ହସ୍ତତନ୍ତର ପ୍ରଚାର ପ୍ରସାର ପାଇଁ ଶାଢ଼ି ପିନ୍ଧି ସହଯୋଗ ଲୋଡ଼ିଲେ ପ୍ରିୟଙ୍କା


୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଥିବା ବେଳେ ଅନେକ ବଲିଉଡ୍ ଅଭିନେତ୍ରୀ ସୋସାଲ ମିଡିଆରେ ନିଜର ଶାଢ଼ିପିନ୍ଧା ଫଟୋ ଶେୟାର କରି ଭାରତୀୟ ଟେକସଟାଇଲର ସୌନ୍ଦର୍ଯ୍ୟକୁ ଦର୍ଶାଇଛନ୍ତି। ଏହି କ୍ରମରେ ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ମନ୍ତ୍ରମୁଗ୍ଧ କରୁଥିବା ଥ୍ରୋବ୍ୟାକ୍ ପିକଚର ଶେୟାର କରିଛନ୍ତି। ଏଥିରେ ସେ ଏକ ପଶ୍ଚିମବଙ୍ଗର ହ୍ୟାଣ୍ଡଲୁମ୍ ଶାଢ଼ି ପିନ୍ଧିଛନ୍ତି। ପ୍ରିୟଙ୍କା ଟେକସଟାଇଲ୍ ଇଣ୍ଡଷ୍ଟ୍ରିକୁ ସମର୍ଥନ ଓ ସହଯୋଗ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ପ୍ରିୟଙ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଫଟୋ ଶେୟାର କରି ଲେଖିଛନ୍ତି ଯେ ଭାରତୀୟ ହସ୍ତତନ୍ତ୍ର ନିଜର ସ୍ବାତନ୍ତ୍ର ଓ କାରିଗରି ପାଇଁ ଜଣାଶୁଣା। ଚାଲନ୍ତୁ ଟେକସଟାଇଲ୍ ଇଣ୍ଡଷ୍ଟ୍ରୀର ସମସ୍ତ ବୁଣାକାର ଓ କଳାକାରଙ୍କୁ ସମର୍ଥନ କରିବା। ଏହି ଫଟୋରେ ଫ୍ୟାଶନ ଆଇକନ ପ୍ରିୟଙ୍କା ଏକ ଲେମନ ଗ୍ରୀନ୍ ରଙ୍ଗର ଜାମଦାନୀ ୱିଭ୍ ଶାଢ଼ି ପିନ୍ଧିଛନ୍ତି। ଫଟୋଟି ୨୦୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବାବେଳେ କ୍ଲିକ୍ କରାଯାଇଥିଲା।

ସେହିପରି ଜାହ୍ନବୀ କପୁର ମଧ୍ୟ ଏହି ଜାତୀୟ ହସ୍ତତନ୍ତ୍ର ଦିବସ ଅବସରରେ ଏକ ହ୍ୟାଣ୍ଡଲୁମ୍ ଶାଢ଼ିର ଫଟୋ ସୋସାଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ଜାହ୍ନବୀ ଲେଖିଛନ୍ତି ଯେ ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହା ମୋର ସବୁଠାରୁ ପସନ୍ଦର ଓ ସ୍ବତନ୍ତ୍ର ହ୍ୟାଣ୍ଡଲୁମ୍ ଶାଢ଼ି। ଆମ ଦେଶର ବୁଣାକାର ଓ କୁଶଳୀ କାରିଗରଙ୍କ ଦକ୍ଷତା ଓ ସୃଜନାଶୀଳତାର ତୁଳନା ବାସ୍ତବରେ କାହାରି ସହିତ କରାଯାଇପାରିବ ନାହିଁ। ସାରା ବିଶ୍ବରେ ଆମ ବୁଣାକାର ଶ୍ରେଷ୍ଠ ଭୋକାଲ ଫର୍ ହ୍ୟାଣ୍ଡମେଡ୍ ବୋଲି ଜାହ୍ନବୀ ଲେଖିଛନ୍ତି। ଏମାନଙ୍କ ବ୍ୟତୀତ ଶିଳ୍ପା ଶେଟ୍ଟୀ, କଙ୍ଗନା ରାନାୱତ, କ୍ୟାଟ୍ରିନା କେଫଙ୍କ ଭଳି ଅନେକ ବଲିଉଡ୍ ଅଭିନେତ୍ରୀ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ହ୍ୟାଣ୍ଡଲୁମ୍ ଶାଢ଼ି ଲୁକରେ ନଜର ଆସିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ