ଆପ୍ ସରକାରଙ୍କ ଅନଲକ-୩ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଦିଲ୍ଲୀ ଏଲଜି


ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀର ଆପ୍ ସରକାର ଓ ଉପରାଜ୍ୟାପାଳଙ୍କ ମଧ୍ୟରେ କ୍ଷମତା କନ୍ଦଳ ପଦାକୁ ଆସିଛି। ଆପ୍ ସରକାର ଅନଲକ-୩ ପ୍ରକ୍ରିୟାରେ ଯେଉଁସବୁ ଅନୁଷ୍ଠାନ ଖୋଲା କରିବା ପାଇଁ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ, ସେସବୁ ମଧ୍ୟରୁ କେତେକ ପ୍ରସ୍ତାବ ଛାଡ଼ି ଅନ୍ୟ ପ୍ରସ୍ତାବଗୁଡ଼ିକୁ ଉପରାଜ୍ୟପାଳ ଫେରାଇ ଦେଇଛନ୍ତି। ଆପ୍ ସରକାର ଅନଲକ-୩ରେ ହୋଟେଲ ଓ ସାପ୍ତାହିକ ବଜାର ଖୋଲିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ଉପରାଜ୍ୟପାଳ ଗ୍ରହଣ ନ କରି ଫେରାଇ ଦେଇଛନ୍ତି। କେବଳ ଷ୍ଟ୍ରିଟ ଭେଣ୍ଡରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଯଦି ହୋଟେଲ ଓ ସାପ୍ତାହିକ ମାର୍କେଟ ଖୋଲିବାକୁ ଅନୁମତି ଦିଆଯାଏ ତାହେଲେ କ୍ରମେ ସୁଧୁରୁଥିବା କୋରୋନା ସ୍ଥିତି ପୁଣି ବିଗିଡିଯିବ ବୋଲି ଉପରାଜ୍ୟପାଳ କହିଛନ୍ତି।

ବୁଧବାର କେନ୍ଦ୍ର ସରକାର ଅନଲକ-୩ ନେଇ ଗାଇଡଲାଇନ ଜାରି କରିବା ପରେ ଗୁରୁବାର ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷାରେ ହୋଟେଲ ଓ ସାପ୍ତାହିକ ବଜାରକୁ ପରୀକ୍ଷାମୂଳକ ଭାବେ ଖୋଲିବା ପାଇଁ ସହମତି ପ୍ରକାଶ ପାଇଥିଲା। ଏଥିସହ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଯୋଗ ଓ ଜିମ୍ନାସିୟମ ମଧ୍ୟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ