ଗୋଲ ରୁଟି ଆଉ ଗୋରା ରଙ୍ଗ... ଏବେ ବି ଏହି ନିକିତିରେ ତଉଲା ଯାଉଛି ବୋହୂ


ବର୍ତ୍ତମାନ ସମୟରେ ମହିଳାମାନେ ଅଧିକ ଆତ୍ମନିର୍ଭର ହୋଇଗଲେଣି। ବାହାଘର ପ୍ରସ୍ତାବ ଆସିଲେ ପୁଅମାନଙ୍କ ଭଳି ଝିଅମାନଙ୍କ ଇଚ୍ଛାକୁ ବି ସମ୍ମାନ ମିଳିବାରେ ଲାଗିଛି। ଶାଶୂ ଓ ବୋହୂଙ୍କ ତାଳମେଳରେ ମଧ୍ୟ ବେଶ୍ ଅନ୍ତର ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରେ ଘର ସମ୍ଭାଳିବା ଠାରୁ ଆରମ୍ଭ କରି କ୍ୟାରିଅର ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହି ପରିବର୍ତ୍ତନ ସମସ୍ତଙ୍କ ମଧ୍ୟରେ ଆସି ନାହିଁ ଯେଉଁଥି ପାଇଁ ଅନେକ ପରିବାରରେ ବୋହୂମାନଙ୍କୁ ଏଭଳି ନିକିତିରେ ତଉଲା ଯାଉଛି, ଯାହା ଶୁଣିଲା ପରେ ଲାଗୁଛି ସେମାନେ ମଣିଷ ନୁହନ୍ତି, ଯେମିତି କୌଣସି ବସ୍ତୁ।

ଗୋରା ରଙ୍ଗ
ଫେୟାର ଏଣ୍ଡ ଲଭଲି କ୍ରିମରୁ ହୁଏତ ଫେୟାର ଶବ୍ଦ ହଟାଇ ଦିଆଯାଇଛି, କିନ୍ତୁ ଏବେ ବି ମଣିଷର ଚିନ୍ତାଧାରାରୁ ଏହି ଶବ୍ଦ ହଟାଇବା ମୁସ୍କିଲ। ଏବେ ବି ଆପଣ ମାଟ୍ରିମୋନିଆଲ ସାଇଟ୍ କିମ୍ବା ଖବରକାଗଜ ପୃଷ୍ଟା ଦେଖିଲେ ଜାଣିବାକୁ ପାଇବେ ଯେ ଅଧିକାଂଶ ଲୋକ ଗୋରା ପତ୍ନୀ କିମ୍ବା ବୋହୂ ଖୋଜୁଛନ୍ତି। ଡସ୍କି, ଡାର୍କସ୍କିନ ବା କଳାରଙ୍ଗର ଝିଅଙ୍କୁ ଏବେ ବି ଅନେକ ଥର ପ୍ରସ୍ତାବ ଭାଙ୍ଗିବା କଷ୍ଟ ସହିବାକୁ ପଡ଼ୁଛି। ଅନେକ ସମୟର ଏପରି ମଧ୍ୟ ଦେଖାଯାଇଥାଏ ଯେ ଏଭଳି ଝିଅଙ୍କୁ ନେଇ ଶାଶୂ ଶ୍ବଶୂର ଖୁସି ଥାଆନ୍ତି। କିନ୍ତୁ ଶାଶୂଘର ପକ୍ଷରୁ ଅନ୍ୟ ବନ୍ଧୁ ସମ୍ପର୍କୀୟ ସେମାନଙ୍କ ରଙ୍ଗକୁ ନିହାତି ପଏଣ୍ଟ ଆଉଟ୍ କରିଥାନ୍ତି। ଯାହାଫଳରେ ଝିଅର ଯେତେ ଆତ୍ମବିଶ୍ବାସ ଥିଲେ ମଧ୍ୟ ସେ ଅସହଜ ଅନୁଭବ କରନ୍ତି। ଏହି ନକାରାତ୍ମକର ପ୍ରଭାବ ବୈବାହିକ ଜୀବନ ଉପରେ ମଧ୍ୟ ପଡ଼ିଥାଏ।

ରୋଷେଇ
ସମସ୍ତେ ରୋଷେଇ ଶିଖିବା ଉଚିତ। କିନ୍ତୁ ଏବେ ବି ଅଧିକାଂଶ ଭାରତୀୟ ରୋଷେଇକୁ ମହିଳାଙ୍କ କାମ ବୋଲି ଭାବିଥାନ୍ତି। ଯେତେବେଳେ ଜଣେ ଝିଅ ଦେଖିବାକୁ ଯାଆନ୍ତି ନିଶ୍ଚିତ ଭାବେ ପଚାରନ୍ତି ଝିଅକୁ ରୋଷେଇ ଆସୁଛି କି ନାହିଁ। ହୁଏତ ନିଜ ପୁଅକୁ ରୋଷେଇ ଆସୁ ନ ଥାଇପାରେ। ହେଲେ ଭାବୀ ବୋହୂକୁ ନିହାତି ଭାବେ ଏହି ମାପକାଠିରେ ମପାଯାଇଥାଏ। ଯଦି ଝିଅକୁ ରୋଷେଇ ଜଣା ନ ଥାଏ ତେବେ ତାଙ୍କ ନମ୍ବର ଆପେ ଆପେ କମିଯାଏ। ଏପରିକି ଏହି ପ୍ରସ୍ତାବ ଭାଙ୍ଗିବା ଯାଏ କଥା ଯାଏ।

ଶରୀର
କେବଳ ଗୋରା ରଙ୍ଗ ନୁହେଁ ଯଦି ଝିଅ ଅଧିକ ମୋଟୀ କିମ୍ବା ପତଳି ହୋଇଥାନ୍ତି, ତାହାଲେ ମଧ୍ୟ ରିଜେକ୍ସନ୍ ସହିବାକୁ ପଡ଼ିଥାଏ। ପୁଅର ପେଟ ବାହାରକୁ ବାହାରି ଥାଉ ପଛେ, ହେଲେ ଝିଅ ସ୍ଲିମ୍ ଟ୍ରିମ୍ ହେବା ଉଚିତ। ଏହି ଦାବି ମଧ୍ୟ ମାଟ୍ରିମୋନିଆଲ ସାଇଟରେ ଅଧିକ ଦେଖିବାକୁ ମିଳିଥାଏ।

ମା’ ବାପା ଓ ସମ୍ପତ୍ତି

ବାହାଘର ପୂର୍ବରୁ ପୁଅ ଝିଅଙ୍କ ବ୍ୟାକଗ୍ରାଉଣ୍ଡ ବିଷୟରେ ଜାଣିବା ଉଚିତ। ଭବିଷ୍ୟତରେ କୌଣସି ସମସ୍ୟା ନ ହେବା ପାଇଁ ଏହା ଜାଣିବା ମଧ୍ୟ ଉଚିତ। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେଉଁ ଝିଅର ମା’ ବାପା ନାହାନ୍ତି, ତାଙ୍କୁ ମଧ୍ୟ ରିଜେକ୍ସନର ସାମ୍ନା କରିବାକୁ ପଡ଼ିଥାଏ। କେବଳ ସେତିକି ନୁହେଁ, ଯଦି ଝିଅର ପରିବାର ଆର୍ଥିକ ଭାବେ ସମ୍ପନ୍ନ ନୁହନ୍ତି, ତାଙ୍କୁ ମଧ୍ୟ ପ୍ରସ୍ତାବ ମିଳିବା କଷ୍ଟକର ହୋଇପଡ଼େ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ