ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ରିୟାଙ୍କ ନାଁରେ ମାମଲା ରୁଜୁ କଲା ଇଡି


ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ସୁଶାନ୍ତ ସିଂହଙ୍କ ବାପାଙ୍କ ଏତଲା ଆଧାରରେ ପାଟନା ପୋଲିସ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ଶୁକବ୍ରାର ସନ୍ଦେହ ଘେରକୁ ଟାଣି ହୋଇ ଆସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ପରିବାର ଓ ଅନ୍ୟ ୬ ଜଣଙ୍କ ନାଁରେ ଇଡି ମନ ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରିଛି। ତେଣୁ ଏହି ମାମଲା ଆଧାରରେ ଇଡି ରିୟାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଜେରା କରିବାକୁ ସମନ କରିପାରେ ବୋଲି କୁହାଯାଉଛି। ଜୁନ ୧୪ରେ ସୁଶାନ୍ତ ସିଂଙ୍କ ଝୁଲନ୍ତା ମୃତଦେହ ମିଳିବାର ଏକ ସପ୍ତାହ ପୂର୍ବରୁ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକସନକୁ ନେଇ ସନ୍ଦେହ ଉପୁଜିଛି। ସୁଶାନ୍ତ ସିଂଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯିବା ସହ ତାଙ୍କର ଟଙ୍କାକୁ ଚତୁରତାର ସହ ହଡ଼ପ କରାଯାଇଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ନେଇ ସେ ପୂର୍ବରୁ ପାଟନା ପୋଲିସ ନିକଟରେ ଏତଲା କରି ସାରିଛନ୍ତି।

ଏଥିସହ ମୁମ୍ବାଇ ପୋଲିସ ଏହି ମାମଲାରେ କ’ଣ ସବୁ ତଥ୍ୟ ସଂଗ୍ରହ କରିଛି, ତାହାରି ଅଧାରରେ ମଧ୍ୟ ଇଡି ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି। ସୁଶାନ୍ତ ସିଂଙ୍କ ବାପା ତାଙ୍କ ଏତଲାରେ ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଅଭିଯୋଗ କରିବା ସହ ସେମାନେ କିପରି ଭାବେ ତାଙ୍କ ପୁଅକୁ ନିର୍ଯାତନା ଦେଇଥିଲେ ସେ ସମ୍ପର୍କିତ କେତେକ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି। ଗତ ଜୁନ ୬ ତାରିଖରେ ରିୟା ସୁଶାନ୍ତ ସିଂ ରହୁଥିବା ଘରକୁ ଆସି ତାଙ୍କର ଲ୍ୟାପଟପ, ଏଟିଏମ କାର୍ଡ ଓ ଅନ୍ୟ କିଛି ଡକ୍ୟୁମେଣ୍ଟ ମଧ୍ୟ ନେଇ ଯାଇଥିବା ଏତଲାରେ ଦର୍ଶାଯାଇଥିବାରୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ