ଅଙ୍କିତାଙ୍କ ଖୁଲାସା: ସୁଶାନ୍ତଙ୍କୁ ନିର୍ଯାତନା ଦେଉଥିଲେ ରିୟା


ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍‌ତ୍ୟୁର ପାଖାପାଖି ୪୫ ଦିନ ବିତିଯାଇଥିଲେ ହେଁ ଏ ନେଇ ଚାଲିଥିବା ମୁମ୍ବାଇ ପୋଲିସ ତଦନ୍ତର କୌଣସି ଆଖିଦ୍‌ଶିଆ ଅଗ୍ରଗତି ନ ହେବାରୁ ମଙ୍ଗଳବାର ସୁଶାନ୍ତଙ୍କ ପିତା କେ କେ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ଅନେକଗୁଡ଼ିଏ ଅଭିଯୋଗ ଲଗାଇ ଏଫ୍ଆଇଆର୍ କରିଥିଲେ। ଏହାପରେ ବିହାର ପୋଲିସ ଏ ନେଇ ଅଧିକ ତଦନ୍ତ କରିବାକୁ ମୁମ୍ବାଇ ଆସିଥିଲେ ହେଁ ମୁମ୍ବାଇ ପୋଲିସ ଏହି ମାମଲାରେ ସହଯୋଗ କରି ନ ଥିଲେ। ଇତିମଧ୍ୟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ବିହାର ପୋଲିସକୁ ନିଜ ବୟାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ମାମଲାର ତଦନ୍ତ ପାଇଁ ବିହାର ପୋଲିସ ଅଙ୍କିତାଙ୍କୁ ସମ୍ପର୍କ କରିଥିଲେ।

ଅଙ୍କିତା ବିହାର ପୋଲିସ ଆଗରେ ବୟାନ ଦେଇଥିଲେ ଯେ ‘ମଣିକର୍ଣ୍ଣିକା’ ଫିଲ୍ମର ପ୍ରମୋସନ ସମୟରେ ସୁଶାନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ମେସେଜ୍ କରିଥିଲେ। ଏହାପରେ ସେମାନେ ଅନେକ କଥା ହୋଇଥିଲେ। ଏହି ସମୟରେ ସୁଶାନ୍ତ ବହୁତ ଭାବପ୍ରବଣ ହୋଇଯାଇଥିଲେ ଓ କହିଥିଲେ ଯେ ରିୟାଙ୍କ ସହିତ ରିଲେସନଶିପରେ ରହି ବହୁତ ବ୍ୟସ୍ତବିବ୍ରତ ହୋଇଗଲେଣି। ଏହି ରିଲେସନଶିପ୍ ଶେଷ କରିବାକୁ ଚାହୁଛନ୍ତି। ରିୟା ସୁଶାନ୍ତଙ୍କୁ ବହୁତ ହଇରାଣ କରୁଥିଲେ ଓ ନିର୍ଯାତନା ଦେଉଥିଲେ ବୋଲି ଅଙ୍କିତା କହିଛନ୍ତି।

ଏବେ ବିହାର ପୋଲିସ ଏ ଦିଗରେ ତଦନ୍ତ କରୁଛି। ଇତିମଧ୍ୟରେ ବୁଧବାର ଅଙ୍କିତା ଏକ ଟ୍ବିଟ୍ କରି ଲେଖିଥିଲେ ଯେ ସତ୍ୟର ବିଜୟ ହେବ। ସୂଚନାଯୋଗ୍ୟ ଯେ ଅଙ୍କିତାଙ୍କର ସୁଶାନ୍ତଙ୍କ ଭଉଣୀ ସହିତ ଭଲ ସମ୍ପର୍କ ରହିଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ତାଙ୍କ ପରିବାରକୁ ଭେଟିବା ଲାଗି ଦୁଇ ଥର ପାଟନା ଯାଇଛନ୍ତି। ଅଙ୍କିତା ସୁଶାନ୍ତଙ୍କ ସହ ହୋଇଥିବା ଚାଟକୁ ସୁଶାନ୍ତଙ୍କ ପରିବାର ସହ ଶେୟାର କରିଥିଲେ। ଏହାପର ଠାରୁ ରିୟା ସନ୍ଦେହ ଘେରରେ ଚାଲି ଆସିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ