କୋରୋନା ଯୁଦ୍ଧରେ ସାହାଯ୍ୟ କରିବ ଶହଶହ ବର୍ଷ ତଳର ପୁରୁଣା ଉପାୟ


ସାରା ବିଶ୍ବର ବୈଜ୍ଞାନିକ କୋରୋନା ଭାଇରସର ଭ୍ୟାକ୍ସିନ୍ ଖୋଜିବାରେ ଲାଗିପଡ଼ିଛନ୍ତି। ଅପରପକ୍ଷେ ଗବେଷକମାନେ ପ୍ରାକୃତିକ ଭାବେ କୋରୋନା ଭାଇରସର ଉପଚାର ଖୋଜିବାରେ ଲାଗିଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି ଯେ କୋରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ପାଇଁ ଯେଉଁ ଦୁଇଟି ଜିନିଷ ଲାଭଦାୟକ ହୋଇପାରେ, ତାହା ହେଉଛି ଯୋଗ ଓ ମେଡିଟେସନ। ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, କାଲିଫର୍ଣ୍ଣିଆ ୟୁନିଭର୍ସିଟି, ଚୋପଡା ଲାଇବ୍ରେରୀ ଓ ହାର୍ଭାର୍ଡ ୟୁନିଭର୍ସିଟିର ଗବେଷକମାନେ ଏକ ଆଲେଖ୍ୟରେ ଯୋଗ ଓ ମେଡିଟେସନର ଲାଭ ସମ୍ପର୍କରେ କହିଛନ୍ତି। ଏ ଦୁଇଟି ଜିନିଷ କୋରୋନା ଭାଇରସ ସହିତ ଲଢ଼ିବାରେ ସାହାଯ୍ୟ କରିବ ବୋଲି ସେମାନେ କହିଛନ୍ତି।

ଯୋଗ ଓ ମେଡିଟେସନ୍ କିପରି କରିବ ସାହାଯ୍ୟ
ଜର୍ଣ୍ଣାଲ ଅଫ୍ ଅଲ୍ଟରନେଟିଭ୍ ଏଣ୍ଡ କମ୍ଲିମେଣ୍ଟାରୀ ମେଡିସିନରେ ପ୍ରକାଶିତ ଏକ ଆଲେଖ୍ୟରେ କୁହାଯାଇଛି ଯେ ଯୋଗ ଓ ମେଡିଟେସନର ଆଣ୍ଟିଇନଫ୍ଲେମେଟରି ପ୍ରଭାବ କୋଭିଡ-୧୯ର ଉପଚାରରେ କାମରେ ଆସିପାରେ। ଏହା କରିବା ଫଳରେ ଗୁରୁତର କୋରୋନା ସଂକ୍ରମିତ ରୋଗୀଙ୍କୁ ମଧ୍ୟ ଆରାମ ମିଳିପାରେ। ଅତୀତରେ ହୋଇଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଯୋଗ, ପ୍ରାଣାୟାମ, ଧ୍ୟାନ ଏହି ତିନୋଟି ଅଭ୍ୟାସ ଶ୍ବାସପ୍ରଶ୍ବାସ ଉପରେ ନିୟନ୍ତ୍ରଣ ରଖିଥାଏ। ଏହା କେବଳ ଅବସାଦ ସହିତ ଲଢ଼ିବାରେ ସାହାଯ୍ୟ କରି ନ ଥାଏ, ବରଂ ମସ୍ତିଷ୍କକୁ ମଜବୁତ କରିଥାଏ। ଏହାବ୍ୟତୀତ ଏହା ଚାପ ଓ ପ୍ରଦାହକୁ ମଧ୍ୟ କମ୍ କରିଥାଏ।

ଗବେଷଣା ଅନୁସାରେ ଯୋଗ ଓ ମେଡିଟେସନର ସମ୍ପର୍କ ନର୍ଭସ୍ ସିଷ୍ଟମ ଓ ରୋଗପ୍ରତିରୋଧକ ସିଷ୍ଟମ ସହିତ ରହିଛି। ଏହି ଦୁଇଟିଯାକର ପ୍ରଭାବ ରୋଗପ୍ରତିରୋଧକ ଶକ୍ତି ଉପରେ ପଡ଼ିଥାଏ। ଯାହାଫଳରେ ଫୁସଫୁସ ଓ ଶ୍ବସନତନ୍ତ୍ର ସଂକ୍ରମଣରେ ସୁଧାର ଆସିଥାଏ। ଜେଏମସିଏମର ପ୍ରଧାନ ସମ୍ପାଦକ ଜନ୍ ଭିକ୍ସ ସାରା ବିଶ୍ବର ଗବେଷକଙ୍କୁ କିଭଳି ଭାବେ ଏହିପରି ପ୍ରାକୃତିକ ଉପାୟରେ ଏହି ବୈଶ୍ବିକକ ମହାମାରୀର ଚିକିତ୍ସା କରାଯାଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ କେତେକ ବିଶେଷ ଯୋଗାସନ କରି ରୋଗପ୍ରତିରୋଧକ ଶକ୍ତିକୁ ମଜଭୁତ କରି କୋରୋନା ଭାଇରସ ଭଳି ଭୟାନକ ରୋଗର ଶିକାର ହେବାରୁ ରକ୍ଷା ପାଇପାରିବେ।

ସୂର୍ଯ୍ୟ ନମସ୍କାର
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ସୂଯର୍ଯ ନମସ୍କାର ସବୁଠାରୁ ଉତ୍ତମ ଯୋଗାସନ। ସକାଳ ସମୟରେ ଏହାକୁ ୩ରୁ ୪ ଥର କରିବା ବେଶ୍ ଲାଭଦାୟକ। ଏହି ଯୋଗାସନ ଜରିଆରେ ନିଜ ଶ୍ବସନ ପ୍ରକ୍ରିୟାକୁ ସୁସ୍ଥ ରଖିବା ଫଳରେ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।

ତାଡ଼ାସନ
ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ତାଡ଼ାସନ ମଧ୍ୟ କରିପାରିବେ। ଏହି ଆସନକୁ ମାଉେଣ୍ଟନ୍ ପୋଜ୍ ବୋଲି ମଧ୍ୟ କୁହାଯାଏ। ଏହି ଆସନକୁ ଆପଣ ଦିନରେ ଯେ କୌଣସି ସମୟରେ କରିପାରିବେ।

ଶଶାଙ୍କାସନ
ଚାପରେ ରହିଲେ ମଧ୍ୟ ରୋଗପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶଶାଙ୍କାସନ ଚାପମୁକ୍ତ କରିବାରେ ଆପଣଙ୍କୁ ସାହାଯ୍ୟ କରେ। ଏହି ଯୋଗ ସାହାଯ୍ୟରେ ଆପଣଙ୍କ ଚାପ କମ୍ ରହିଲେ, ନିଶ୍ଚିତ ଭାବେ ରୋଗପ୍ରତିରୋଧକ ଶକ୍ତି ମଜବୁତ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ