ପ୍ରଥମ ଥର ପାଇଁ ଗୋଟିଏ କ୍ବାର୍ଟରରେ କ୍ଷତି ସହିଲା ମାରୁତି ସୁଜୁକୀ


ନୂଆଦିଲ୍ଲୀ: ଅଟୋ ମୋବାଇଲ କ୍ଷେତ୍ରରେ ମାରୁତି ସୁଜୁକୀର ଚାହିଦା ସାରା ଦେଶରେ ରହିଛି। ଅନ୍ୟ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକୀ ସହ ପ୍ରତିଦ୍ବନ୍ଦ୍ବିତାରେ ଆସିବାକୁ ମଧ୍ୟ ସାହସ କରନ୍ତି ନାହିଁ। କାରଣ ଭାରତ ବର୍ଷର ଗଳି କନ୍ଦିରେ ଦେଖିବାକୁ ମିଳିଥାଏ ମାରୁତି ସୁଜୁକୀ ପ୍ରସ୍ତୁତ ଗାଡ଼ି। ମାତ୍ର ଚଳିତ ବର୍ଷର କୋରୋନା ମହାମାରୀ ମାରୁତି ସୁଜୁକୀ ପରି ବଡ଼ କମ୍ପାନୀର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ହଲାଇ ଦେଇଛି। କମ୍ପାନୀ ମାର୍କେଟକୁ ଆସିବା ପରଠାରୁ ପ୍ରଥମ ଥର ପାଇଁ ଗୋଟିଏ କ୍ବାର୍ଟରରେ କ୍ଷତି ସହିଛି। ଜୁନ ୩୦ ସୁଦ୍ଧା ଶେଷ ହୋଇଥିବା ଦ୍ବିତୀୟ କ୍ବାର୍ଟରରେ ସୁଜୁକୀ ମୋଟର କର୍ପ ୩୩ ନିୟୁତ ଡଲାର କ୍ଷତି ସହିଥିବା ପ୍ରକାଶ କରିଛି। ଗତ ବର୍ଷ ମାରୁତି ୧୪.୪ ବିଲଅନ ଲାଭ କରିଥିଲା ବେଳେ ଚଳିତ ବର୍ଷ କ୍ଷତି ସାହିଛି।

ମାରୁତି ପକ୍ଷରୁ କୁହାଯାଇଛି ଯେ ଜୁନ ୩୦ ସୁଦ୍ଧା ଶେଷ ହୋଇଥିବା ଦ୍ବିତୀୟ କ୍ବାର୍ଟରରେ ଗାଡ଼ି ଉତ୍ପାଦନ ଅହେତୁକ ଭାବେ କମିଛି। ଏପରିକି ନିୟମିତ ଧାରାରେ ମାତ୍ର ୨ ସପ୍ତାହରେ କମ୍ପାନୀ ଯେତିକି ଗାଡ଼ି ବଜାରକୁ ଛାଡ଼ିଥାଏ, ସେତିକି ଗାଡ଼ି ମଧ୍ୟ ଛାଡ଼ି ନାହିଁ। ଲୋକଙ୍କର ଡିମାଣ୍ଡ ନ ରହିବା ଓ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ କମ୍ପାନୀ କ୍ଷତି ସହିଛି। ମାତ୍ର କଟକଣା ଉଠିବା ପରେ କମ୍ପାନୀ ଲାଭ କରିବାକୁ ଲକ୍ଷ୍ୟ ରଖିଛି। କାରଣ ଲୋକେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେଉଥିବାରୁ ଅଧିକାଂଶ ଲୋକେ ନିଜସ୍ବ ଗାଡ଼ିରେ ଯାତ୍ରା କରିବାକୁ ପସନ୍ଦ କରିବେ। ଏହିପରି ସ୍ଥିତିରେ କମ୍ପାନୀ ଗାଡ଼ି ବିକ୍ରି କରି ଫାଇଦାରେ ରହିବ ବୋଲି ଆଶା ରଖିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ