ଅଗଷ୍ଟରେ ହୋଇପାରେ ସଂକ୍ରମଣ ବିସ୍ଫୋରଣ


ବିଶ୍ବ ମହାମାରୀ କୋରୋନା କାୟା ମେଲାଇଛି। ଶୁକ୍ରବାର ଗୋଟିଏ ଦିନରେ ଦେଶର ସଂକ୍ରମିତଙ୍କ ସଂଖ୍ୟା ୫୫ ହଜାର ଡେଇଁଛି। ଏବେ କୋରୋନା ଭାରତରେ ୧୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହିତ ମ୍‌ତ୍ୟୁସଂଖ୍ୟା ମଧ୍ୟ ବଢ଼ୁଛି। କୋରୋନା ଜନିତ ମ୍‌ତ୍ୟୁ ସଂଖ୍ୟାରେ ଭାରତ ଏବେ ବିଶ୍ବର ୫ମ ସ୍ଥାନରେ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରଦତ୍ତ ସୂଚନାନୁସାରେ ଗତ ୨୪ ଘଣ୍ଟାରେ ୫୫,୦୭୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ମିଶି ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଛି। ଗୋଟିଏ ଦିନରେ ୭୨୯ ଜଣଙ୍କ ଜୀବନ ବି ନେଇଛି ଏହି ମହାମାରୀ। ଫଳରେ କୋରୋନା ସଂକ୍ରମଣ ଜନିତ ମ୍‌ତ୍ୟୁ ସଂଖ୍ୟା ୩୫,୭୪୭ରେ ପହଞ୍ଚିଛି। କରୋନା ଭାରତରେ ପ୍ରବେଶ କରିବାର ୧୮୩ ଦିନ ଭିତରେ ୧୬ ଲକ୍ଷ ଲୋକଙ୍କୁ ଆକ୍ରମଣ କରିଛି। ପ୍ରତି ୨୧ ଦିନରେ ସଂକ୍ରମିତ ସଂଖ୍ୟା ଦୁଇଗୁଣା ହେବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକରେ ସ୍ଥିତି ଉଦବେଗଜନକ ରହିଛି। ପ୍ରତିଦିନ ଗୁଣିତକ ହିସାବରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବଂ ସ୍ଥାନୀୟ ସଂକ୍ରମିତ ଅଧିକ ବାହାରୁଥିବାରୁ ଟେଷ୍ଟ ବଢ଼ିବା ସହିତ ପଜିଟିଭ ସଂଖ୍ୟା ଅଗଷ୍ଟରେ ମଧ୍ୟ ଅଧିକ ରହିପାରେ ବୋଲି ଅନୁମାନ କରାଯାଉଛି। ଏବେ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ବରେ ନମ୍ବର ୧ରେ ଥିବା ଆମେରିକାରେ ଦୈନିକ ୫୫ ହଜାର ନୂଆ ପଜିଟିଭ ଚିହ୍ନଟ ହେଉଥିବା ବେଳେ ଭାରତରେ ଶୁକ୍ରବାର ୫୫ ହଜାର ଡେଇଁଛି ସଂକ୍ରମଣ।

ଆମେରିକାରେ ସ୍ଥିତି ସଙ୍ଗିନ

ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୩ ହଜାର ଲୋକଙ୍କ ଜୀବନ ଯାଇଛି। ଅଧିକ ଟେଷ୍ଟ ହେଉଥିବାରୁ ଆମେରିକା ଓ ଭାରତରେ ଅଧିକ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। କିଛିଦିନ ତଳେ ଆମେରିକାରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲା। ଏବେ ପୁଣି ବଢ଼ିଛି। ଜନ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ ପବ୍ଲିକ ହେଲଥ ପକ୍ଷରୁ କୁହାଯାଇଛି ଯେ ଟେଷ୍ଟିଂ ଅଧିକ ହେବା ଦ୍ବାରା ଯେ ଅଧିକ ରୋଗୀ ଜଣାପଡ଼ୁଛନ୍ତି ତାହା ଏକମାତ୍ର କଥା ନୁହେଁ। ଏହା ପୂର୍ବରୁ ଯଦି ଆମେ ଏଭଳି ଟେଷ୍ଟ କରିଥାନ୍ତେ ତେବେ ଆହୁରି ଅଧିକ ସଂକ୍ରମିତ ସଂଖ୍ୟା ପଦାକୁ ଆସିଥାନ୍ତା। ନିମ୍ନଗାମୀ ହେଉଥିବା କୋରୋନା ଗ୍ରାଫ ଏବେ ପୁଣି ଅନେକ ଅଞ୍ଚଳରେ ଉପରମୁହାଁ ହେଉଛି। ଫ୍ଲୋରିଡା, ଟେକ୍ସାସ, ଆରିଜୋନା ଏବଂ କାଲିଫର୍ଣ୍ଣିଆର କିଛି ଅଞ୍ଚଳରେ କୋରୋନା ସ୍ଥିତି ଭୟଙ୍କର ଥିଲା। ବାକି ଜାଗାରେ ପ୍ରଭାବ ନ ଥିଲା। କିନ୍ତୁ ଏବେ ସେସବୁ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଦେଖାଦେଲାଣି। ଏବେ ଆମେରିକାରେ ୩ କୋଟି ଲୋକଙ୍କ ଟେଷ୍ଟ ସରିଲାଣି। ଏବେ କମିଯିବା କଥା। କିନ୍ତୁ ବଢ଼ୁଛି। ହସ୍ପିଟାଲ ଓ ଆଇସିୟୁ ଗୁଡ଼ିକରେ ରୋଗୀ ସଂଖ୍ୟାରେ ହ୍ରାସ ଘଟିନି। ୱାର୍କ ଫ୍ରମ ହୋମର ବିକଳ୍ପ ନ ଥିବା ଲୋକେ ଅଧିକ ସଂଖ୍ୟାରେ ପୀଡ଼ିତ ହେଉଥିବାର ଖବର ସାମ୍ନାକୁ ଆସୁଛି।

ଓଡ଼ିଶାରେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଆଇନ ଉଲ୍ଲଂଘନ ଆଣୁଛି ସମସ୍ୟା

ମାର୍ଚ୍ଚ ୧୬ରେ କୋରୋନା ସଂକ୍ରମଣର ପ୍ରଥମ ମାମଲା ଆସିଥିଲା ଓଡ଼ିଶାରୁ। ଜୁଲାଇ ୩୧ରେ ରାଜ୍ୟରେ ୧୭୭ ଜଣଙ୍କ ଜୀବନ ଗଲାଣି। ଗଞ୍ଜାମ ଜିଲାରେ ଜୁଲାଇ ୩୦ରେ ମ୍‌ତ୍ୟୁସଂଖ୍ୟା ୯୦ ଥିବାବେଳେ ଜୁଲାଇ ୩୧ରେ ଆଉ ୪ ଜଣଙ୍କ ଜୀବନ ଯାଇ ମୋଟ ୯୪ ହୋଇଛି ଜିଲାର ମ୍‌ତ୍ୟୁସଂଖ୍ୟା। ତେବେ ଆରମ୍ଭରୁ ୩ ମାସ ଯାଏ ସଂକ୍ରମିତଙ୍କ ସଂଖ୍ୟା କମ ଥିବା ବେଳେ ଜୁଲାଇ ମାସରେ ଶିଖରରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା। ରାଜ୍ୟରେ ପ୍ରଥମ ସଂକ୍ରମଣରୁ ୧୦ ହଜାର ସଂକ୍ରମିତ ହେବା ପାଇଁ ୧୧୩ ଦିନ ଲାଗିଥିଲା। ଏହାର ପରବର୍ତ୍ତୀ ୧୬ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ନମୁନା ପଜିଟିଭ ହାର ୯.୨୩ ଥିଲା। ତେବେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାରରୁ ୩୦ ହଜାର ଛୁଇଁବା ପାଇଁ ମାତ୍ର ୮ ଦିନ ସମୟ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୧୦ ହଜାର ନମୁନା ପରୀକ୍ଷା ହୋଇଛନ୍ତି। ପ୍ରତି ୧ ହଜାର ଟେଷ୍ଟରୁ ୧୦୦ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲାରେ ଜୁଲାଇ ୧୪ରୁ ୩୧ଯାଏ ଶଟଡାଉନ ସତ୍ତ୍ବେ ସଂକ୍ରମଣ ବଢ଼ିଛି। ଆକଟ ସତ୍ତ୍ବେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଭିଡ଼ ହେଉଥିବାରୁ ଲୋକାଲ କଣ୍ଟାକ୍ଟ ଅଧିକ ବିସ୍ଫୋରକ ସ୍ଥିତି ନେଉଛି। ଅଗଷ୍ଟ ମାସରେ ରକ୍ଷାବନ୍ଧନ, ସ୍ବାଧୀନତା ଦିବସ, ଗଣେଶପୂଜା ଭଳି ଉତ୍ସବ ଥିବା ସହିତ କ୍‌ଷିକାର୍ଯ୍ୟରେ ଅଧିକ ଶ୍ରମ ନିୟୋଜିତ ହେବାର ସମ୍ଭାବନା ରହିଥିବାରୁ ସାମାଜିକ ଦୂରତ୍ବର ଉଲ୍ଲଂଘନ ହେବ ଏବଂ ବାହାରୁ ଆସୁଥିବା ଲୋକଙ୍କ ପ୍ରଭାବ ବ୍‌ଦ୍ଧି ପାଇବ। ତେଣୁ ଅଗଷ୍ଟ ମାସରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ସଂକ୍ରମଣ ବିସ୍ଫୋରଣ ଦେଖିବାକୁ ମିଳିପାରେ। ଏବେ ରାଜ୍ୟରେ ୫୧ଟି ଲାବରେ ଦୈନିକ ୧୨ ହଜାର ଟେଷ୍ଟ ହେଉଥିବା ବେଳେ ଅଗଷ୍ଟରେ ଏହି ସଂଖ୍ୟା ଦୈନିକ ୨୦ ହଜାର ହେବ। ଫଳରେ ଅଗଷ୍ଟରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ।

ଗଞ୍ଜାମରେ କମୁଛି, ରାଜଧାନୀରେ ବଢ଼ୁଛି

ଗଞ୍ଜାମ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦,୩୬୪ ଥିବାବେଳେ ଖୋର୍ଦ୍ଧାରେ ୪୨୦୦। ବିଗତ ୩-୪ ଦିନ ହେଲା ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଖୋର୍ଦ୍ଧା ଜିଲାରେ ବଢ଼ୁଥିବା ଦେଖାଯାଉଛି। ରାଜ୍ୟରେ ଏବେ ବି ୧୧,୯୧୮ ସକ୍ରିୟ ସଂକ୍ରମିତ ଥିବାବେଳେ ଏଥିରେ ପ୍ରତ୍ୟହ ନୂଆ ନୂଆ ପଜିଟିଭ ଯୋଡ଼ି ହେବାରେ ଲାଗିଛନ୍ତି। ଜୀବିକା ପାଇଁ ଅନେକ ଲୋକ ମାସ୍କ, ସାମାଜିକ ଦୂରତ୍ବ ଓ ସାନିଟାଇଜର ବ୍ୟବହାର କରୁ ନ ଥିବାରୁ ଓ ମଉକା ପାଇଲେ ଭିଡ଼ କରୁଥିବାରୁ ଅଗଷ୍ଟ ମାସରେ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ଦୈନିକ ୨ ହଜାର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଚର୍ଚ୍ଚା ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ