ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ପୁତ୍ର ସନ୍ତାନ ଜନ୍ମ ଦେଲେ ନତାସା


ଟିମ ଇଣ୍ଡିଆର ସିକ୍ସର ହିଟର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି। ତାଙ୍କ ବିଦେଶିନୀ ପତ୍ନୀ ନତାସା ଷ୍ଟାଙ୍କୋଭିକ୍ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ପାଣ୍ଡ୍ୟା ତାଙ୍କ ଫେସବୁକରେ ଫଟୋ ପୋଷ୍ଟ କରିଛନ୍ତି। ହାର୍ଦ୍ଦିକ ଓ ନତାସାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଠାରେ ସୂଚନାଯୋଗ୍ୟ ଯେ ହାର୍ଦ୍ଦିକ ଓ ନତାସାଙ୍କ ପ୍ରେମ ସମ୍ପର୍କ ପ୍ରଥମେ ସୋସାଲ ମିଡିଆ ଜରିଆରେ ପ୍ରକାଶିତ ହୋଇଥିଲା। ଏହାପରେ ଉଭୟେ ଏହାକୁ ସ୍ବୀକାର କରିଥିଲେ। ଏପରିକି ବିବାହ ପୂର୍ବରୁ ନତାସା ଗର୍ଭବତୀ ହୋଇଥିବା ନେଇ ନିଜେ ହାର୍ଦ୍ଦିକ ମଧ୍ୟ ସୋସାଲ ମିଡିଆ ଜରିଆରେ ପ୍ରକାଶ କରିଥିଲେ। ନତାସା ଗର୍ଭବତୀ ହେବା ପରେ ଦୁହିଁଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା।

ହାର୍ଦ୍ଦିକ-ନତାସା କେମିଷ୍ଟ୍ରି କେଉଁଠି ଆରମ୍ଭ ହେଲା, ତାହା ସ୍ପଷ୍ଟ ହୋଇ ନ ଥିଲେ ବି ପ୍ରାୟ ବର୍ଷେ ହେଲା ଦୁହେଁ ଡେଟିଂ କରିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ବିବାହ ପୂର୍ବରୁ ଦୁହିଁଙ୍କ ଅନେକ ରୋମାଣ୍ଟିକ ମୁହୂର୍ତ୍ତର ଫଟୋକୁ ନେଇ ମଧ୍ୟ ସୋସାଲ ମିଡିଆ ଜରିଆରେ ଚର୍ଚ୍ଚା ହେବା ପରେ ଉଭୟେ ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରିଥିଲେ। ଆଉ ଶେଷରେ ଦୁହିଁଙ୍କ ମଧ୍ୟରେ ବିବାହ ହୋଇଥିଲା ବେଳେ ଏବେ ସେମାନେ ମାତାପିତା ବନିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ