ରାଫେଲ ବଢ଼ାଇଲା ସେନାର ଶକ୍ତି: ଶତ୍ରୁ ଦେଶରେ ରଚିବ ଧ୍ବଂସଲୀଳା


ବହୁ ଚର୍ଚ୍ଚା, ଆଲୋଚନା ତଥା ବାଦବିବାଦ ପରେ ଶେଷରେ ୫ଟି ରାଫେଲ ବିମାନ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ଏହି ବିମାନ ଜୁଲାଇ ୨୯ରେ ଭାରତରେ ପହଞ୍ଚିବ। ଭାରତ ଏବଂ ଚୀନ ମଧ୍ୟରେ ସୀମାକୁ ନେଇ ଉତ୍ତେଜନା ଏବଂ ବିଶ୍ବର ସୁରକ୍ଷା ଦ୍‌ଶ୍ୟପଟରେ ଭାରତ ପାଇଁ ଏହି ବିମାନ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ଆକାଶ ବାହିନୀର କ୍ଷମତା ବ୍‌ଦ୍ଧି ଦିଗରେ ଏହା ପ୍ରଭାବୀ ଭୂମିକା ନେବ। ଆଜି ପର୍ଯ୍ୟନ୍ତ ଯୁଦ୍ଧ ବିମାନ ପାଇଁ ରୁଷ ଉପରେ ନିର୍ଭରଶୀଳ ଭାରତ ଏବେ ନୂଆ ଯାତ୍ରାରେ ୟୁରୋପୀୟ ବିମାନ ସହିତ ନୂଆ କୌଶଳ ଆଣିଆସିଛି। ଫ୍ରାନ୍ସରୁ ଭାରତ ଯେଉଁ ରାଫେଲ ବିମାନ ଆଣିଛି ସେଥିରେ ପୂର୍ବରୁ ଆକାଶରୁ ଆକାଶକୁ ନିକ୍ଷେପ କରିପାରୁଥିବା ଲମ୍ବା ଦୂର ବିଶିଷ୍ଟ କ୍ଷେପଣାସ୍ତ୍ର ସଂଯୋଜିତ ହୋଇଛି। ଏହା ଭାରତୀୟ ଆକାଶ ବାହିନୀର କ୍ଷମତାକୁ ପଡ଼ୋଶୀ ଦେଶ ତୁଳନାରେ ଅଧିକ ବ୍‌ଦ୍ଧି କରିପାରିବ।

କ’ଣ ପ୍ରକ୍‌ତରେ ରାଫେଲ ଅତୁଳନୀୟ
ଫ୍ରାନ୍ସରୁ ୩୬ଟି ରାଫେଲ ବିମାନ କ୍ରୟ ସମ୍ପର୍କିତ ବ୍ୟବସାୟ ଭାରତରେ ବିବାଦୀୟ ହୋଇ ପଡ଼ିଥିଲା। ବିରୋଧୀ କଂଗ୍ରେସ ଏହି ବିମାନ କିଣା ପଛରେ ଦୁର୍ନୀତି ଅଭିଯୋଗ ଉଠାଇଥିଲା। ପ୍ରକ୍‌ତରେ ଏହି ବିମାନ କ’ଣ ଏତେ ଭଲ? ଶତ୍ରୁର ନିଦ ହଜାଇ ଦେବାରେ ଏହାର ଭୂମିକାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ମଧ୍ୟ ହୋଇଥିଲା। ଦ ଇନଷ୍ଟିଚ୍ୟୁଟ ଅଫ ଡିଫେନ୍ସ, ଷ୍ଟଡି ଆଣ୍ଡ ଆନାଲିସିସର ଯୁଦ୍ଧ ବିମାନ ବିଶେଷଜ୍ଞଙ୍କ କହିବାନୁଯାୟୀ କୌଣସି ବି ଯୁଦ୍ଧ ବିମାନ ସଶକ୍ତ ପଛରେ ଏହାର ସେନସରର କ୍ଷମତା ଏବଂ ଅସ୍ତ୍ର ଉପରେ ନିର୍ଭର କରେ। ଏ କ୍ଷେତ୍ରରେ ରାଫେଲ ବହୁତ ଅତ୍ୟାଧୁନିକ ଯୁଦ୍ଧ ବିମାନ। ଭାରତ ପୂର୍ବରୁ ୧୯୯୭-୯୮ରେ ରୁଷ ଠାରୁ ସୁଖୋଇ କିଣିଥିଲା। ସୁଖୋଇ ପରେ ରାଫେଲ ଆସୁଛି। ୨୦-୨୧ ବର୍ଷ ପରେ ପ୍ରଯୁକ୍ତି ବଦଳିଛି। ତେଣୁ ଅତ୍ୟାଧୁନିକ ଅସ୍ତ୍ରର ଆବଶ୍ୟକତା ପାଇଁ ରାଫେଲକୁ ଲୋଡ଼ାଯାଇଛି। ସେନସର ଏବଂ ଅସ୍ତ୍ରଶସ୍ତ୍ର ହେଉଛି ରାଫେଲର ସବୁଠୁ ବଡ଼ କ୍ଷମତା। ପରମାଣୁ ଅସ୍ତ୍ରଯୁକ୍ତ ରାଫେଲ ଆକାଶରୁ ଆକାଶକୁ ୧୫୦ କିମି ବେଗରେ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ। ରାଫେଲର କ୍ଷମତା ପାକିସ୍ତାନର ଏଫ-୧୬ ଠାରୁ ଅଧିକ।

ଏହାର ଦମରେ ଯୁଦ୍ଧ ଜିତିପାରିବ ଭାରତ
ପାକିସ୍ତାନ ନିକଟରେ ଏବେ ଜେ-୧୭, ଏଫ-୧୬ ଏବଂ ମିରେଜ ରହିଛି। ରାଫେଲ ଭଳି ଏଗୁଡ଼ିକ ଅତ୍ୟାଧୁନିକ ନୁହେଁ। ଯଦି ଭାରତ ନିକଟରେ ୩୬ ରାଫେଲ ରହିବ ତେବେ ଭାରତ ୩୬ ଜାଗା ଉପରେ ଲଢ଼େଇ କରିପାରିବ। ପାକିସ୍ତାନରେ ଏତେ ସଂଖ୍ୟକ ଯୁଦ୍ଧବିମାନ ନାହିଁ। ଯୁଦ୍ଧବିମାନର ସଂଖ୍ୟା ଅଧିକ ହେଉଛି ଏ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ।

ରାଫେଲ ତଳୁ ଉପର ଓ ପାର୍ଶ୍ବ ଉପରେ ନଜର ରଖିପାରିବ। ଏହାର ଭିଜିବିଲିଟି (ପରିଦ୍‌ଶ୍ୟମାନ କ୍ଷମତା) ୩୬୦ ଡିଗ୍ରୀ। ପାଇଲଟ କେବଳ ଶତ୍ରୁକୁ ଦେଖି ବଟନ ଦବାଇ ଦେବାର ଆବଶ୍ୟକତା ଅଛି। ବାକି କାମ କମ୍ପ୍ୟୁଟର କରିବ। ଏହାର ପାଇଲଟ ପାଇଁ ଗୋଟିଏ ହେଲମେଟ ରହିଛି। ଭାରତୀୟ ଆକାଶ ବାହିନୀରେ ୪୨ ସ୍କ୍ବାଡ୍ରନ। ଏବେ ୩୨ ସ୍କ୍ବାଡ୍ରନ ରହିଛି। ଏହି ହିସାବରେ ଦେଖିଲେ ଯୁଦ୍ଧ ବିମାନ ନାହିଁ। ଆମକୁ ଗୁଣବତ୍ତା ସହିତ ସଂଖ୍ୟା ମଧ୍ୟ ଆବଶ୍ୟକ। ଚୀନ ଓ ପାକିସ୍ତାନ ସହ ଲଢ଼ିବାକୁ ହେଲେ ଯୁଦ୍ଧବିମାନ ଅଧିକ ଆବଶ୍ୟକ। ଚୀନ ଠାରୁ ଆମର ଫାଇଟର ପ୍ଲେନ କିଛି କମ ନୁହେଁ। ରାଫେଲ ବହୁତ ଆଡଭାନ୍ସଡ। କିନ୍ତୁ ଚୀନ ନିକଟରେ ଏଭଳି ଯୁଦ୍ଧ ବିମାନ ଆଗରୁ ରହିଛି। ପାକିସ୍ତାନରେ ଥିବା ଏଫ-୧୬ ଠାରୁ ରାଫେଲ ଅଧିକ ଅତ୍ୟାଧୁନିକ। ରାଫେଲ ସାଢ଼େ ଚାରି ଜେନେରେସନର ଫାଇଟର ପ୍ଲେନ ହୋଇଥିବା ବେଳେ ଚୀନ ନିକଟରେ ସବୁଠୁ ଅଗ୍ରଣୀ ପାଞ୍ଚ ଜେନେରେସନର ଫାଇଟର ପ୍ଲେନ ରହିଛି। ଏବେ ଆମ ଦେଶ ୨୫-୩୦ ବର୍ଷ ପରେ ପ୍ରଥମ କରି ପ୍ରଯୁକ୍ତି କ୍ଷେତ୍ରରେ ଲମ୍ବଡିଆଁ ମାରିଛି। ଆମକୁ ରାଫେଲ ଅତି ଦରକାରୀ ଥିଲା।

ଏବେ ଭାରତର ସମସ୍ତ ୩୨ ସ୍କ୍ବାଡ୍ରନରେ ୧୮-୧୮ ଫାଇଟର ପ୍ଲେନ। ଏୟାରଫୋର୍ସର ଆଶଙ୍କା ଯଦି ଯୁଦ୍ଧ ବିମାନର ସଂଖ୍ୟା ବଢ଼ା ନ ଯିବ ତେବେ ୨୦୨୨ ସୁଦ୍ଧା ସ୍କ୍ବାଡ୍ରନର ସଂଖ୍ୟା ହ୍ରାସ ପାଇ ୨୫କୁ ଖସି ଆସିବ। ପ୍ରତିରକ୍ଷା ବିଶେଷଜ୍ଞ ଗୁଲସନ ଲୁଧରା ଏକ ସାକ୍ଷାତକାରରେ କହିଛନ୍ତି, ଆମେ ପାକିସ୍ତାନକୁ ପରାଜିତ କରିପାରିବା କିନ୍ତୁ ଚୀନ ପାଇଁ ତଥା ଉଭୟ ପାକିସ୍ତାନ ଓ ଚୀନ ପାଇଁ ଆମକୁ ଠୋସ ପଦକ୍ଷେପ ନେବାକୁ ହେବ। ଭାରତ ଏବଂ ଚୀନ ୧୯୬୨ରେ ଗୋଟିଏ ଯୁଦ୍ଧ ଲଢ଼ିଛନ୍ତି। ଭାରତର ସେଥିରେ ପରାଜୟ ହୋଇଥିଲା। ଏବେ ବି ଉଭୟ ଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ଆଗ୍ନେୟଗିରିର ଲାର୍ଭା ପରି ରହିଛି।

ରାଫେଲର ବିଶେଷତ୍ବ
ଏହି ବିମାନ ପରମାଣୁ କ୍ଷେପଣାସ୍ତ୍ର ନିକ୍ଷେପ କରିପାରିବ। ବିଶ୍ବର ଅଗ୍ରଣୀ ଲଢ଼ୁଆ ବିମାନ ଭାବେ ଏହା ସବୁଠୁ ସୁବିଧାଜନକ ଭାବେ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିବାର କ୍ଷମତା ରହିଛି। ଏହା ଦେଢ଼ଶହ ଓ ତିନିଶହ କିଲୋମିଟର ରେଞ୍ଜରୁ ଅସ୍ତ୍ର ନିକ୍ଷେପ କରିପାରିବ। ଏଭଳି ବିମାନ ଚୀନ କିମ୍ବା ପାକିସ୍ତାନରେ ନାହିଁ। ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ମିରେଜ-୨୦୦୦ ଠାରୁ ମଧ୍ୟ ଏହା ଅଧକ ଆଡଭାନ୍ସଡ ଭର୍ସନ। ଘଣ୍ଟାକୁ ୨୦୨୦ କିମି ବେଗରେ ଏହା ଗତିକରିପାରିବ। ୫.୩୦ ମିଟର ଉଚ୍ଚତା ଏବଂ ୧୫.୩୦ ମିଟର ଲମ୍ବ ବିଶିଷ୍ଟ ଏହି ବିମାନ ଆକାଶରେ ତେଲ ଭର୍ତ୍ତି କରରିପାରିବ। ଏବେ ଏହି ବିମାନ ଆଫଗାନିସ୍ତାନ, ଲିବିୟା, ମାଳି, ଇରାକ ଏବଂ ସିରିଆ ଭଳି ଦେଶରେ ହୋଇଥିବା ଯୁଦ୍ଧରେ ବ୍ୟବହ୍‌ତ ହୋଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ