ବର-କନ୍ୟାଙ୍କ ପାଇଁ ହୀରାଖଚିତ ମାସ୍କ, ଦାମ ୧.୫ରୁ ୪ ଲକ୍ଷ


କୋରୋନାର ଭୟବହତା ମଧ୍ୟରେ ବି ଅନେକ ଲୋକ ବିବାହ କରୁଛନ୍ତି। କୋରୋନା ସମୟରେ ଗୁଜୁରାଟ ସୁରତର ଏକ ଅଳଙ୍କାର ଦୋକାନ ବିବାହ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବିଶେଷ ବ୍ୟବସ୍ଥା କରିଛି। ଏହି ଅଳଙ୍କାର ଦୋକାନରେ ଏକ ବିଶେଷ ପ୍ରକାରର ମାସ୍କ ପ୍ରସ୍ତୁତ କରାଯାଇଛି, ଯାହାର ମୂଲ୍ୟ ୧.୫ ଲକ୍ଷରୁ ୪  ଲକ୍ଷ ପର୍ଯ୍ୟନ୍ତ ହେବ । ଏହି ମାସ୍କ ହୀରା ଖଚିତ। ବିଶେଷକରି ବର-କନ୍ୟାଙ୍କ ପାଇଁ ଏପରି ମାସ୍କ ପ୍ରସ୍ତୁତ ହୋଇଛି।

ସୁରତର ଏହି ଦୋକାନ କିଛି ଦିନ ହେବ ସୁନା, ରୁପା, ହୀରା ଏବଂ ଆମେରିକାନ ହୀରାରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହାର ମାଲିକ ଦୀପକ ଚୋକସି କହିଛନ୍ତି,  ପ୍ରଥମେ ଜଣେ ଗ୍ରାହାକଙ୍କ ଅର୍ଡର ମୁତାବକ ସେ ଏହି ମାସ୍କ ପ୍ରସ୍ତୁତ କରିଥିଲେ । ସାଧାରଣତଃ ଏହି ମାସ୍କ ବିବାହ କାର୍ଯ୍ୟପାଇଁ ବର କନ୍ୟା ଅର୍ଡର କରୁଥିବାର ସେ କହିଛନ୍ତି। ଅଳଙ୍କାର ଦୋକାନ ମାଲିକ ଦୀପକ ଚୋକସି କହିଛନ୍ତି , ତାଙ୍କ ମୁଣ୍ଡକୁ ହୀରା ମାସ୍କ ତିଆରି କରିବାର ଆଉଡିଆ ଆସିଲା ଯେତେବେଳେ ଜଣେ ଗ୍ରାହକ ଦୋକାନକୁ ଆସିଥିଲେ ଓ ସେ କହିଲେ ଯେ ତାଙ୍କ ଘରେ ବାହାଘର ଅଛି। ସେ ବରକନ୍ୟାଙ୍କ ପାଇଁ କିଛି ସ୍ବତନ୍ତ୍ର ମାସ୍କ ମାଗିଥିଲେ।   ତା’ପରେ ସେ ଭାବିଲେ  କୋରୋନା ଲକଡାଉନ୍ ସମୟରେ ହେଉଥିବା ବିବାହକୁ ସ୍ମରଣୀୟ କରିବା ପାଇଁ ଏପରି ମାସ୍କ ତିଆରି କରିବା ନିଶ୍ଚୟ ଦରକାର। ତା’ପରେ ଡିଜାଇନରମାନଙ୍କୁ ସ୍ୱତନ୍ତ୍ର ପ୍ରକାରର ମାସ୍କ ତିଆରି କରିବାକୁ କହିଥିଲେ।

ଏହା ପୂର୍ବରୁ ପୁନେର ଜଣେ ବ୍ୟକ୍ତି କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସୁନାର ଏକ ମାସ୍କ ପ୍ରସ୍ତୁତ କରିଥିଲେ। ଏହାର ମୂଲ୍ୟ ପାଖାପାଖି ୨.୮୯ ଲକ୍ଷ ଥିଲା। ଏହି ମାସ୍କ କିଣିଥିବା ବ୍ୟକ୍ତି ଜଣକ  ଗୋଲ୍ଡେନ ମ୍ୟାନ ଭାବେ ପରିଚିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ