ହୁମାଙ୍କ ବେଲ୍ଟ ବ୍ୟାଗର ଦାମ୍ ଜାଣିଛନ୍ତି କି?


ହୁମା କୁରୈଶୀ କିଛି ଦିନ ତଳେ ମୁମ୍ବାଇର ବାନ୍ଦ୍ରାରେ ନଜର ଆସିଥିଲେ। ଏହି ସମୟରେ ସେ ତାଙ୍କ ଲୁକକୁ କାଜୁଆଲ ରଖିଥିଲେ। ଏହି ସିମ୍ପଲ ଲୁକ୍ ସହିତ ସେ ଯେଉଁ ପର୍ସ ଧରିଥିଲେ ତାହାର ଷ୍ଟାଇଲରୁ ଆରମ୍ଭ କରି ଦାମ୍ ପର୍ଯ୍ୟନ୍ତ ସବୁ କିଛି ଭିନ୍ନ ଥିଲା।

ହୁମା ଯେତେବେଳେ ପବ୍ଲିକରେ ନଜର ଆସିଥିଲେ, ସେତେବେଳେ ସେ ଆଡିଡାସ ବ୍ରାଣ୍ଡର ସ୍ବେଟଶାର୍ଟ ଓ ମ୍ୟାଚିଂ ଷ୍ଟ୍ରେଟକଟ୍ ଲୋଅରରେ ନଜର ଆସୁଥିଲେ। ତାଙ୍କ ସ୍ବେଟଶାର୍ଟ ଉପରେ ବ୍ରାଣ୍ଡର ନାମ ଓ ଲୋଗୋ ମଧ୍ୟ ପ୍ରିଣ୍ଟ ଥିଲା, ଯାହା ତାଙ୍କୁ କୁଲ୍ ଲୁକ୍ ଦେଉଥିଲା। ସେହିପରି ଅଲ୍ ବ୍ଲାକ୍ ଲୁକ୍ ସହିତ ହୁମା କଣ୍ଟ୍ରାଷ୍ଟ କଲର କ୍ୟାରି କରି ହ୍ବାଇଟ୍ ଏଣ୍ଡ ପିଙ୍କ୍ କମ୍ବିନେସନର ସ୍ପୋର୍ଟସ ଜୋତା ପିନ୍ଧିଥିଲେ। ଏହି ଲୁକ୍‌ର ହାଇଲାଇଟ୍ ଥିଲା ହୁମାଙ୍କ ପର୍ସ। ସେ ତାଙ୍କ ଅଣ୍ଟାରେ ଗୁସିର ବେଲ୍ଟ ବ୍ୟାଗ୍ ବାନ୍ଧିଥିଲେ। ଏହି ବ୍ୟାଗ୍ ଲେଦରରେ ତିଆରି, ଯାହା ଏକ କୁଲ୍ ଲୁକ୍ ଦେଉଥିଲା। ସ୍ପୋର୍ଟସୱିଅରରୁ ଅନୁପ୍ରାଣିତ ହୋଇଥିବା ଏହି ବ୍ୟାଗରେ ଲେଦର ବେଲ୍ଟ ସଂଯୋଗ ଥିଲା, ଯାହାକୁ ସହଜରେ ବେଲ୍ଟ ଭାବେ ବ୍ୟବହାର କରାଯାଇପାରିବ। ଏହି ବେଲ୍ଟ ବ୍ୟାଗର ଫ୍ରଣ୍ଟରେ ଗୁସି ବ୍ରାଣ୍ଡର ଲୋକପ୍ରିୟ ଗୋଲ୍ଡେନ୍ ଲୋଗୋ ବି ଦେଖିବାକୁ ମିଳିଥିଲା। ଏହି ବ୍ୟାଗକୁ ସର୍ବପ୍ରଥମେ ଆଲେସାଣ୍ଡ୍ରୋ ମାଇକେଲ ପ୍ରି-ଫଲ ୨୦୧୭ କଲେକ୍ସନ୍ ସହିତ ଲଞ୍ଚ କରିଥିଲେ। ସେବେଠାରୁ ଏହି ବ୍ୟାଗର ଲୋକପ୍ରିୟତା ବଢ଼ିବାରେ ଲାଗିଛି, ଯାହାର ପ୍ରମାଣ ହେଉଛି ଏବେ ବି ଏହି ବ୍ୟାଗ୍ ବ୍ରାଣ୍ଡର ଅଫିସିଆଲ ୱେବସାଇଟରେ ସହଜରେ ମିଳିଯାଉଛି।

ଏତେ ବଡ଼ ବ୍ରାଣ୍ଡ ଓ ଦାମୀ ମ୍ୟାଟେରିଆଲ ବ୍ୟବହାର ପରେ ଏହି ବ୍ୟାଗର ଦାମ୍ ତ ନିହାତି କମ୍ ହୋଇ ନ ଥିବ। ୱେବସାଇଟରୁ ମିଳିଥିବା ସୂଚନାନୁସାରେ ଏହି ବ୍ୟାଗର ଦାମ ଆମେରିକୀୟ ଡଲାରରେ ୧୨୦୦ ଅଟେ, ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୮୯,୮୩୦ ଟଙ୍କା ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ