ଜାଣନ୍ତୁ ଭାରତର ଧନୀ ମନ୍ଦିର ସମ୍ପର୍କରେ


ଭାରତରେ ଅନେକଗୁଡ଼ିଏ ଭବ୍ୟ ମନ୍ଦିର ରହିଛି। ବର୍ଷ ସାରା ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବାକୁ ଆସିଥାନ୍ତି। ମନ୍ଦିରର କାରୁକାର୍ଯ୍ୟ ଓ ମାନ୍ୟତା ମଧ୍ୟ ଅନେକ ମାତ୍ରାରେ ରହିଛି। ତେବେ ଦେଶରେ ଅନେକଗୁଡ଼ିଏ ମନ୍ଦିର ରହିଛି, ଯାହାଙ୍କ ସମ୍ପତ୍ତି ମଧ୍ୟ ଅଧିକ। ତେବେ ଚାଲନ୍ତୁ ଜାଣିବା ଦେଶର କେତେକ ଧନୀ ମନ୍ଦିର ସମ୍ପର୍କରେ।

କେରଳର ପଦ୍ମନାଭ ସ୍ବାମୀ ମନ୍ଦିର
କେରଳର ପଦ୍ମନାଭ ସ୍ବାମୀ ମନ୍ଦିର ଦେଶର ସବୁଠାରୁ ଧନୀ ମଧ୍ୟରେ ମଧ୍ୟରେ ଜଣାଶୁଣା। ଏହି ମନ୍ଦିରର ସମ୍ପତ୍ତି ପାଖାପାଖି ଦେଢ଼ ଲକ୍ଷ କୋଟି ବୋଲି ଜଣାପଡ଼ିଛି।

ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିର
ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିରକୁ ପ୍ରତ୍ୟେକ ବର୍ଷ ୬୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଦାନ ମିଳୁଥିବାବେଳେ ପ୍ରତ୍ୟେକ ବର୍ଷ ୮୩ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଡ଼ୁ ବିକ୍ରି ହୋଇଥାଏ।

ଜମ୍ମୁ-କଶ୍ମୀରର ବୈଷ୍ଣୋଦେବୀ ମନ୍ଦିର
ଜମ୍ମୁ କଶ୍ମୀରର କଟରା ପାଖରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରକୁ ପ୍ରତ୍ୟେକ ବର୍ଷ ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଦାନ ଆକାରରେ ମିଳିଥାଏ।

ମହାରାଷ୍ଟ୍ରର ଶିରିଡ଼ି ସାଇ ମନ୍ଦିର
ମହାରାଷ୍ଟ୍ରରେ ଅବସ୍ଥିତ ଶିରିଡ଼ି ସାଇ ମନ୍ଦିରକୁ ପ୍ରତ୍ୟେକ ବର୍ଷ ୩୬୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଦାନ ମିଳିଥାଏ।

ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର
ଶିଖ ସମ୍ପ୍ରଦାୟର ସବୁଠାରୁ ବଡ଼ ଗୁରୁଦ୍ବାର ଅମୃତସରରେ ଅବସ୍ଥିତ। ପ୍ରତ୍ୟେକ ବର୍ଷ ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ୫୦୦ କୋଟି ଟଙ୍କାର ଦାନ ଦେଇଥାନ୍ତି।

କେରଳର ସବରୀମାଲା ମନ୍ଦିର
ଭଗବାନ ଅୟପ୍ପାଙ୍କ ଦର୍ଶନ କରିବା ଲାଗି ଏହି ମନ୍ଦିରକୁ କୋଟିକୋଟି ଶ୍ରଦ୍ଧାଳୁ ଆସିଥାନ୍ତି। ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ୧୦୫ କୋଟି ଟଙ୍କାର ଦାନ ମିଳିଥାଏ।

ମହାରାଷ୍ଟ୍ରର ସିଦ୍ଧି ବିନାୟକ ମନ୍ଦିର
ଭଗବାନ ଗଣେଶଙ୍କ ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ୧୩୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଦାନ ମିଳିଥାଏ।

ତାମିଲନାଡ଼ୁର ମୀନାକ୍ଷୀ ମନ୍ଦିର
ଏହ ମନ୍ଦିରକୁ ଦୈନିକ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ପ୍ରତ୍ୟେକ ବର୍ଷ ଦାନ ସ୍ବରୂପ ଏହି ମନ୍ଦିରକୁ ପ୍ରାୟ ୬୦ କୋଟି ଟଙ୍କା ମିଳିଥାଏ।

ଓଡ଼ିଶାର ଜଗନ୍ନାଥ ମନ୍ଦିର
ଓଡ଼ିଶାର ପୁରୀରେ ଅବସ୍ଥିତ ଭଗବାନ ଜଗନ୍ନାଥ ଦରିଦ୍ରଙ୍କ ବନ୍ଧୁ ଭାବେ ମଧ୍ୟ ଜଣାଶୁଣା। ଏହି ମନ୍ଦିରର ବାର୍ଷିକ ଆୟ ୫୦ କୋଟି ଟଙ୍କା।

ଉତ୍ତର ପ୍ରଦେଶର କାଶୀ ବିଶ୍ବନାଥ ମନ୍ଦିର
ଭଗବାନ ଶିବଙ୍କ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ଏହି କାଶୀ ବିଶ୍ବନାଥ ମନ୍ଦିରରେ ପ୍ରତ୍ୟେକ ମାସରେ ଶ୍ରଦ୍ଧାଳୁମାନେ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଦାନ କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ