ଏମଏସଏମଇ କ୍ଷେତ୍ରକୁ ଋଣ ଦେବାକୁ ବ୍ୟାଙ୍କ ମନା କରିପାରିବନି: ଅର୍ଥମନ୍ତ୍ରୀ


ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ତାଗିଦ କରି କହିଛନ୍ତି ଯେ ବ୍ୟାଙ୍କମାନେ ଏମଏସଏମଇ ଅଧୀନ କୌଣସି ସଂସ୍ଥାକୁ ଋଣ ପ୍ରଦାନ କରିବାକୁ ମନା କରିପାରେବେ ନାହିଁ। ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷିତ ଜରୁରୀକାଳୀନ ଅର୍ଥ ସହାୟତା ପ୍ୟାକେଜରେ ଯାଉଛି ବୋଲି ସୀତାରମଣ କହିଛନ୍ତି। ଇଣ୍ଡଷ୍ଟ୍ରି ଚାମ୍ବର ଫିକି ବୈଠକରେ ଯୋଗଦେବା ଅବସରରେ ସୀତାରମଣ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଜୁଲାଇ ୨୩ ସୁଦ୍ଧା ସରକାର ପବ୍ଲିକ ଓ ପ୍ରାଇଭେଟ ସେକ୍ଟର ବ୍ୟାଙ୍କମାନଙ୍କୁ ଦିଆଯିବାକୁ ଥିବା ୧,୩୦,୪୯୧.୭୯ କୋଟି ଟଙ୍କାରୁ ୮୨,୦୬୫.୦୧ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି।

ତେଣୁ ବ୍ୟାଙ୍କମାନେ ଏମଏସଏମଇ କ୍ଷେତ୍ର ପାଇଁ ଆବଶ୍ୟକ କରୁଥିବା ଅର୍ଥ ଋଣ ଆକାରରେ ପ୍ରଦାନ କରିବାକୁ ବାଧ୍ୟ ବୋଲି ସୀତାରମଣ କହିଛନ୍ତି। କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଯୋଜନାରେ ଯେଉଁ ୩ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି, ଏହା ଅଧୀନରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଯଦି କୌଣସି ବ୍ୟାଙ୍କ ଏମଏସଏମଇ କ୍ଷେତ୍ର ପାଇଁ ଲୋନ ଦେବାକୁ ଅମଙ୍ଗ ହେବେ, ସେମାନଙ୍କ ବାବଦରେ ରିପୋର୍ଟ କରିବା ପାଇଁ ମଧ୍ୟ ସୀତାରମଣ କହିଛନ୍ତି।
 
ଏଥିସହ ଲୋନ ମୋରାଟୋରିଅମ ପିରିୟଡ ବଢ଼ାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋରାଟୋରିୟମ ପିରିୟଡ ରହିଛି। ମାତ୍ର ସରକାର ଏହାକୁ ଆଉ ୩ ମାସ ବଢ଼ାଇବା ପାଇଁ ଚାହୁଁଛନ୍ତି ବୋଲି ସୀତାରମଣ କହିଛନ୍ତି। ମାର୍ଚ୍ଚରୁ ପ୍ରଥମ ପର୍ଯ୍ୟାୟରେ ମୋରାଟୋରିୟମ ପିରିୟଡକୁ ୩ ମାସ ପାଇଁ ଲାଗୁ କରାଯାଇଥିଲା ବେଳେ ଏହାକୁ ଆଉ ୩ ମାସ ବଢ଼ା ଯାଇଥିଲା। ଏନେଇ ଆରବିଆଇ ସହ ଆଲୋଚନା ଚାଲିଥିବା ସୀତାରମଣ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ