ବନ୍ଧୁଙ୍କ ପ୍ରେମିକାଙ୍କ ସହିତ ପ୍ରେମ ହୋଇଗଲେ କ’ଣ କରିବେ


ଆକର୍ଷଣ ଏଭଳି ଏକ ଜିନିଷ, ଯାହାକୁ ନିୟନ୍ତ୍ରଣ କରିବା କଷ୍ଟକର। କୌଣସି ବ୍ୟକ୍ତି ପ୍ରଥମ ଦେଖାରେ ଆକର୍ଷିତ ହୋଇଯାଆନ୍ତି ତ ଆଉ କେହି କାହାରି ସହିତ ଦୀର୍ଘ ଦିନ ରହିବା ପରେ ଆକର୍ଷଣ ବଢ଼ିବାରେ ଲାଗେ। ଏମିତିରେ ଏଥିରେ କିଛି ଖରାପ ନାହିଁ। କିନ୍ତୁ ଯଦି ଏହି ଆକର୍ଷଣ ବନ୍ଧୁଙ୍କ ପ୍ରେମିକାଙ୍କ ଉପରେ ଆସିଯାଏ, ତେବେ କଷ୍ଟକର ହୋଇପାରେ। ଯଦି କୌଣସି ଯୁବକ ଏଭଳି ସ୍ଥିତିରେ ଅଛନ୍ତି, ତେବେ କ’ଣ କରିବେ ଜାଣନ୍ତୁ।

ଏହା ଭୁଲ୍ ବୋଲି ନିଜକୁ ବୁଝାନ୍ତୁ

ପ୍ରଥମେ ନିଜେ ଭାବନ୍ତୁ ଏହି ଆକର୍ଷଣ ଠିକ୍ ନୁହେଁ। ଏପରି ଭାବିବା ଦ୍ବାରା ଏହା ଆପଣଙ୍କୁ ଦ୍ବିତୀୟ ସ୍ତରରେ ପହଞ୍ଚିବାକୁ ରୋକିବାରେ ସାହାଯ୍ୟ ମିଳିଥାଏ। ଏହା ଆପଣଙ୍କ ଭାବାବେଗକୁ ନିୟନ୍ତ୍ରଣ କରିବାରେ ବହୁ ମାତ୍ରାରେ ସାହାଯ୍ୟ କରିଥାଏ। ଫଳରେ ଆପଣ ବନ୍ଧୁଙ୍କ ପ୍ରେମିକା ପ୍ରତି ଭାବନାକୁ ନେଇ ମଧ୍ୟ ସୀମା ଲଂଘିବାକୁ ଚେଷ୍ଟା କରିବେ ନାହିଁ।

ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ

ବନ୍ଧୁଙ୍କ ପ୍ରେମିକାଙ୍କ ସହିତ ବନ୍ଧୁତା ସୃଷ୍ଟି ହୋଇଯାଏ ଯଦି ଏହା ଆକର୍ଷଣରେ ବଦଳି ଯାଏ। ତେବେ ଭଲ ହେବ ତାଙ୍କଠାରୁ ଦୂରେଇ ରହନ୍ତୁ। ଉକ୍ତ ଯୋଡ଼ିଙ୍କ ସହ କମ୍ ହ୍ୟାଙ୍ଗଆଉଟ୍ କରନ୍ତୁ। ଫଳରେ ବନ୍ଧୁଙ୍କ ପ୍ରେମିକା ପ୍ରତି ଆକର୍ଷଣ ବଢ଼ିବାରୁ ରୋକିବାରେ ସାହାଯ୍ୟ ମିଳିଥାଏ। ସୋସାଲ ମିଡିଆରେ ଯଦି ସେ ଆପଣଙ୍କ ଫ୍ରେଣ୍ଡ ଲିଷ୍ଟରେ ସାମିଲ୍ ଅଛନ୍ତି, ତେବେ ତାଙ୍କ ପୋଷ୍ଟ ହାଇଡ୍ କରି ଦିଅନ୍ତୁ। ନିଜ ଭାବନାକୁ ନିୟନ୍ତ୍ରଣ କରି ବାରମ୍ବାର ତାଙ୍କ ପ୍ରୋଫାଇଲ୍ ଓ ପୋଷ୍ଟ ଚେକ୍ କରିବାରୁ ଦୂରେଇ ରହନ୍ତୁ ଓ ତାଙ୍କ ପୋଷ୍ଟରେ କମେଣ୍ଟ କରନ୍ତୁ ନାହିଁ।

ବନ୍ଧୁତା ଠାରୁ ଆକର୍ଷଣ ବଡ଼ ନୁହେଁ
ଆପଣ ଭୁଲନ୍ତୁ ନାହିଁ, ଆପଣଙ୍କ ବନ୍ଧୁତା ଆକର୍ଷଣଠାରୁ ବଡ଼ ନୁହେଁ। ଯଦି ଆପଣ ନିଜ ଆକର୍ଷଣକୁ ନିୟନ୍ତ୍ରିତ କରିବେ ନାହିଁ, ତେବେ ବନ୍ଧୁଙ୍କ ପ୍ରେମିକାଙ୍କ ପ୍ରତି ଆକର୍ଷଣ ବଢ଼ିଚାଲିବ। ତେଣୁ ବନ୍ଧୁତା ଭାଙ୍ଗିବାରୁ କେହି ରୋକି ପାରିବେ ନାହିଁ। ଯଦି ବନ୍ଧୁଙ୍କ ପ୍ରେମିକା ପକ୍ଷରୁ  ଆପଣଙ୍କ ପାଇଁ ଟିକେ ବି ସକାରାତ୍ମକ ସୂଚନା ମିଳୁଛି, ତେବେ ନିଜକୁ ଏହି ସମ୍ପର୍କରେ ପଡ଼ିବାରୁ ରୋକନ୍ତୁ। ନିଜକୁ ବୁଝାନ୍ତୁ ଯଦି ଆପଣ ନିଜ ଭାବାବେଗକୁ ରୋକିବାକୁ ନିଷ୍ପତ୍ତି ନେଉ ନାହାନ୍ତି, ତେବେ ବନ୍ଧୁଙ୍କ ସହିତ ଧୋକା ହେବା ସହିତ ସବୁବେଳ ପାଇଁ ବନ୍ଧୁଙ୍କୁ ହରାଇବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ