ବଢ଼ିବାରେ ଲାଗିଛି ଚଡ଼କ ଚିନ୍ତା


ଶୁକ୍ରବାର ପୁଣି ଚମକିଛି ଓଡ଼ିଶା ଆକାଶ। ବିଭିନ୍ନ ଅଞ୍ଚଳରେ ବଜ୍ରପାତ ଘଟି ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଜୀବନ ସହ ସଂଘର୍ଷ କରୁଛନ୍ତି। ବରଗଡ଼ର ସୋହେଲା, ଭଦ୍ରକର ବାସୁଦେବପୁର, ବାଲେଶ୍ବରର ସୋର, ଝାରସୁଗୁଡ଼ାର କୋଲାବିରା, ଭଦ୍ରକର ଭଣ୍ଡାରୀପୋଖରୀ, ସୁନ୍ଦରଗଡ଼ର ବେଶ୍ରା ଓ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଶୁକ୍ରବାର ବଜ୍ରପାତ ନେଇଛି ସାତ ଜୀବନ। ଯାଜପୁର ଜିଲାର କୁଞ୍ଜପାଟଣା ଗାଁରେ ବଜ୍ରପାତରେ ୧୧ଟି ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି।

ଗୁରୁବାର ବଜ୍ରପାତରେ ପୁରୀ ଜିଲାର ବ୍ରହ୍ମଗିରି ଅଞ୍ଚଳର ଭ୍ରମର ବରାଳଙ୍କ ପ୍ରାଣ ଯାଇଛି। ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତରେ ସେ ସେଠାରେ ଟଳିପଡ଼ିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା, ହେଲେ ଜୀବନ ବଞ୍ଚାଇ ହୋଇ ନ ଥିଲା।

ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ବର୍ଷକୁ ୩୨୫ ଅତିକ୍ରମ କରି ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟରୁ ସବୁଠୁ ଅଧିକ ମୃତ୍ୟୁର କାରଣ ସାଜିଛି ବଜ୍ରପାତ। ୨୦୧୬-୧୭ ବର୍ଷରେ ରାଜ୍ୟରେ ୩୯୭ ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ୨୦୧୫-୧୬ରେ ୪୦୩ ଜଣଙ୍କ ଜୀବନ ଯାଇଥିଲା।

ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାକୁ ଶୂନ କରିବା ପାଇଁ ବ୍ୟାପକ ସଚେତନତା ସାଙ୍ଗକୁ ବିପୁଳ ପରିମାଣର ତାଳ, ନଡ଼ିଆ ଓ ଲମ୍ବାରେ ବଢ଼ୁଥିବା ଗଛ ଲଗାଇବା ଉଚିତ। କଳାହାଣ୍ଡିଆ ମେଘ ଆସିବା ମାତ୍ରେ ଖୋଲା ଆକାଶ ତଳୁ ହଟିଯିବା ଜରୁରୀ, ଅନ୍ୟଥା ଚଡ଼କରୁ ମୁକ୍ତି ଅସମ୍ଭବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ