ସୁଶାନ୍ତଙ୍କୁ ଘରଲୋକଙ୍କ ସହ କଥାହେବାକୁ ଦେଉ ନ ଥିଲେ ଋିୟା: ମହେଶ


ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂ ବିହାର ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର ଦେବା ପରେ ଏହି ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ବିହାର ପୋଲିସ ଲଗାତର ଏହି ମାମଲାର ତଦନ୍ତ କରିବା ସହିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପଚରାଉଚୁରା ଜାରି ରଖିଛି। ଏବେ ସୁଶାନ୍ତଙ୍କ କ୍ଲୋଜ୍ ଫ୍ରେଣ୍ଡ ମହେଶ ଶେଟ୍ଟୀ ଏହି ମାମଲାର ମୁଖ୍ୟ ସାକ୍ଷୀ ହେବାକୁ ଯାଉଛନ୍ତି। ମହେଶ ଏହି ମାମଲାରେ ରିୟାଙ୍କ ବିରୋଧରେ ଅନେକ ଚକିତ କରିଦେବା ଭଳି ବୟାନ ଦେଇଛନ୍ତି।

ମହେଶଙ୍କ ବୟାନ ଅନୁସାରେ ରିୟା ମାତ୍ର ୬ ମାସ ପୂର୍ବରୁ ନିଯୁକ୍ତ ହୋଇଥିବା ସୁଶାନ୍ତଙ୍କ ନୂଆ ଅଙ୍ଗରକ୍ଷକଙ୍କୁ ବଦଳାଇ ଦେଇଥିଲେ। ମହେଶ ସୁଶାନ୍ତଙ୍କୁ ତାଙ୍କ ଘର ଓ ପରିବାର ଲୋକଙ୍କ ସହିତ କଥା ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ରିୟା ଏପରି କରିବାକୁ ତାଙ୍କୁ ଅନୁମତି ଦେଉ ନ ଥିବା ସୁଶାନ୍ତ ତାଙ୍କୁ ଉତ୍ତର ଦେଇଥିଲେ। ସୁଶାନ୍ତଙ୍କ ଫୋନ୍ ମଧ୍ୟ ରିୟା ଟ୍ରାକ୍ କରୁଥିବା ମହେଶ କହିଛନ୍ତି। ରିୟା ଓ ତାଙ୍କ ମା’ ସୁଶାନ୍ତଙ୍କ ପୂରା ଟିମ୍ ମଧ୍ୟ ବଦଳାଇବାକୁ ଚାହୁଥିଲେ ଯାହାକୁ ନେଇ ସୁଶାନ୍ତ ଖୁସି ନ ଥିଲେ ବୋଲି ମହେଶ କହିଛନ୍ତି। ଏହାବ୍ୟତୀତ ରିୟା ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିବା ନେଇ ବିହାର ପୋଲିସ ଓ ମୁମ୍ବାଇ ପୋଲିସ ତଦନ୍ତ କରୁଛି।

ଏହାବ୍ୟତୀତ ସୁଶାନ୍ତଙ୍କ ବଡ଼ିଗାର୍ଡ ଏକ ଟିଭି ସାକ୍ଷାତକାରରେ କହିଛନ୍ତି ଯେ ସୁଶାନ୍ତଙ୍କ ସମସ୍ତ ଷ୍ଟାଫଙ୍କୁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ସୁଶାନ୍ତଙ୍କ ପରିବାର ଲୋକ ପୂର୍ବରୁ ସେଠାରେ ଆସି ରହୁଥିବା ବେଳେ ରିୟା ଆସିବା ପରେ ତାଙ୍କ ଫ୍ଲାଟକୁ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଆସିବାକୁ  ଦିଆଯାଉ ନ ଥିବାବେଳେ ରିୟାଙ୍କ ପରିବାର ଲୋକ ଓ ବନ୍ଧୁମାନଙ୍କ ଯିବା ଆସିବା ଲାଗି ରହୁଥିଲା। ସେମାନେ ପାର୍ଟିରେ ବ୍ୟସ୍ତ ରହୁଥିବାବେଳେ ସୁଶାନ୍ତ ସବୁବେଳେ ବିଛଣାରେ ଅଚେତ ଅବସ୍ଥାରେ ପଡ଼ି ରହୁଥିଲେ। ରିୟା ସବୁବେଳେ ତାଙ୍କୁ ନିୟନ୍ତ୍ରଣରେ ରଖିବା ସହିତ ଦରକାର ପଡ଼ିଲେ ସେ ପୋଲିସକୁ ନିଜ ବୟାନ ଦେବାକୁ ପ୍ରସ୍ତୁତ ଥିବା ବଡିଗାର୍ଡ ଜଣକ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ