ଧର୍ମାନୁଷ୍ଠାନ ଖୋଲିବା ସପକ୍ଷରେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: କୋରୋନା ମହାମାରୀ ପାଇଁ ବିଭିନ୍ନ ରାଜ୍ୟରେ ଏବେ ବି ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ବଳବତ୍ତର ରହିଛି। ଧର୍ମୀୟ ସଦଭାବନା ଆଳରେ କାଳେ ଲୋକେ ସମାଜିକ ଦୂରତ୍ବ କଟକଣା ନ ମାନିବେ, ସେଥିପାଇଁ ଧର୍ମୀୟ ପୀଠକୁ ବନ୍ଦ ରଖାଯାଇଛି। ମାତ୍ର ଝାଡ଼ଖଣ୍ଡର ସାଂସଦ ନିଶିକାନ୍ତ ଦୁବେ ଏନେଇ ଦାଏର କରିଥିବା ଏକ ପିଟିସନର ଶୁଣାଣି ବେଳେ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଧର୍ମୀୟ ଅନୁଷ୍ଠାନ ସାମୟିକ ଭାବେ ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଏପରିକି ବିଶେଷ ମୁହୂର୍ତ୍ତରେ ଭକ୍ତଙ୍କ ପାଇଁ ଖୋଲି ରଖିବାକୁ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ ‘ଇ-ଦର୍ଶନ ଇଜ୍ ନୋ ଦର୍ଶନ’। ଅର୍ଥାତ ସବୁ କାର୍ଯ୍ୟ ‘ଇ’ ଜରିଆରେ ସମ୍ଭବ ନୁହେଁ।

ସାଂସଦ ନିଶିକାନ୍ତ ଦୁବେ ଝାଡ଼ଖଣ୍ଡର ଦେଓଘରରେ ଥିବା ବାବା ବୈଦ୍ୟନାଥ ଜୋର୍ତିଲିଙ୍ଗ ମନ୍ଦିର ଓ ବୈକୁଣ୍ଠନାଥରେ ଥିବା ବାସୁକୀନାଥ ମନ୍ଦିର ଖୋଲିବା ପାଇଁ ଅନୁମତି ଦେବା ସକାଶେ ପ୍ରଥମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ହାଇକୋର୍ଟ ତାଙ୍କ ପିଟିସନକୁ ଅଗ୍ରାହ୍ୟ କରିବା ସେ ଏହା ବିରୋଧରେ ସୁପ୍ରିମକୋର୍ଟକୁ ଆସିଥିଲେ। ସର୍ବୋଚ୍ଚ କୋର୍ଟ ଏନେଇ ରାଜ୍ୟ ସରକାର ଓ ସାଂସଦ ନିଶିକାନ୍ତଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ କହିଛନ୍ତି ଯେ ବର୍ତ୍ତମାନ ଅନଲକ ପର୍ଯ୍ୟାୟରେ ବନ୍ଦ ଥିବା ଅନେକ ଅନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଲାଣି। ତାହେଲେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୀର୍ଜାଘର ଆଦି ଖୋଲିବାକୁ କାହିଁକି ଅନୁମତି ମିଳିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ଏନେଇ କୌଣସି ରାୟ ଦେବାକୁ ଚାହାନ୍ତି ନାହିଁ। ମାତ୍ର ସାମାଜିକ ଦୂରତ୍ବ ରକ୍ଷା କରି ଧର୍ମୀୟ ଅନୁଷ୍ଠାନକୁ ବିଶେଷ ସମୟରେ ଖୋଲିବାକୁ ଅନୁମତି ଦେଲେ ଭଲ ହେବ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ