ବରଫ ପାହାଡ଼ ପାଇଁ ଜଣାଶୁଣା ରୋହତାଙ୍ଗ ପାସ୍‌


ରୋହତାଙ୍ଗ ପାସ୍‌ ହିମାଳୟରେ ଅବସ୍ଥିତ ଏକ ସୁନ୍ଦର ସ୍ଥାନ ଅଟେ। ଏହା ଏକ ସୁନ୍ଦର ଓ ପ୍ରାକୃତିକ ଦୃଶ୍ୟରେ ପରିପୂର୍ଣ୍ଣ ଏକ ପର୍ଯ୍ୟଟନସ୍ଥଳୀ ଅଟେ। ତେଣୁ ଏଠାକୁ ଅନେକ ସଂଖ୍ୟାର ପର୍ଯ୍ୟଟକ ଆସିବାକୁ ପସନ୍ଦ କରନ୍ତି। ମନାଲି-ଲେହ ରାସ୍ତାରେ ପଡ଼ୁଥିବା ରୋହତାଙ୍ଗ ପାସ୍ ଏକ ସୁନ୍ଦର ଓ ଆକର୍ଷକ ପର୍ଯ୍ୟଟନସ୍ଥଳୀ। ଶୀତଦିନେ ବରଫ ଚାଦରରେ ଘୋଡ଼ାଇ ହୋଇ ରହିଥିବା ଏହି ପାହାଡ଼ଟି ଖୁବ୍‌ ସୁନ୍ଦର ଦେଖାଯାଏ। ଚାଲନ୍ତୁ ଜାଣିବା ରୋହତାଙ୍ଗ ପାସ୍‌ର ବିଶେଷତ୍ବ ସମ୍ପର୍କରେ।

କେମିତି କରିବେ ଉପଭୋଗ

ଯଦି ଆପଣଙ୍କର ଆଡଭେଞ୍ଚର ସଉକ ରହିଛି, ତେବେ ରୋହତାଙ୍ଗ ପାସ୍‌ ବୁଲିବାକୁ ନିହାତି ଯାଇପାରିବେ। ଏଠାରେ ହିମାଳୟର ଉଚ୍ଚ ପାହାଡ଼ ଗୋଟିଏ ଲାଇନ୍‌ରେ ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି। ଯାହା ଖୁବ୍‌ ସୁନ୍ଦର ଓ ମନମୋହକ ଦେଖାଯାଏ। ଏହି ପାହାଡ଼ ଉପରୁ ତଳକୁ ଦେଖିବାବେଳେ ବାଦଲ ଏଭଳି ଦେଖାଯାଏ, ଏମିତି ଲାଗିବ ଏହାକୁ ଛୁଇଁ ହେଉଛି ଓ ଅନୁଭବ କରି ହେବ। ଏଠାକୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ଆସି ବରଫ ଉପରେ ସ୍କିଙ୍ଗ, ଆଇସ୍‌ ସ୍କେଟିଂ, ପାରାଗ୍ଲାଇଡିଂ ଓ ଟ୍ରେକିଂର ମଜା ନେଇପାରିବେ।

କେବେ ଯିବେ

ଏଠାକୁ ବୁଲିଯିବାର ଉପଯୁକ୍ତ ସମୟ ଜୁନ୍‌ରୁ ଅକ୍ଟୋବର। କିନ୍ତୁ ଯଦି ଆପଣ ରୋହତାଙ୍ଗ ପାସ୍‌ରେ ବରଫର ମଜା ନେବାକୁ ଚାହୁଛନ୍ତି, ତେବେ ଆପଣ ନଭେମ୍ବର ମାସ ପରେ ଏଠାକୁ ବୁଲି ଯିବାର ପ୍ରସ୍ତୁତି କରିବା ଉଚିତ। ଏଥିସହିତ ଆପଣ ଏଠାରେ ପିନ୍ଧିବା ଲାଗି ଗରମ କପଡ଼ା, ଜୋତା ଓ କୋଟ୍‌ ନେଇ ଯିବାକୁ ଭୁଲନ୍ତୁ ନାହିଁ।

ବ୍ୟାସ ମନ୍ଦିର

ରୋହତାଙ୍ଗ ପାସ୍‌ ଅଞ୍ଚଳରେ ବ୍ୟାସ ନଦୀ ରହିଛି। ଏହି ନଦୀକୁ ବ୍ୟାସ କୁଣ୍ଡ କୁହାଯାଏ। ଏହି ପାଣିର ସ୍ବାଦ ଅଦ୍ବିତୀୟ ବୋଲି କୁହାଯାଏ। ମାନ୍ୟତା ଅନୁସାରେ ପୌରାଣିକ ଗ୍ରନ୍ଥ ମହାଭାରତର ରଚୟିତା ମହର୍ଷି ବେଦବ୍ୟାସ ଏଠାରେ ଅନେକ ବର୍ଷ ପର୍ଯ୍ୟନ୍ତ ତପସ୍ୟା କରିଥିଲେ। ତାଙ୍କ ସ୍ମୃତିରେ ଏଠାରେ ବ୍ୟାସ ମନ୍ଦିର ସ୍ଥାପନା କରାଯାଇଛି।

ସୋଲଙ୍ଗ ଉପତ୍ୟକା

ରୋହତାଙ୍ଗ ପାସ୍‌ ନିକଟରେ ବୁଲିବା ପାଇଁ ଆହୁରି ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ରହିଛି। ଏଠାରେ ଆପଣ ସୋଲଙ୍ଗ ଉପତ୍ୟକା ବୁଲି ଯାଇପାରିବେ। ଏହି ଉପତ୍ୟକାରେ ଆପଣ ଶୀତଦିନେ ନିଜ ପରିବାର ଓ ଖାସ୍‌ ବନ୍ଧୁଙ୍କ ସହିତ ବୁଲି ଯାଇପାରିବେ। ଏଠାରେ ଆପଣ ବରଫରେ ସ୍କିଙ୍ଗ, ପାରାଶୁଟିଂ, ଜୋରବିଙ୍ଗ, ଘୋଡ଼ା ସବାରୀର ମଜା ନେଇପାରିବେ।

ରେହଲା ଜଳପ୍ରପାତ
ଏହା ଏକ ସୁନ୍ଦର ଜଳପ୍ରପାଦ ଅଟେ। ଯାହା ୨୫୦୦ ମିଟର ଉଚ୍ଚରୁ ଝରୁଛି। ଏହା ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ।

ଚନ୍ଦ୍ର ଓ ଭାଗା ନଦୀ
ଦୁଇଟି ନଦୀର ମିଳନରେ ସୃଷ୍ଟି ହୋଇଥିବା ଏହି ନଦୀ ଚେନାବ ରୂପରେ ଜଣାଶୁଣା। ଏହାର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ