ପାରଙ୍ଗମ ପଦ୍ମାବତୀ: ରୋକିପାରିନି ବୟସ, ଶହେ ବର୍ଷରେ ବି କରୁଛନ୍ତି ଶାଢ଼ି ବ୍ୟବସାୟ

ନିଜେ କରୁଛନ୍ତି ଶାଢ଼ିର ଡିଜାଇନିଂ, ପେଣ୍ଟିଂ ଓ ପ୍ରିଣ୍ଟିଂ

ଯେତେବେଳେ ୬୦ରୁ ୭୦ ବର୍ଷରେ ପହଞ୍ଚିଲାବେଳକୁ ଲୋକଙ୍କ ହାତ ଗୋଡ଼ କାମ କରିବା କମ୍ କରିଦିଏ ଓ ଲୋକେ ବିଛଣାରେ ଆରାମ କରିବାକୁ ପସନ୍ଦ କରନ୍ତି, ସେତେବେଳେ ଜଣେ ୧୦୦ ବର୍ଷର ଦାଦୀ ମା’ ଏ ବୟସରେ ନିଜର ବ୍ୟବସାୟ ଜାରି ରଖିଛନ୍ତି। କେରଳର ଥ୍ରିସୁର ଜିଲାରେ ରହୁଥିବା ପଦ୍ମାବତୀ ନାଏର ହାତରେ ପ୍ରିଣ୍ଟ କରାଯାଉଥିବା ଶାଢ଼ି ତିଆରି କରି ନିଜ ସଉକ ପୂରା କରୁଛନ୍ତି।

୩ ଘଣ୍ଟା କରୁଛନ୍ତି ଡିଜାଇନିଂ କାମ
ପଦ୍ମାବତୀ ପ୍ରତ୍ୟେକ ଦିନ ୩ ଘଣ୍ଟା ଶାଢ଼ି ଉପରେ ଡିଜାଇନିଂ ଓ ପେଣ୍ଟିଂ କାମ କରନ୍ତି। ଏହି କାମରେ ତାଙ୍କୁ ଆତ୍ମସେନ୍ତାଷ ମିଳେ ବୋଲି ସେ କହନ୍ତି। ଶାଢ଼ି ଉପରେ ଯେଉଁ ଭଳି ଭାବେ ନିଖୁଣ କାମ ହେଉଛି ତାହାକୁ ଦେଖି ଏହାକୁ କୌଣସି ବୟସ୍କ ମହିଳା ତିଆରି କରିଛନ୍ତି ବୋଲି କେହି ବି ଅନୁମାନ ଲଗାଇ ପାରିବେ ନାହିଁ।

ସବୁକିଛି ନିଜେ କରନ୍ତି

ସେ ଲେଆଉଟ ଠାରୁ ଆରମ୍ଭ କରି ପ୍ରିଣ୍ଟିଂ, ଡିଜାଇନିଂ ଓ ସେଥିରେ ରଙ୍ଗ ଦେବା ପର୍ଯ୍ୟନ୍ତ ସବୁକାମ ନିଜ ହାତରେ କରନ୍ତି। ତାଙ୍କ ଝିଅ ଓ ବୋହୂ ତାଙ୍କ ପାଇଁ ଶାଢ଼ି କିଣି ଆଣନ୍ତି। ପଦ୍ମାବତୀଙ୍କ କହିବାନୁସାରେ କାମରେ ବ୍ୟସ୍ତ ରହିଲେ, ଅନ୍ୟ କାହାରି ଜୀବନରେ ହସ୍ତକ୍ଷେପ କରିବାକୁ ସମୟ ମିଳିବ ନାହିଁ।

୧୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଶାଢ଼ିର ଦାମ
ତାଙ୍କ ଝିଅ ଲତା କହନ୍ତି ଯେ ପଦ୍ମାବତୀଙ୍କୁ ଗୋଟିଏ ଶାଢ଼ି ତିଆରି କରିବାକୁ ମାସେ ସମୟ ଲାଗିଯାଉଛି। ଶାଢ଼ି ବିକ୍ରି କରି ଯେଉଁ ଟଙ୍କା ମିଳେ ସେ ତାଙ୍କ ନାତି ପାଇଁ ଖର୍ଚ୍ଚ କରି ଦେଉଛନ୍ତି। ତାଙ୍କ ଦ୍ବାରା ତିଆରି ଶାଢ଼ିର ଦାମ୍ ୧୧୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପଦ୍ମାବତୀ ଦୁପଟ୍ଟା ଉପରେ ମଧ୍ୟ ପ୍ରିଣ୍ଟିଂ କାମ କରନ୍ତି। ଯାହାର ଦାମ୍ ୩୦୦୦ ଟଙ୍କା ବୋଲି ଲତା କହିଛନ୍ତି।

ଲାଟେଷ୍ଟ ଶାଢ଼ି ଡିଜାଇନ୍
ସବୁଠାରୁ ବଡ଼ କଥା ହେଉଛି ଦାଦୀ ମା’ଙ୍କ ଦ୍ବାରା କରାଯାଉଥିବା ଡିଜାଇନ୍ ପୂରାପୂରି ଲାଟେଷ୍ଟ ହୋଇଥାଏ। ଏହା ଗ୍ରାହକଙ୍କୁ ତତକ୍ଷଣାତ ବେଶ ପସନ୍ଦ ଆସିଥାଏ। ସୋସାଲ ମିଡିଆ ଓ ହ୍ବାଟସ୍ଆପ ଜରିଆରେ ସେ ଶାଢ଼ିର ପ୍ରମୋସନ କରନ୍ତି। ସବୁବେଳେ ଆକ୍ଟିଭ୍ ଓ ପ୍ରଡକ୍ଟିଭ୍ ରହୁଥିବା ଶହେ ବର୍ଷର ପଦ୍ମାବତୀ ପ୍ରମାଣ କରି ଦେଇଛନ୍ତି ଯେ ବୟସ ବଢ଼ିଲେ ସଉକ ଶେଷ ହୋଇଯାଇ ନ ଥାଏ। ବୟସ ବଢ଼ିବା ପରେ ଯେଉଁ ମହିଳାମାନେ ନିଜ ସ୍ବପ୍ନକୁ ପଛକୁ ଠେଲି ଦେଇଥାନ୍ତି, ସେହି ମହିଳାମାନଙ୍କ ପାଇଁ ପଦ୍ମାବତୀ ପ୍ରେରଣା ପାଲଟିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ