ପୋଡ଼ା ନନ୍‌ଷ୍ଟିକ୍ ବାସନକୁ ସହଜରେ କରନ୍ତୁ ସଫା


ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ନନ୍‌ଷ୍ଟିକ୍ ବାସନ ବ୍ୟବହାର କରୁଛନ୍ତି। କାରଣ ରୋଷେଇ କଲାବେଳେ ଏଥିରେ ଖାଦ୍ୟ ଲାଗି ନ ଥାଏ ଓ କମ୍ ତେଲରେ ମଧ୍ୟ ରୋଷେଇ ହୋଇଯାଇଥାଏ। ଅନେକ ସମୟରେ ରୋଷେଇ କରିବାବେଳେ ଏହା ପୋଡ଼ି ଯାଇଥାଏ। ତେବେ ଏହାକୁ କିପରି ସହଜରେ ସଫା କରିବେ ଚାଲନ୍ତୁ ଜାଣିବା।

ଅନ୍ୟ ଧାତୁରେ ତିଆରି ବାସନ ପୋଡ଼ିଗଲେ ଏହାକୁ ସଫା କରିବା ସମୟରେ ଆମେ ରଗଡ଼ି ରଗଡ଼ି ସଫା କରିଥାଉ। କିନ୍ତୁ ନନ୍‌ଷ୍ଟିକ୍ ବାସନରେ ଏପରି କରିବା ସମ୍ଭବ ନୁହେଁ। କାରଣ ଷ୍ଟିଲ୍ ସ୍କଚବାଇଟ୍ କିମ୍ବା ଅନ୍ୟ କୌଣସି ଜିନିଷ ବ୍ୟବହାର କରିବାକୁ ମନା କରାଯାଏ। କାରଣ ଯଦି ଆପଣ ଏଥିରେ ଏଭଳି କିଛି ଜିନିଷ ବ୍ୟବହାର କରୁଛନ୍ତି, ତେବେ ଏହାଦ୍ୱାର ବାସନର ନନ୍‌ଷ୍ଟିକ୍ କୋଟିଂ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଗରମ ପାଣି
ଯଦି ନନ୍‌ଷ୍ଟିକ୍ ବାସନ ପୋଡ଼ି ଯାଇଛି, ତେବେ ଏହାକୁ ସଫା କରିବା ଲାଗି ଗରମ ପାଣି ବ୍ୟବହାର କରନ୍ତୁ। ପୋଡ଼ି ଯାଇଥିବା ନନ୍‌ଷ୍ଟିକ୍ ବାସନରେ ପାଣି ଭର୍ତ୍ତି କରି ଏଥିରେ ଦୁଇ ଚାମଚ ଡିଶ୍ ଓ୍ୱାଶ ଲିକ୍ୟୁଇଡ ପକାନ୍ତୁ ଏହାକୁ ଏବେ ଗ୍ୟାସ୍ ଉପରେ ରଖି ପାଣି ଉତୁରିବାକୁ ଦିଅନ୍ତୁ। ଏବେ ଏହାକୁ ବାହାର କରି ପାଣିକୁ ହାଲୁକା ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ଓ ପରେ ସଫା ପାଣିରେ ଧୁଅନ୍ତୁ ନରମ ସ୍ପରେ ଏହାକୁ ସଫା କରନ୍ତୁ।

ଭିନେଗାର ଓ ଖାଇବା ସୋଡ଼ା
ପୋଡ଼ି ଯାଇଥିବା ନନ୍‌ଷ୍ଟିକ୍ ବାସନରେ ପାଣି ଓ ଡିଶ୍ ଓ୍ୱାଶ୍ ଲିକ୍ୟୁଇଡ ପକାଇ ଫୁଟାନ୍ତୁ। ଏହା ଉତୁରିବାବେଳେଳ ଏଥିରେ ଦୁଇ ଚାମଚ ଖାଇବା ସୋଡ଼ା ପକାଇ ଗ୍ୟସ୍ ବନ୍ଦ କରି ଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଖାଇବା ସୋଡ଼ା ନାହିଁ, ତେବେ ଭିନେଗାର ମଧ୍ୟ ବ୍ୟବହାର କରିପାରିବେ। ୨୦ ମିନିଟ୍ ପରେ ନରମ ସ୍ପଞ୍ଜରେ ଏହାକୁ ସଫା କରନ୍ତୁ।

ଲୁଣ
ଗରମ ପାଣିରେ ୫ ଚାମଚ ଲୁଣ ପକାଇ ମିଶାନ୍ତୁ। ଏବେ ଏହି ପାଣିକୁ ନନ୍‌ଷ୍ଟିକ୍ କୁକୱେର୍ରେ ଢାଳି ପାଖାପାଖି ୧୫ ମିନିଟ୍ ଛାଡ଼ି ଦିଅନ୍ତୁ। ଏହାକୁ ଏକ ନରମ ସ୍ପରେ ସଫା କରନ୍ତୁ। ତଥାପି ଦାଗ ନ ଛାଡ଼ିଲେ ପାଣିରେ ଲୁଣ ମିଶାଇ ଏହାକୁ ଫୁଟାନ୍ତୁ। କିଛି ସମୟ ଏପରି ରହିବାକୁ ଦିଅନ୍ତୁ। ଶେଷରେ ନରମ ସ୍ପଞ୍ଜରେ ଏହାକୁ ସଫା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ