ଚମକାନ୍ତୁ କଳା ପଡ଼ିଯାଇଥିବା ତମ୍ବା ବାସନ


ପୁରୁଣା କାଳରେ ଲୋକେ ତମ୍ବା ବାସନରେ ଭୋଜନ କରୁଥିଲେ। ଏହାଦ୍ବାରା ମିଳୁଥିବା ପୋଷକତତ୍ତ୍ବ ସହିତ ଜଡ଼ିତ ଅନେକ ସମସ୍ୟା ଦୂର ହୋଇଥାଏ। ଏହି ପାତ୍ରରେ ପାଣି ପିଇବା ଗୁଣକାରୀ ହୋଇଥିବାରୁ ଲୋକେ ପୁଣି ଥରେ ଏହି ବାସନ ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଏହାକୁ ସଫା କରିବାବେଳେ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ। ଯଦି ଏହାକୁ ଠିକ୍ ଭାବେ ସଫା କରା ନ ଯାଏ, ତେବେ ଏହା ଉପରେ କପର ଅକ୍ସାଇଡ ପରସ୍ତ ଜମିବାରେ ଲାଗିଥାଏ। ଏପରିସ୍ଥଳେ ଏହି ବାସନରେ ପାଣି ପିଇବା କିମ୍ବା ଭୋଜନ କରିବା ଫଳରେ ସ୍ବାସ୍ଥ୍ୟକୁ ଲାଭ ମିଳିବା ପରିବର୍ତ୍ତେ କ୍ଷତି ପହଞ୍ଚି ଥାଏ। ଯଦି ଆପଣ ମଧ୍ୟ ନିଜ ତମ୍ବା ବାସନର ସଫା ସୁତୁରାକୁ ନେଇ ସମସ୍ୟାରେ ରହିଛନ୍ତି, ତେବେ ଏଠାରେ ଏପରି କିଛି ଉପାୟ ଦିଆଯାଇଛି ଯାହାକୁ କିଛି ମିନିଟରେ ତମ୍ବା ବାସନ ଉପରେ ଜମି ଯାଇଥିବା କଳାପଣ ଦୂର କରି ଏହାକୁ ଚମକାଇ ପାରିବେ। ଚାଲନ୍ତୁ ଜାଣିବା ତମ୍ବା ବାସନକୁ କିଭଳି ଚମକାଇବେ।

ଲେମ୍ବୁ ଓ ରକ୍ ସଲ୍ଟ

ଲେମ୍ବୁ ଓ ରକ୍ ସଲ୍ଟ ସାହାଯ୍ୟରେ ତମ୍ବା ବାସନ ସଫା କରିପାରିବେ। ଏଥିପାଇଁ ଏକ ପାତ୍ରରେ କିଛି ମାତ୍ରାରେ ରକ୍ ସଲ୍ଟ ଓ ଫାଳେ ଲେମ୍ବୁରେ କିଛି ଲୁଣ ଲଗାଇ ତମ୍ବା ବାସନକୁ କିଛି ସମୟ ରଗଡ଼ନ୍ତୁ। ଏହାପରେ ଏହାକୁ ପାଣିରେ ଧୁଅନ୍ତୁ। ଏହାଦ୍ବାରା ତମ୍ବା ବାସନ ଉପରୁ ସମସ୍ତ କଳା ଦାଗ ସଫା ହୋଇ ପୂରାପୂରି ନୂଆ ଦେଖାଯିବ। ତମ୍ବା ବାସନ ଚମକାଇବା ପାଇଁ ଆପଣ ଭିନେଗାର ମଧ୍ୟ ବ୍ୟବହାର କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ