ଅକ୍ଟୋବର-ନଭେମ୍ବରରେ ବିହାର ନିର୍ବାଚନ ବନ୍ଦ ପାଇଁ ଏଲଜେପିର ପ୍ରସ୍ତାବ


ପାଟନା: ଆସନ୍ତା ଅକ୍ଟୋବର-ନଭେମ୍ବରରେ ବିହାର ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଏନଡିଏର ଅଂଶୀଦାର ଦଳ ଏଲଜେପି ଦାବି କରିଛି। ଏନେଇ ଏଲଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନକୁ ଭେଟି ପ୍ରସ୍ତାବ ଦେଇଛି। ବର୍ତ୍ତମାନର କୋରୋନା ମହାମାରୀ ଭିତରେ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ କରିବା ଠିକ ହେବନି ବୋଲି କୁହାଯାଇଛି। ବର୍ତ୍ତମାନ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି। ନିର୍ବାଚନ ହେଲେ ସାମାଜିକ ଦୂରତ୍ବ ବଜାୟ ରଖିବା ଏତେ ସହଜ ନୁହେଁ। କାରଣ ବିହାର ପରି ବଡ଼ ରାଜ୍ୟରେ ୮ କୋଟିରୁ ଅଧିକ ଭୋଟର ରହିଛନ୍ତି। ତେଣୁ ଏତେ ସଂଖ୍ୟାରେ ଭୋଟରଙ୍କୁ ନେଇ କୋରୋନା ମହାମାରୀ ଭିତରେ ନିର୍ବାଚନ କରିବା ଠିକ ହେବନି ବୋଲି ନିର୍ବାଚନ କମିଶନକୁ ଜଣାଇ ଦିଆଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିହାରର ପ୍ରମୁଖ ରାଜନୈତିକ ଦଳମାନଙ୍କ ଠାରୁ ପରାମର୍ଶ ଲୋଡ଼ାଯାଇଥିଲା। ସୂଚନାନୁସାରେ ରାଜ୍ୟାର ମିଳିତ ଶାସନ ଦାୟିତ୍ବରେ ଥିବା ଜେଡି (ୟୁ) ନିର୍ବାଚନ ସପକ୍ଷରେ ମତ ଦେଇଥିଲା ବେଳେ ସହଯୋଗୀ ବିଜେପି ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କହିଛି। ଅନ୍ୟପକ୍ଷରେ ଆରଜେଡି ମଧ୍ୟ ନିର୍ବାଚନ ସପକ୍ଷରେ ନ ଥିବା ସୂଚନା ମିଳିଛି। ଏଥିସହ ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ସ୍ଥିତି ଦୃଷ୍ଟିରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ