ବର୍ଷା ଓ ଶୀତଦିନେ ଅଧିକ ବ୍ୟାପିବ କୋରୋନା!


କୋରୋନା ଭାଇରସ ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହାର ଚିକିତ୍ସା ଲାଗି ନା କୌଣସି ଔଷଧ ବାହାରିଛି, ନା ନିକଟରେ କୌଣସି ଭ୍ୟାକ୍ସିନ ବାହାରିବାର ସମ୍ଭାବନା ଦେଖାଯାଉଛି। କୋରୋନା ଭାଇରସ ଉପରେ ସାରା ବିଶ୍ବରେ ବିଭିନ୍ନ ପ୍ରକାରର ଗବେଷଣା ଚାଲିଛି ଓ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ସୂଚନା ମିଳିବାରେ ଲାଗିଛି। ଇତିମଧ୍ୟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ବର୍ଷା ଓ ଶୀତଦିନେ କୋରୋନା ଭାଇରସ ସଂକ୍ରମଣ ବ୍ୟାପିବା ସ୍ଥିତିରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ଆଇଆଇଟି ଭୁବନେଶ୍ବର ଓ ଏମସ୍ ଡାକ୍ତରଙ୍କ ମିଳିତ ଗବେଷଣା
କୋରୋନା ଭାଇରସ ଉପରେ ଭାରତରେ ଅନେକ ବୈଜ୍ଞାନିକ ଓ ଡାକ୍ତରୀ ଟିମ୍ ମିଳିତ ଭାବେ କାମ କରୁଛନ୍ତି। ଫଳରେ ଏହାର ଚିକିତ୍ସା ପାଇଁ ପ୍ରକ୍‌ଷ୍ଟ ଔଷଧ ଓ ଭ୍ୟାକ୍ସିନ ବାହାରିବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି। ଏହି ଗବେଷଣାରେ ଅନେକ ଗୁଡ଼ିଏ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଇଆଇଟି ଭୁବନେଶ୍ବର ଓ ଏମସ୍ ଡାକ୍ତରଙ୍କ ସଂଯୁକ୍ତ ଟିମ୍ ଗବେଷଣା କରିବା ପରେ ସୂଚନା ଦେଇଛନ୍ତି ଯେ ଆଗାମୀ ସମୟରେ ଏହି କୋରୋନା ଭାଇରସ ଆହୁରି ତାଣ୍ଡବ ରଚିପାରେ। ଗବେଷଣା ଅନୁସାରେ କୋରୋନା ଭାଇରସ ବର୍ଷା ଓ ଶୀତଦିନେ ଆହୁରି ସଂକ୍ରମଣ ବଢ଼ାଇବ। ଆଇଆଇଟି ଭୁବନେଶ୍ବରର ସ୍କୁଲ୍ ଅଫ୍ ଆର୍ଥ, ଓସେନ୍ ଏଣ୍ଡ କ୍ଲାଇମେଟ୍ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର ବି ଭିନୋଜଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଇଥିଲା। ଗବେଷଣା ଅନୁସାରେ ତାପମାତ୍ରା ହ୍ରାସ ପାଇବା ଫଳରେ କୋରୋନା ଭାଇରସ ସଂକ୍ରମଣ ବ୍ୟାପିବା ସ୍ଥିତି ବେଶ୍ ଅନୁକୁଳ ହୋଇଯାଏ।

କାହିଁକି ସତ ହୋଇପାରେ ଗବେଷଣାର ଫଳାଫଳ
ନ୍ୟାସନାଲ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ଅନୁସାରେ ତାପମାତ୍ରା କମ୍ ହେବା କାରଣରୁ ଯେ କୌଣସି ପ୍ରକାରର ସଂକ୍ରମଣ ଓ ଫ୍ଲୁ ବ୍ୟାପିବାର ଆଶଙ୍କା ଗରମ ଦିନ ଅପେକ୍ଷା ବେଶ୍ ଅଧିକ ହୋଇଥାଏ। ଏହି ଗବେଷଣାରେ ଏହି କଥାର ଆଶଙ୍କା ଜାହିର କରାଯାଇଛି। ତେବେ ଅନ୍ୟ ଥଣ୍ଡା ଦେଶ ତୁଳନାରେ ଭାରତରେ ସଂକ୍ରମଣ ବ୍ୟାପିବା ହାର ଗରମ ଦିନେ ବହୁତ କମ୍ ଥିଲା। କିନ୍ତୁ ବର୍ଷାଦିନେ ତାପମାତ୍ରା ହ୍ରାସ ପାଇବା ସହିତ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ ଶୀତଦିନ ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଏ ପର୍ଯ୍ୟନ୍ତ କୋରୋନା ଭାଇରସ ମାମଲାରେ କରାଯାଇଥିବା ଗବେଷଣାରେ ଅନେକ କଥା ସ୍ପଷ୍ଟ ହୋଇସାରିଛି। ବର୍ତ୍ତମାନ ସ୍ଥିତିକୁ ଦେଖିବାକୁ ଗଲେ ବର୍ଷାଦିନ ଆରମ୍ଭ ହେବା ମାତ୍ରେ କୋରୋନା ଭାଇରସ ସଂକ୍ରମଣ ଯେଉଁ ଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଯଦିଓ ଶୀତଦିନ ଆସିବାକୁ ଆହୁରି ଅନେକ ସମୟ ବାକି ଅଛି, ତେବେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେବା ଉଚିତ। ଏଥିସହିତ କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସୁରକ୍ଷା ଟିପ୍ସକୁ ମଧ୍ୟ ଗୁରୁତର ଭାବେ ଗ୍ରହଣ କରିବା ଉଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ