ତାଲାବନ୍ଦକୁ ଜଗିଛି ପୋଲିସ, ତେଣେ ଥରହର କଲେଣି ଅପରାଧୀ


ରାଜଧାନୀ ଏବେ କୋରୋନା ମହାମାରୀକୁ ନେଇ ଭୀତିରେ ଥିବା ବେଳେ ନିଦ ଓ ଶାନ୍ତି ଛଡ଼ାଇ ନେଇଛନ୍ତି ଅପରାଧୀ। ସହରର ବିଭିନ୍ନ ଅଞ୍ଚଳରେ ଚୋରି, ଲୁଟ, ଅବାଧ ନିଶା କାରବାର ମାରପିଟ ଓ ହତ୍ୟାକାଣ୍ଡ ବ୍‌ଦ୍ଧି ପାଉଥିବା ବେଳେ ତାଲାବନ୍ଦକୁ ସଫଳ କରିବା ପାଇଁ ନିୟୋଜିତ ପୋଲିସ ଅପରାଧ ଉପରୁ ନଜର ହଟାଇ ନେଇଥିବା ଭଳି ମନେହେଉଛି।

ରାଜଧାନୀରେ ତାଲାବନ୍ଦର ସୁଯୋଗ ନେଇଛନ୍ତି ଅପରାଧୀ। ଚୋରି, ଛିନତାଇ ଓ ଲୁଟପାଟ କରି ରାଜଧାନୀକୁ ଥରହର କରିଚାଲିଛନ୍ତି। କେଉଁଠି ଘରେ ପଶି ଆକ୍ରମଣ କରି ଲୁଟିଲେଣି ତ ଆଉ କେଉଁଠି ବନ୍ଧୁକ ମୁନରେ ପୋଲିସ ଅଧିକାରୀଙ୍କ ଘରୁ ଅଳଙ୍କାର ନେଲେଣି। ପରିସ୍ଥିତି ବିଗତ ୭ ଦିନରେ ବେଶ ବିଗିଡ଼ି ଯାଇଛି। ଏଭଳି ହୋଇଛି ଯେ ଦିନ ଦିପ୍ରହରରେ ଘରେ ପଶି ବେଧଡ଼କ ଲୁଟପାଟ କରୁଛନ୍ତି। ଲକଡାଉନରେ ସାଢ଼େ ତିନି ମାସ ସହରରେ ଏଭଳି ଦ୍‌ଶ୍ୟ ଦେଖିବାକୁ ମିଳି ନ ଥିଲା। ଆଇନଶ୍‌ଙ୍ଖଳା କିଛିଟା ନିୟନ୍ତ୍ରଣରେ ଥିଲା। କିନ୍ତୁ ଗତ ସପ୍ତାହରେ ସବୁ ଶ୍‌ଙ୍ଖଳା ବିଗିଡ଼ି ଯାଇଛି।

ଘରେ ପଶି ମହିଳା ଡିଏସପିଙ୍କୁ ଲୁଟିଲେ
ଲକଡାଉନରେ ଭୋରରୁ ରାଜଧାନୀର ପ୍ରମୁଖ ଛକ ଗୁଡ଼ିକରେ ପୋଲିସର କଡ଼ା ପହରା। ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ମାତ୍ର କିଛି ମିଟର ଦୂରରେ ଖାରବେଳନଗର ଥାନା ଅଧୀନ ୟୁନିଟ-୩ସ୍ଥିତ କ୍ବାଟରରେ ରହୁଥିବା ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତମାନେ ସୁନାଚେନ, କାନଫୁଲ ଓ ଚୁଡ଼ି ଲୁଟିନେଇ ପାର ହୋଇଛନ୍ତି। ଅପରାଧୀମାନଙ୍କ ଏଭଳି ସାହସକୁ ନେଇ ଏବେ ପୋଲିସର ଚିନ୍ତା ବଢ଼ିଯାଇଛି। ରବିବାର ସକାଳର ଏ ଘଟଣା ରାଜଧାନୀରେ ଭୟ ସଞ୍ଚାର କରିଛି।

ମାଡ଼ ମାରି ଛଡ଼ାଇ ନେଲେ ବାଇକ

ଶନିବାର ଭୋର ସମୟରେ ମଞ୍ଚେଶ୍ବର ଥାନା ଜଗନ୍ନାଥନଗର ଅଞ୍ଚଳର ବାସିନ୍ଦା କ୍‌ଷ୍ଣଚନ୍ଦ୍ର ଡାଳୁଆ ନାମକ ଜଣେ ବ୍ୟବସାୟୀଙ୍କୁ ବାଟରେ ୩ ଜଣ ଲୁଟିଆ ଅଟକାଇ ମାଡ଼ମାରି ତାଙ୍କ ବାଇକ ଛଡ଼ାଇ ନେଲେ। ବାଣୀବିହାର ଓଭରବ୍ରିଜ ଉପରେ ଘଟିଥିଲା ଏ ଘଟଣା। କ୍‌ଷ୍ଣଚନ୍ଦ୍ର ପୋଲିସରେ ଏତଲା ଦେବାକୁ ପ୍ରଥମେ ଶହୀଦନଗର ଥାନା ଓ ପରେ ମଞ୍ଚେଶ୍ବର ଥାନାକୁ ଯାଇଥିଲେ। କିନ୍ତୁ ଘଟଣା ଘଟିଥିବା ଅଞ୍ଚଳର ସୀମାକୁ ନେଇ ଥାନା ଗୁଡ଼ିକ ପରସ୍ପରକୁ ଦାୟିତ୍ବ ଠେଲିବା କାରଣରୁ କ୍‌ଷ୍ଣଚନ୍ଦ୍ର ବାଇକ ଲୁଟର ଦୁଃଖକୁ ନେଇ ଜୋନାଲ ଏସିପିଙ୍କୁ ଭେଟିଥିଲେ। କିନ୍ତୁ ଲୁଟେରା ଖସିଯାଇଥିଲେ।

ନିଶା ବେପାରୀଙ୍କୁ ସୁହାଉଛି ତାଲାବନ୍ଦ
ରାଜଧାନୀ ଏବେ ତାଲାବନ୍ଦରେ। କିନ୍ତୁ ଥମିବାର ନାଁ ନେଉନି ନିଶା କାରବାର। ଯେତିକି ପରିମାଣର ନିଶାଦ୍ରବ୍ୟ ପୋଲିସ ଓ ଏସଟିଏଫ ଜବତ କରୁଛି ସେତିକି ନିଶାଦ୍ରବ୍ୟ ପୁଣି ସହରକୁ ପ୍ରବେଶ କରୁଛି। ପୋଲିସର କଡ଼ା ପହରା ସତ୍ତ୍ବେ ନିଶାଦ୍ରବ୍ୟର ଚୋରା ଚାଲାଣ ହେଉଛି। ୧୪ ଦିନିଆ ଲକଡାଉନର ଦୁଇଦିନ ମଧ୍ୟରେ ରାଜଧାନୀର ୫ଟି ଥାନା ଅଞ୍ଚଳରୁ ବିପୁଳ ପରିମାଣର ମଦ ଜବତ କରିଛି ପୋଲିସ। ଧଉଳି ଥାନା ଅଧୀନ ଉତ୍ତରା ଛକରୁ କୁଇକ ଆକ୍ସନ ଟିମ ଓ ଧଉଳି ପୋଲିସ ଦୁଇ ନିଶା ମାଫିଆଙ୍କୁ ଧରି ବ୍ରାଉନସୁଗାର ଓ ଗାଡ଼ି ଜବତ କରିଛି। ନିଶାର ହୋମ ଡେଲିଭରି ହେଉଥିବା ଘଟଣାକୁ କ୍ୟୁଏଟି ସ୍ବୀକାର କରିଛି।

ସହର ଭିତରେ ହଣାହଣି

ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିର ନୀଳଚକ୍ରନଗର ବସ୍ତି ଓ ବାପୁଜୀ ନଗର ପାଣିଟାଙ୍କି ବସ୍ତିରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟଣା ନଜରକୁ ଆସିଛି। ନୀଳଚକ୍ରନଗରରେ ଜଣେ ଯୁବକଙ୍କୁ ଦୁଇଜଣ ଦୁର୍ବୃତ୍ତ ଫାର୍ସାରେ ହାଣିଥିବା ଘଟଣାରେ ଉକ୍ତ ବସ୍ତିର ମୁନା ନାୟକଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଦୁଇଦିନ ପୂର୍ବରୁ ସେହି ବସ୍ତିରେ ରମେଶ ଏବଂ ଅନ୍ୟଜଣେ ବ୍ୟକ୍ତି ଗଞ୍ଜାମ ଫେରନ୍ତା କୋରୋନା ବଢ଼ାଇଲେଣି ବୋଲି କହିଥିବାରୁ ମୁନା ଫାର୍ସାରେ ରମେଶ ମହାରଣା ନାମକ ଜଣେ ଯୁବକଙ୍କୁ ହାଣି ଦେଇଥିଲେ। ସେହିପରି ବାପୁଜୀନଗର ପାଣିଟାଙ୍କି ଅଞ୍ଚଳର ଶିବ ଦାସ ସର୍ବସାଧାରଣ ସ୍ଥାନରେ ଆତଙ୍କରାଜ କରିବା ସହ ପି.ନରସିଂହ ଓରଫ ଦାଣ୍ଡିଆକୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି।

କୋରୋନା ଲାଗି ଶୀଘ୍ର ମିଳିଯାଉଛି ଜାମିନ
କୋରୋନା ଲାଗି ଛୋଟମୋଟ ଚୋରି ଓ ଗଣ୍ଡଗୋଳ ଘଟଣାରେ ତୁରନ୍ତ ଜାମିନ ମିଳିଯାଉଛି। ଅପରାଧୀମାନେ ଜେଲରୁ ଫେରି ପୁଣି ଅପରାଧରେ ଲିପ୍ତ ରହୁଛନ୍ତି। ସପ୍ତାହ ଭିତରେ କ୍ୟାପିଟାଲ ଥାନା ପୋଲିସ ୩ଜଣ ଅପରାଧୀଙ୍କ ବିରୋଧରେ ୧୧୦ ଦଫା ଲଗାଇଛି। ମହିଳା ଡିଏସପିଙ୍କ ଠାରୁ ରବିବାର ଚେନଲୁଟ, ସେହିଦିନ ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ବ୍‌ଦ୍ଧାଙ୍କୁ ଆକ୍ରମଣ କରି ଚେନ ଲୁଟ ହୋଇଛି। ସହର ଉପକଣ୍ଠ ବାଲିଅନ୍ତା ବାଲିପାଟଣା ଅଞ୍ଚଳରେ ଚେନ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ଖବର ସାମ୍ନାକୁ ଆସିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ମୋବାଇଲ ଝାମ୍ପିନେଇ ଆତଙ୍କ ଖେଳାଉଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହ ୧୫ଟି ଫୋନ ଜବତ କରାଯାଇଛି। ବାଲିଅନ୍ତାର ଏକ ଦମ୍ପତିଙ୍କୁ ଲୁଟିଥିବା ଲୁଟେରା ଗ୍ୟାଙ୍ଗର ୩ ଜଣ ବିଶ୍ବଜିତ ସ୍ବାଇଁ, ସିଲୁ ସାମନ୍ତ ଓ ରାଜୁ ଦାସଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।

କୋରୋନା କାଳରେ ସାରା ବିଶ୍ବ ମହାମାରୀ ଆତଙ୍କରେ ଶିହରିତ ହେଉଥିବା ବେଳେ ରାଜଧାନୀରେ ଅସାମାଜିକଙ୍କ ଦୌରାତ୍ମ୍ୟ ଦ୍ବୈତ ବିପଦ ସ୍‌ଷ୍ଟି କରିଛି। ପୋଲିସ ଗୁଇନ୍ଦା ବ୍ୟବସ୍ଥାକୁ ସଜାଗ କରି ତୁରନ୍ତ ଅପରାଧ ନିୟନ୍ତ୍ରଣ କରିବା ନିତାନ୍ତ ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ