ବର୍ଷାଦିନେ ତିଆରି କରନ୍ତୁ ବଟର ମସଲା କର୍ଣ୍ଣ


ବର୍ଷାଦିନେ ବାରମ୍ବାର କିଛି ନା କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଏପରି ସମୟରେ କିଛି ଖାଇଦେଲେ ଭୋକ ତ ମେଣ୍ଟିଯାଏ, ହେଲେ ସ୍ବାସ୍ଥ୍ୟ ପାଇଁ ଠିକ୍ ହୋଇ ନ ଥାଏ। ଏଠାରେ ଏପରି ଏମିତି ଏକ ରେସିପି ଦିଆଯାଇଛି, ଯାହା ସ୍ବାସ୍ଥ୍ୟ ପାଇଁ ହିତକର ହେବା ସହିତ ମଜାଦାର ମଧ୍ୟ ହୋଇଥାଏ। ଚାଲନ୍ତୁ ଜାଣିବା ବଟର ମସଲା କର୍ଣ୍ଣ ରେସିପି ସମ୍ପର୍କରେ।

କ’ଣ ଦରକାର
୨ଟି କର୍ଣ୍ଣ, ୧ ଟେବଲସ୍ପୁନ୍ କଟା ଧନିଆ ପତ୍ର, ୧ ଚାମଚ ଭଜା ଜିରା, ୧ ଚାମଚ ଲୁଣ, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ୨ ଚାମଚ ଚାଟ୍ ମସଲା, ୧ ଚାମଚ ଲେମ୍ବୁ ରସ, ୨ ଟେବଲସ୍ପୁନ୍ ତରଳା ଯାଇଥିବା ଲହୁଣୀ।

ପ୍ରସ୍ତୁତି ପ୍ରଣାଳୀ
ମକାକୁ ଭଲ ଭାବେ ସଫା କରି ଏହାକୁ ଦୁଇ ଇଞ୍ଚରେ କାଟି ଦିଅନ୍ତୁ। ଏବେ ତରଳା ଯାଇଥିବା ବଟରକୁ ବାକି ସମସ୍ତ ସାମଗ୍ରୀ ମିଶାଇ ଦିଅନ୍ତୁ। ମକାକୁ ଗ୍ଲାସରେ ଗ୍ରୀଲରେ ରଖି ଚାରି ପଟୁ ସେକି ଦିଅନ୍ତୁ। ଏହାକୁ ବାହାର କରି ବଟର ମିଲକକୁ ଭଲ ଭାବେ ଚାରିଆଡ଼କୁ ଲଗାନ୍ତୁ ଓ ଗରମ ଗରମ ପରଷନ୍ତୁ। ଆପଣ ଚାହିଲେ ମକାକୁ ରୋଷ୍ଟ କରିବା ବଦଳରେ ସିଝାଇ ମଧ୍ୟ ଏହା ଉପରେ ବଟର ମିକ୍ସ ଲଗାଇ ଖାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ