ଅଖ୍ୟାତ ପଲ୍ଲୀର ବିଖ୍ୟାତ ବାୟୁବୀର ମନୀଷ ସିଂ

ବାପା, ଭାଇ ଓ ଜେଜେ ବି କରିଛନ୍ତି ଦେଶର ସେବା

ଫ୍ରାନ୍ସରୁ ଭାରତ। ୭ ହଜାର କିମି ଆକାଶପଥର ଲମ୍ବାଯାତ୍ରା। ତାହା ପୁଣି ଘଣ୍ଟା ପ୍ରତି ୨୨୨୩ କିମି ବେଗରେ ଉଡ଼ାଣ ଭରୁଥିବା ରାଫେଲର ଚାଳକ ସିଟ୍‌ରେ ବସି। ଏମିତି ରୋମାଞ୍ଚକର ଅନୁଭବ ନେଇ ଫ୍ରାନ୍ସରୁ ଭାରତ ଭାୟା ଅବୁ ଧାବୀ ଦେଇ ହରିୟାଣାର ଅମ୍ବାଲା ଏୟାରବେସରେ ସଫଳତାର ସହ ଅବତରଣ କରାଇଥିବା ଆମ ଦେଶର ୭ ବାୟୁବୀରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଉତ୍ତର ପ୍ରଦେଶର ୱିଙ୍ଗ କମାଣ୍ଡର ମନୀଷ ସିଂ।

ଚମକିଲା ମନୀଷଙ୍କ ଗାଁ

ମନୀଷଙ୍କ ଘର ଉତ୍ତର ପ୍ରଦେଶ ବଲିଆ ଜିଲାର ବାଂଗଡିହ ତହସିଲର ବକୱାନ ଗାଁରେ। ମନୀଷଙ୍କ ପାଇଁ ପୂରା ଗାଁରେ ଏବେ ଉତ୍ସବର ମାହୋଲ। ନିଜ ମାଟିର ପୁଅ ଦେଶର ଶତ୍ରୁମାନଙ୍କ ମହାବିନାଶକ କୁହାଯାଉଥିବା ଶକ୍ତିଶାଳୀ ଲଢ଼ୁଆ ରାଫେଲ ବିମାନକୁ ଫ୍ରାନ୍ସରୁ ଉଡ଼ାଇଆଣି ଦେଶ ନିକଟରେ ପହଞ୍ଚାଇ ଦେଇଛନ୍ତି। ଗାଁ ପାଇଁ ଏ ହେଉଛି ଗର୍ବର ମୁହୂର୍ତ୍ତ। ବୁଧବାର ରାଫେଲ ଅମ୍ବାଲା ଏୟାରବେସରେ ଅବତରଣ କରିବାର ଦ୍‌ଶ୍ୟ ଟିଭି ପରଦାରୁ ଦେଖିବା ମାତ୍ରେ ଗାଁରେ ଝଲସି ଉଠିଲା ଆତସବାଜି। ଫୋଟକା ଫୁଟାଇ ଲୋକେ ଖୁସି ଜାହିର କରିଦେଲେ। ମନୀଷଙ୍କ ଘରେ ପହଞ୍ଚି ତାଙ୍କ ପିତାମାତାଙ୍କୁ ବଧାଇ ବି ଦେଇଥିଲେ।

୩୮ ବର୍ଷୀୟ ମନୀଷ ସିଂଙ୍କ ପିତା ମଦନ ସିଂ ଜଣେ ସେବାନିବ୍‌ତ ସୈନିକ ଆଉ ମାତା ଉର୍ମିଳା ଦେବୀ ଗ୍‌ହିଣୀ। ମନୀଷ ଗାଁ ପାଇଁ ଗର୍ବ ଆଣିଛନ୍ତି। ବଲିଆର ବୀର ମାଟି ଅନେକ ଯବାନଙ୍କ ବୀରତ୍ବର ମୂକସାକ୍ଷୀ ଥିବାବେଳେ ଏବେ ମନୀଷ ସେଥିରେ ଆଉ ଏକ ସ୍ବର୍ଣ୍ଣିମ ପ୍‌ଷ୍ଠା ଯୋଡ଼ିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଫ୍ରାନ୍ସରୁ ଉଡ଼ାଣ ଭରିବା ପୂର୍ବରୁ ମନୀଷ ନିଜ ପିତା ମଦନଙ୍କ ସହ କଥାବର୍ତ୍ତାରେ ଦର୍ଶାଇଥିଲେ ଯେ ଖୁବଶୀଘ୍ର ସେମାନେ ରାଫେଲ ସହିତ ଭାରତ ଆସୁଛନ୍ତି। ମନୀଷଙ୍କ ସାନଭାଇ ଅନୀଶ ସିଂଙ୍କ କହିବା କଥା ଥିଲା ଯେ ଭାଇ ରାଫେଲକୁ ଆଣିବା ପାଇଁ ଫ୍ରାନ୍ସରେ ୬ ମାସର ପ୍ରଶିକ୍ଷଣ ନେଇଥିଲେ। ଲକଡାଉନ ହେବାରୁ ସେଠାରୁ ଅଧିକ ୩ ମାସ ଅଟକିବାକୁ ପଡ଼ିଥିଲା।

ଗାଁରୁ ଆରମ୍ଭ କରିଥିଲେ ପାଠପଢ଼ା
ବାୟୁବୀର ମନୀଷଙ୍କ ପତ୍ନୀ ବ୍‌ତ୍ତିକା ସିଂ କମ୍ପ୍ୟୁଟର ଇଞ୍ଜିନିୟର। ସେ ନିଜର ୭ ବର୍ଷର ପୁଅ ସହିତ ଏବେ ଲକ୍ଷ୍ନୌରେ। ଭାରତୀୟ ସ୍ଥଳସେନାରେ ସୈନିକ ଭାବେ କାର୍ଯ୍ୟକରି ଅବସର ନେଇଥିବା ମଦନ ସିଂଙ୍କ ପୁତ୍ର ମନୀଷ ନିଜ ଭାଇଭଉଣୀଙ୍କ ମଧ୍ୟରୁ ସବୁଠୁ ବଡ଼। ଗାଁର ଗଳିରୁ ୱିଙ୍ଗ କମାଣ୍ଡର ପର୍ଯ୍ୟନ୍ତ ପହଞ୍ଚିଥିବା ମନୀଷଙ୍କ ପ୍ରାରମ୍ଭିକ ଶିକ୍ଷା ଗାଁର ଏକ ଘରୋଇ ସ୍କୁଲରୁ ଆରମ୍ଭ ହୋଇଥିଲା। ନୂତନ ଶିକ୍ଷା ନିକେତନରୁ ଷଷ୍ଠଶ୍ରେଣୀ ଯାଏ ପଢ଼ିବା ପରେ ସେ କର୍ଣ୍ଣାଲର କୁଞ୍ଜପୁରାସ୍ଥିତ ସୈନିକ ସ୍କୁଲରେ ଉଚ୍ଚଶିକ୍ଷା ନିମନ୍ତେ ଭର୍ତ୍ତି ହୋଇଥିଲେ।

୨୦୦୨ରେ ପାଇଲଟ ହେଲେ
୨୦୦୨ ବର୍ଷରେ ମନୀଷ ଏୟାରଫୋର୍ସରେ ପାଇଲଟ ହେଲେ। ଅମ୍ବାଲା ଏବଂ ଜାମନଗର ପରେ ଦୁଇବର୍ଷ ୨୦୧୭-୧୮ରେ ତାଙ୍କୁ ଗୋରଖପୁରରେ ନିୟୋଜିତ କରାଗଲା। ଏହି ସମୟରେ ସେ ନିଜ ଗାଁ ବକୱାନ ବାରମ୍ବାର ଆସୁଥିଲେ। ୨୦୧୪ରେ ତାଙ୍କର ବିବାହ ଲକ୍ଷ୍ନୌରେ ହୋଇଥିଲା। ମନୀଷଙ୍କ ପତ୍ନୀ ବ୍‌ତ୍ତିକା ଓ ଗୋଟିଏ ପୁଅ କଚିନ ସିଂ ଏବେ ଲକ୍ଷ୍ନୌରେ। ମନୀଷଙ୍କ ଦୁଇଭାଇ ଓ ଦୁଇ ଭଉଣୀ ଭାଇର ଏଭଳି ଯୋଗଦାନକୁ ନେଇ ଗର୍ବିତ।

ପିତା, ଜେଜେ, ଭାଇ ସମେସ୍ତ ସେନାରେ

ଫ୍ରାନ୍ସକୁ ରାଫେଲ ପ୍ରଶିକ୍ଷଣ ପାଇଁ ଯିବା ପୂର୍ବରୁ ମନୀଷ ଗୋରଖପୁରରେ ମୁତୟନ ଥିଲେ। ତା’ ପୂର୍ବରୁ ଅମ୍ବାଲା ଓ ଜାମନଗରରେ କାମ କରିସାରିଥିଲେ। ତାଙ୍କ ସାନଭାଇ ଅନୀଶ ଭାରତୀୟ ନୌସେନାରେ। ତାଙ୍କ ବାପା ସେନାରେ ଓ ଜେଜେ ମଧ୍ୟ ଭାରତୀୟ ସେନାରେ ନିୟୋଜିତ ଥିଲେ। ମନୀଷ ସୈନିକ ସ୍କୁଲରୁ ଶିକ୍ଷା ଶେଷ ପରେ ଏନଡିଏ ପାଇଁ ମନୋନୀତ ହୋଇଥିଲେ ଏବଂ ୨୦୦୩ରେ ଏୟାରଫୋର୍ସରେ ଯୋଗଦେଇଥିଲେ।

ବୁଧବାର ୫ଟି ରାଫେଲକୁ ସଫଳତାର ସହ ଅବତରଣ କରାଇଥିବାରୁ ଗ୍ରୁପ କ୍ୟାପଟେନ ହରକିରତ ସିଂ ପୂରା ଟିମକୁ ସାବାସୀ ଜଣାଇଥିଲେ। ଶୌର୍ଯ୍ୟଚକ୍ରରେ ସମ୍ମାନିତ ହରକିରତ ସିଂ, ହିଲାଲ ଅହମ୍ମଦ ରାଠୋର ଯାହାଙ୍କ ପିତା ଜମ୍ମୁ-କଶ୍ମୀରରେ ପୋଲିସ ଡିଏସପି, କମାଣ୍ଡର ଏମକେ ସିଂ, ଗ୍ରୁପ କ୍ୟାପଟେନ ଆର କଟାରିଆ, ୱିଙ୍ଗ କମାଣ୍ଡର ଅଭିଷେକ ତ୍ରିପାଠୀ, ୱିଙ୍ଗ କମାଣ୍ଡର ସିଦ୍ଧୁ, ୱିଙ୍ଗ କମାଣ୍ଡର ଅରୁଣ କୁମାର ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିବାରୁ ଦେଶବାସୀ ଜୋରଦାର ସ୍ବାଗତ ଓ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି। ଉତ୍ତର ପ୍ରଦେଶର ଏକ ଅପନ୍ତରା ଗାଁରୁ ଫ୍ରାନ୍ସ ଓ ସେଠାରୁ ୭ ହଜାର କିମି ଯୁଦ୍ଧ ଜାହାଜରେ ଉଡ଼ାଣ ଭରି ଶତ୍ରୁଦେଶକୁ ଭାରତୀୟ ବାୟୁସେନାର ଶକ୍ତି ଦେଖାଇଥିବା ବାୟୁବୀର ମନୀଷ ନିଶ୍ଚିତ ରୂପେ ଅଭିନନ୍ଦନର ପାତ୍ର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ