ଶ୍ବାସ ରୋଗୀଙ୍କ ପାଇଁ ସର୍ବୋତ୍ତମ ପାସାସନ


ଶ୍ବାସ ଏଭଳି ଏକ ଗମ୍ଭୀର ରୋଗ ଯେଉଁଥିରେ ବ୍ୟକ୍ତିଙ୍କୁ ନିଃଶ୍ବାସ ପ୍ରଶ୍ବାସ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏପରିସ୍ଥଳେ ସାଧାରଣତଃ ଅଧିକ ଧୂଳିମାଟି, ପ୍ରଦୂଷଣ ଆଦି ଯୋଗୁ ଫୁସ୍‌ଫୁସ୍‌ରେ ଠିକ୍‌ ମାତ୍ରାରେ ଅମ୍ଳଜାନ ନ ପହଞ୍ଚିବା କାରଣରୁ ଏହି ରୋଗ ହୋଇଥାଏ। ଶ୍ବାସ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଠିକ୍‌ ଭାବରେ ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବା ସହିତ ଜୀବନ ଯିବାର ଆଶଙ୍କା ମଧ୍ୟ ରହିଥାଏ। ଏପରିସ୍ଥଳେ ଏଥିରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ପାସାସନ କରିବା ଉଚିତ। ଏହି ଆସନ କରିବା ଦ୍ବାରା ଶ୍ବାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବା ସହିତ ଶରୀରର ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଚାଲନ୍ତୁ ଜାଣିବା ପାସାସନ କରିବାର ସଠିକ୍‌ ଉପାୟ ଓ ଏହର ଫାଇଦା ସମ୍ପର୍କରେ।

କେମିତି କରିବେ ପାସାସନ
ପ୍ରଥମେ ତାଡ଼ାସନ ମୁଦ୍ରାରେ ପୂରା ସିଧା ହୋଇ ଠିଆ ହୋଇଯାଆନ୍ତୁ। ଏବେ ଆଣ୍ଠୁ ମୋଡ଼ି ପାଦ ଉପରେ ସମସ୍ତ ଭାର ଦେଇ ବସିଯାଆନ୍ତୁ। ଏବେ ପାଦ ତଳକୁ ଭୂମିରେ ସିଧା ରଖନ୍ତୁ। ଏବେ ଶରୀରର ଉପରି ଭାଗକୁ ଡାହାଣ ପଟକୁ ମୋଡ଼ି ଆଣ୍ଠୁ ପର୍ଯ୍ୟନ୍ତ ଆଣିବାକୁ ଚେଷ୍ଟା କରନ୍ତୁ। ଡାହାଣ ହାତକୁ ଉପର ଆଡ଼କୁ ଉଠାନ୍ତୁ ଓ ବାମ ପାଦକୁ ସାମ୍ନା ପଟକୁ ରଖନ୍ତୁ। ଏବେ ବାମ ହାତକୁ ଉପର ଆଡ଼କୁ ଉଠାନ୍ତୁ ଓ ପିଠି ପଛ ଆଡ଼କୁ ମୋଡ଼ି ଡାହାଣ ହାତକୁ ଧରନ୍ତୁ। ମୁଣ୍ଡକୁ ଉପର ପଟକୁ ରଖି ଗଭୀର ଓ ଲମ୍ବା ନିଃଶ୍ବାସ ନିଅନ୍ତୁ। ଏପରି ୪ରୁ ୫ ଥର କରି ଆରାମ ମୁଦ୍ରାରେ ବସି ଯାଆନ୍ତୁ। ଏହି ପ୍ରକ୍ରିୟା ଅପର ପାର୍ଶ୍ବରେ ଦୋହରାନ୍ତୁ।

ଫାଇଦା
ଏହି ଆସନକୁ ନିୟମିତ କରିବା ଦ୍ବାରା ଶ୍ବାସ ଭଳି ରୋଗ ଦୂର ହୋଇଥାଏ। ପିଠି, କାନ୍ଧ ଓ ବେକମୁଣ୍ଡରେ ହୋଇଥିବା ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଏହି ଆସନ ଲାଭଦାୟକ। ପେଟ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ମିଳିଥାଏ। ମାସିକ ଧର୍ମ ସମୟରେ ପାସାସନ କରିବା ଦ୍ବାରା ବହୁତ ଫାଇଦା ମିଳିଥାଏ। ବ୍ଲଡ୍‌ ସର୍କୁଲେସନ୍‌କୁ ଉତ୍ତମ କରିବାରେ ସହାୟକ ହୋଇଥାଏ। ଏହି ଆସନ ପେଟର ଚର୍ବିକୁ ବହୁତ ଶୀଘ୍ର କମ୍‌ କରିଥାଏ।

ପାସାସନ କରିବା ସମୟରେ ରଖନ୍ତୁ ଧ୍ୟାନ
ଯଦି ପାସାସନ କରିବା ସମୟରେ ଶ୍ବାସ ଆଟାକ୍‌ ପଡ଼େ, ତେବେ ଏହା ତୁରନ୍ତ ବନ୍ଦ କରନ୍ତୁ। ଆଗକୁ ମଧ୍ୟ ଏହା କମ୍‌ କରିଥାଏ। ନିଶ୍ବାସ ନେବାରେ ସମସ୍ୟା ନ ହେବା ପାଇଁ ଶ୍ବାସ ପମ୍ପ ସବୁବେଳେ ପାଖରେ ରଖନ୍ତୁ। ପାସାସନ କରିବା ପୂର୍ବରୁ ଏହାକୁ ବ୍ୟବହାର ମଧ୍ୟ କରିପାରିବେ। ପାସାସନ କରିବା ପରେ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରନ୍ତୁ। କେବେ ବି ଉଚ୍ଚ କିମ୍ବା ନିମ୍ନ ତାପମାତ୍ରା ଓ ଅଧିକ ଆର୍ଦ ଜଳବାୟୁରେ ଏହି ବ୍ୟାୟାମ କରିବାରୁ ଦୂରେଇ ରହନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ