ଖାଆନ୍ତୁ ଓ ଖୁଆନ୍ତୁ ହାଇଦ୍ରାବାଦୀ ସୋୟା ଭେଜ ବିରୟାନୀ


ବିରୟାନୀ ଖାଇବାକୁ ସାଧାରଣତଃ ଲୋକ ପସନ୍ଦ କରିଥାନ୍ତି। ପୋଷକତତ୍ତ୍ବରେ ଭରପୂର ପନିପରିବାରେ ପ୍ରସ୍ତୁତ ହୋଇଥିବାରୁ ଏହା ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। କିନ୍ତୁ ଅନେକ ଲୋକଙ୍କୁ ଏହା ତିଆରି କରିବା ଜଣା ନ ଥାଏ। ଏପରିସ୍ଥଳେ ଆପଣ ଯଦି ବିରୟାନୀ ଖାଇବାକୁ ପସନ୍ଦ କରନ୍ତି, ତେବେ ଏଠାରେ ଏହାର ରେସିପି ଦିଆଯାଇଛି। ଚାଲନ୍ତୁ ଜାଣିବା ଏହାର ରେସିପି। ଯାହାଫଳରେ ଆପଣ ଏହାକୁ ଘରେ ସହଜରେ ତିଆରି କରିପାରିବେ।

କ’ଣ ଦରକାର
୪ କପ୍ ଅଧ ସିଝା ଭାତ, ୧ କପ୍ ସୋୟାବିନ୍, ୨ଟି କଟା ଆଳୁ, ଲମ୍ବାରେ କଟା ଯାଇଥିବା ଦୁଇଟି ପିଆଜ, ଅଧ କପ୍ କଟା କ୍ୟାପ୍ସିକମ୍, କଟା କଞ୍ଚା ଲଙ୍କା, ଅଧ କପ୍ କଟା ଗାଜର, ୧ଟି କଟା ଟମାଟୋ, ୨ ଟେବଲସ୍ପୁନ୍ ଅଦା ରସୁଣ ପେଷ୍ଟ, ୫୦ ଗ୍ରାମ୍ ଦହି, ୪ଟି ଲବଙ୍ଗ, ଖଣ୍ଡେ ଡାଳଚିନି, ଅଧକପ୍ କେସରଯୁକ୍ତ କ୍ଷୀର, ୨ଟି ଗୁଜୁରାତି, ୨ଟି ତେଜପତ୍ର, ଅଧ ଚାମଚ ଜିରା ଗୁଣ୍ଡ, ୧ ଟେବଲସ୍ପୁନ୍ ଗରମ ମସଲା, ତେଲ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସୋୟାବିନକୁ ପାଣିରେ ୧୦ ମିନିଟ୍ ଭିଜାଇ ରଖନ୍ତୁ। ଏହାକୁ ଛାଣି ଏକ ପାତ୍ରରେ ରଖିଦିଅନ୍ତୁ। ଏଥିରେ ସମସ୍ତ ପରିବା ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏଥିରେ ଦହି, ଅଦା ରସୁଣ ପେଷ୍ଟ, ଜିରାଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶାଇ ୧୦ ମିନିଟ୍ ଯାଏ ଅଲଗା ରଖନ୍ତୁ। ଏବେ ଗ୍ୟାସକୁ ମଧ୍ୟମ ଆଞ୍ଚରେ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଏଥିରେ ପିଆଜ ଭାଜନ୍ତୁ ଓ ଏହାକୁ ପ୍ଲେଟକୁ ବାହାର କରନ୍ତୁ। ଏବେ ଏହି ତେଲରେ ଲବଙ୍ଗ, ଗୋଲମରିଚ, ଗୁଜୁରାତି, ଡାଳଚିନି, ତେଜପତ୍ର ଓ ସମସ୍ତ ମସଲା ପକାଇ ଭଲ ଭାବେ ଭାଜନ୍ତୁ। ସମସ୍ତ ପରିବା ଫ୍ରାଏ ହୋଇଗଲା ପରେ ଏଥିରେ ଅଳ୍ପ ଭାତ ଓ ଭଜା ପିଆଜ ପକାନ୍ତୁ ଏହା ଉପରେ ଆଉ କିଛି ଭାତ ଓ କେସରଯୁକ୍ତ କ୍ଷୀର ପକାନ୍ତୁ ଏବେ ବଳକା ଭାତ, ଭଜା ପିଆଜ ଓ ଧନିଆ ପତ୍ର ପକାଇ ପ୍ରେସର କୁକର ଢାକୁଣୀ ବନ୍ଦ କରି ଦିଅନ୍ତୁ। ଏହାକୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଧ୍ୟାନରେ ରଖନ୍ତୁ ଏହାକୁ ମଧ୍ୟମ ଆଞ୍ଚରେ ହିଁ ରଖନ୍ତୁ। ନିର୍ଦ୍ଦିଷ୍ଟ ସମୟ ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ହାଇଦ୍ରାବାଦୀ ସୋୟା ଭେଜ ବିରୟାନୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ