଷ୍ଠାତାଙ୍କ ବିପୁଳ ଲାଭ ହୋଇଛି। ନିକଟରେ ଫେସବୁକ ଓ ଜିଓ ମଧ୍ୟରେ ବଡ଼ ଧରଣର ନିବେଶ ଯୋଜନା ଚୂଡ଼ାନ୍ତ ହୋଇଛି।

ବିଶ୍ବର ଚତୁର୍ଥ ଧନୀ ମୁକେଶ ଅମ୍ବାନୀ, ଖୋଲା ହାତରେ ଦେଇଥାନ୍ତି ଦାନ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୮୦.୭ ଅରବ ଡଲାର। ଚଳିତ ବର୍ଷ ତାଙ୍କର ମୋଟ ୨୨ ଅରବ ଡଲାର ଲାଭ ହୋଇଛି। ମୁକେଶ ଅମ୍ବାନୀ ବିଗତ ୪ ମାସ ମଧ୍ୟରେ ଜିଓ ପ୍ଲାଟଫର୍ମରେ ୧.୫ ଲକ୍ଷ କୋଟିରୁ ଅଧିକ ପାଣ୍ଠି ଏକାଠି କରିଛନ୍ତି। କୋରୋନା ମୁକାବିଲା ପାଇଁ ମୁକେଶ ପିଏମ କେୟାର୍ସ ପାଣ୍ଠିକୁ ୫୦୦ କୋଟି ଦାନ କରିଥିବା ବେଳେ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାରଙ୍କୁ ୫.୫ କୋଟି ଲେଖାଏଁ ଦାନ କରିଛନ୍ତି। ମୁକେଶ ୪୩୭ କୋଟି ଟଙ୍କା ଦାନ କରିଥିବା ଜଣାଯାଏ।

୨୨୬ ମିଲିଅନ ଡଲାର ଦେଇଛନ୍ତି ଆର୍ନୋଲ୍ଡୋ
ୟୁରୋପିଆନ ବିଜନେସମ୍ୟାନ ବର୍ଣ୍ଣାର୍ଡ ଆର୍ନୋଲ୍ଡୋ ବିଶ୍ବର ଧନୀମାନଙ୍କ ମଧ୍ୟରେ ୫ମ। ତାଙ୍କର ମୋଟ ସମ୍ପତ୍ତି ୮୦.୨ ଅରବ ଡଲାର। ଚଳିତ ବର୍ଷ ତାଙ୍କର ୨୫ ଅରବ ଡଲାରର ବଡ଼ କ୍ଷତି ହୋଇଛି। ଦାନ ଦେବାରେ ସେ ସବୁବେଳେ ଆଗ୍ରହ ଦେଖାଇଥାନ୍ତି।

ଅଭାବୀ ମଣିଷଙ୍କ କଥା ବୁଝିଛନ୍ତି ଭାରତର ବହୁ କୋଟିପତି
ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଶିବ ନାଦର ଶିବନାଦର ଫାଉଣ୍ଡେସନ ଜରିଆରେ ସମାଜସେବାରେ ନିୟୋଜିତ ଅଛନ୍ତି। ଗ୍ରାମୀଣ ଶିକ୍ଷା ଏବଂ ମେଧାବୀଙ୍କୁ ବ୍‌ତ୍ତି ତଥା ବିଦେଶରେ ଶିକ୍ଷା ପାଇଁ ୭୭୦ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି। ପିରାମଲ ଏଣ୍ଟରପ୍ରାଇଜର୍ସର ମାଲିକ ଅଜୟ ପିରାମଲ ୨୦୦ କୋଟି ଟଙ୍କା ଦାନ କରିଥିବା ବେଳେ ସଫ୍ଟୱେୟର କମ୍ପାନୀ ୱିପ୍ରୋର ଅଧ୍ୟକ୍ଷ ଥିବା ୭୪ ବର୍ଷୀୟ ଅଜିମ ହାସିମ ପ୍ରେମଜୀ ୨୧ ବିଲିଅନ ଡଲାର ଅର୍ଥରାଶି ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଆଦି ଗଦରେଜ ଏବଂ ପରିବାର ୯୬ କୋଟି, ଗୌତମ ଆଦାନୀ ୭୬ କୋଟି, ୟୁସୁଫ ଅଲ୍ଲୀ ମା ୭୦ କୋଟି, ସାଉଦି ଢୋଲକିଆ ୪୦ କୋଟି, ସାଇରସ ମିସ୍ତ୍ରୀ ୩୬ କୋଟି ଟଙ୍କା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ବିନିଯୋଗ କରିଛନ୍ତି।

ଭାରତ ଏବଂ ବିଶ୍ବ ଏଭଳି ଶହ ଶହ ମିଲିଅନେୟର ବିଲିଅନେୟରଙ୍କୁ ତିଆରି କରିଛି। ଅନେକେ ପିଢ଼ି ପରେ ପିଢ଼ି ଧରି ନିଜ ପରିବାରର ବ୍ୟବସାୟକୁ ଉତ୍ତରାଧୀକାରୀ ଭାବେ ହାସଲ କରି ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରାଚୁର୍ଯ୍ୟ ପାଇଛନ୍ତି। ଦେଶ ତଥା ବିଶ୍ବରେ ଗୁଣାତ୍ମକ ଜୀବନ ଓ ଅର୍ଥନୈତିକ ସ୍ବାଧୀନତାରେ ଧନୀ ଗରିବଙ୍କ ବ୍ୟବଧାନ ବଢ଼ି ବଢ଼ି ଚାଲିଛି। ଏଭଳି ଦ୍‌ଶ୍ୟପଟ୍ଟରେ ଗରିବଙ୍କ ଜୀବନରେ ଟିକିଏ ହସ ଫୁଟାଇବା ପାଇଁ ଅନେକ ଧନୀ ନିଜର ଯୋଗଦାନ ଦେବାରେ ଲାଗିଛନ୍ତି। କିନ୍ତୁ ଏଭଳି ଲୋକଙ୍କ ସଂଖ୍ୟା ନଗଣ୍ୟ। ସମାଜରୁ ଲାଭ ଯୋଗାଡ଼ କରୁଥିବା ସଂସ୍ଥାମାନେ ସୁସ୍ଥ ସମାଜ ପାଇଁ ଅଧିକ କିଛି ଦାୟିତ୍ବ ଉଠାଇବା ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ